Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନେ ରାସ୍ତା କଡ଼ରେ ବିକୁଥିଲେ ବଡ଼ାପାଓ, ଏବେ 500କୋଟିର ମାଲିକ

Entertainment

ଦିନେ ରାସ୍ତା କଡ଼ରେ ବିକୁଥିଲେ ବଡ଼ାପାଓ, ଏବେ 500କୋଟିର ମାଲିକ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଦିନେ ରାସ୍ତା କଡ଼ରେ ବିକୁଥିଲେ ବଡ଼ାପାଓ, ଏବେ 500କୋଟିର ମାଲିକ

Key Points

ଲକ୍ଷ୍ମଣ ଉତେକର, ଛାଓ୍ବା ଚଳଚିତ୍ରର ନିର୍ଦ୍ଦେଶକ, ବର୍ତ୍ତମାନ ବଲିଓ୍ବଡ଼ର ପ୍ରମୁଖ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଶାମିଲ ହୋଇଛନ୍ତି, କାରଣ ମାତ୍ର ୧୫ ଦିନ ମଧ୍ୟରେ ଛାଓ୍ବା ଓ୍ବାର୍ଲଡଓ୍ବାଇଡ଼ ୫୬୦ କୋଟି କ୍ଲବରେ ଶାମିଲ ହୋଇପାରିଛି।

ଲକ୍ଷ୍ମଣ ଉତେକର, ଛାଓ୍ବା ଚଳଚିତ୍ରର ନିର୍ଦ୍ଦେଶକ, ବର୍ତ୍ତମାନ ବଲିଓ୍ବଡ଼ର ପ୍ରମୁଖ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଶାମିଲ ହୋଇଛନ୍ତି, କାରଣ ମାତ୍ର ୧୫ ଦିନ ମଧ୍ୟରେ ଛାଓ୍ବା ଓ୍ବାର୍ଲଡଓ୍ବାଇଡ଼ ୫୬୦ କୋଟି କ୍ଲବରେ ଶାମିଲ ହୋଇପାରିଛି। ଏହି ଏୈତିହାସିକ ଆକଶନ ଡ୍ରାମା ଫିଲ୍ମ ଯାହା ଛତ୍ରପତି ମହାରାଜା ସ୍ମଭାଜି ମହାରାଜକୁ ନେଇ ଗତିଶୀଲ ହେଉଛି ତାହା ଭାରତରେ ୫୦୦କୋଟି କ୍ଲବରେ ଶାମିଲ ପରେ, ଫିଲ୍ମର ନିର୍ଦେଶଙ୍କକୁ ନେଇ ଯୋରଦାର ର୍ଚଚ୍ଚା। ଲକ୍ଷ୍ମଣ ଉତେକର, ₹500 କୋଟି କ୍ଲବରେ ପଦାର୍ପଣ କରି ତାଙ୍କର ସ୍ଥାନ ପକ୍କା କରିଛନ୍ତି।


କିନ୍ତୁ, ତାଙ୍କର ସଫଳତାର ଯାତ୍ରା ଏତେ ସହଜ ନଥିଲା।ମୁମ୍ଭାଇର ରାସ୍ତା କଡ଼ରେ ବଡ଼ାପାଓ ବିକିବାଠାରୁ ନେଇ ଫିଲ୍ମ ଷ୍ଟୁଡ଼ିଓରେ ସ୍ବିପର ଭାବେ କାମ କରିବା, ଯାହା ପରେ ଆଜି ବଲିଓ୍ବଡ଼ର ଟପ ଡାୟରେକ୍ଟର, ସେ ଆଜି ସିନେମାରେ ଏକ ସଫଳ ନାମ, ଯାହାର ଉତ୍ଥାନର କାହାଣୀ, ପ୍ରେରଣା ଠାରୁ କମ ନୁହେଁ।


