Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ ବର୍ଷ ପରେ ଡିଗ୍ରୀ ହାସଲ କଲେ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ କାର୍ତ୍ତିକ ଆର୍ଯ୍ୟନ

Entertainment

୧୦ ବର୍ଷ ପରେ ଡିଗ୍ରୀ ହାସଲ କଲେ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ କାର୍ତ୍ତିକ ଆର୍ଯ୍ୟନ

Ritu Das
Browse all articles by Ritu Das
·1 year ago·1 min read
୧୦ ବର୍ଷ ପରେ ଡିଗ୍ରୀ ହାସଲ କଲେ ବଲିଉଡର ମୋଷ୍ଟ ହ୍ୟାଣ୍ଡସମ କାର୍ତ୍ତିକ ଆର୍ଯ୍ୟନ

ଅର୍ଗସ ବ୍ୟୁରୋ: ବଲିଉଡର ଚକୋଲେଟ ହିରୋ କାର୍ତ୍ତିକ ଆର୍ଯ୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ । ୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ । ଆଜି ନିଜ କଲେଜରୁ ସେ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଏହି ସମୟର କାର୍ତ୍ତିକ ଏକ ଭିଡିଓ ସେୟାର କରିଛନ୍ତି। ଇଞ୍ଜିନିୟର ହେଲେ କାର୍ତ୍ତିକ।


ଚନ୍ଦୁ ଚମ୍ପିଆନ୍ ଏବଂ ଭୁଲ ଭୁଲେୟାଁ-୩ ଭଳି ସୁପରହିଟ ଫିଲ୍ମ ପାଇବା ପରେ ଇଞ୍ଜିନିୟର ପାଲଟି ଯାଇଛନ୍ତି କାର୍ତ୍ତିକ ଆର୍ୟନ୍ । ନିଜ କଲେଜର କନଭୋକେସନ୍ ଫଙ୍କସନର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । କଲେଜରୁ ଇଞ୍ଜିନିୟର ଡିଗ୍ରୀ ହାସଲ କରିବା ସମୟରେ କାର୍ତ୍ତିକ ନିଜ ମା’ଙ୍କୁ ମଧ୍ୟ ସଥୀରେ ଆଣିଥିଲେ । ମା’ଙ୍କ ସାମନାରେ କଲେଜରୁ ନିଜ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ବଲିଉଡର ମେଗା ଷ୍ଟାର କାର୍ତ୍ତିକ ଆର୍ଯ୍ୟନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Bollywood's most handsome Karthik Aryan graduated after 10 years | Argus News