ମହାରାଷ୍ଟ୍ରରେ ଜନ୍ମିତ ଓ ଏହିଠାରେ ବଢ଼ିଥିବା ଉତେକରଙ୍କ କିନ୍ତୁ ଇଣ୍ଡଷ୍ଟ୍ରି କନେକଶନ ନଥିଲା। ସିନେମା ପାଇଁ ତାଙ୍କର ଆଗ୍ରହ ତାଙ୍କୁ ମୁମ୍ବାଇ ପହଞ୍ଚାଇଦେଲା। ଯେଉଁଠାରେ ସେ ଗୁଜୁରାଣ ମେଣ୍ଟାଇବା ପାଇଁ ବଡ଼ାପାଓ୍ବ ଓ ଫିଲ୍ମ ଷ୍ଟୁଡିଓରେ ଛୋଟ-ଛୋଟ କାମ କରିବାକୁ ମଧ୍ୟ ଆରମ୍ଭ କଲେ, ଯାହା ଦ୍ବାରା ସେ ସିନେମା ଶିଳ୍ପର କିଛି-କିଛି କୌଶଳ ଶିଖିପାରିବେ। ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ସିନେମାଟୋଗ୍ରାଫିରେ ପ୍ରବେଶ କରାଇବା ସହ ନିର୍ଦେଶକ ହେବା ପୂର୍ବରୁ ବହୁ କିଛି ଉଲ୍ଲେଖନୀୟ ଫିଲ୍ମ ବନାଇବାରେ ସାହାଯ୍ୟ କଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତେକରଙ୍କୁ ବହୁ ପ୍ରସିଦ୍ଦି ଆଣି ଦେଲା ଫିଲ୍ମ 'ଲୁକା ଚୁପି' ଓ 'ମିମି' ଯାହା ତାଙ୍କୁ ପ୍ରଶଂସା ଓ ବହୁତ ଆର୍ଥିକ ସଫଳତା ବି ଦେଲା। ତେବେ ଏହା 'ଛାବା' ହି ଥିଲା ଯାହା ତାଙ୍କୁ ନୂତନ ଓ ଉଚ୍ଚତର ଶିଖରରେ ପହଂଚାଇଛି। ଏହି ଚଳଚିତ୍ର ତାଙ୍କୁ ନୂତନ ସଂଖ୍ୟାରେ ପହଞ୍ଚାଇଛି, ଯେଉଁଠାରେ ମୁଖ୍ୟ ଭୁମିକାରେ ଭିକି କୌଶଳ ଥିବା ବେଳେ ଭାରତରେ ଏହା ୪୦୦ କୋଟି ପାର ଓ ସାରା ବିଶ୍ବରେ ସାଢ଼େ ୫୦୦କୋଟି ଆୟର ରେକର୍ଡ କରି ସାର୍ବଜନୀନ ସଫଳତା ଆରମ୍ଭ କରିଛି। ଆଜି ବଲିଓ୍ବଡ଼ର ଆଗଧାଡ଼ିର ନିଦେର୍ଶକ ମଧ୍ୟରୁ ଅନ୍ୟତମ ହେଉଛନ୍ତି, ଉତ୍ତେକର। ତାଙ୍କ ଯାତ୍ରାକୁ ନେଇ ଗୋଟିଏ କଥା ସ୍ପଷ୍ଟ ଯେ କଡ଼ା ସଫଳତା ସଂଘର୍ଷ ଓ ପରିଶ୍ରମର ଫଳ, ନିଶ୍ଚିତ ଭାବେ ମିଠା। ସେ କୁହନ୍ତି, ଏହି ଯାତ୍ରା ତାଙ୍କୁ ଅନେକ ଶିକ୍ଷା ଦେଇଛି ଓ ତାଙ୍କ ତ୍ୟାଗ ଓ ସଂଘର୍ଷ ହିଁ ତାଙ୍କୁ ଏହି ଉପଲବ୍ଧି ଆଣି ଦେଇଛି।


ଏହି ଭିକି କୌଶଳ ଷ୍ଟାରର ଚଳଚ୍ଚିତ୍ରଟିକୁ ଯେଉଁଠି ୫ ଷ୍ଟାରରୁ ୩.୫ ଷ୍ଟାର ରେଟିଙ୍ଗ ମିଳୁଛି, ସେଠାରେ ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ହିସଟୋରିକାଲ ଫିଲ୍ମକୁ ନେଇ ତାଙ୍କର ବଡ଼ ଅନୁଭୂତିସେ ଦର୍ଶକଙ୍କ ସହ ଶେୟାର କରନ୍ତି। ଚଳଚ୍ଚିତ୍ରଟି ଆରମ୍ଭରେ ଏକ ଆକର୍ଷଣୀୟ ଓ ସ୍ଲୋ-ମୋଶନ ଏଣ୍ଟ୍ରି ସହିତ ହୁଏ, ଯାହା ପରେ-ପରେ କାହାଣୀ ନୂଆ ମୋଡ଼ ନିଏ। ଏହା ଅନେକ ସିକ୍ବେନ୍ସ ଓ ଗୀତର ଏକ କଲାଜ ଲାଗେ, ଯାହା ଫିଲ୍ମର ଏୈତିହାସିକ ଦୃଶ୍ୟପଟ୍ଟକୁ ବେଶ ପ୍ରଭାବୀ କରି ପାରିଛି। ଦର୍ଶକ ବି ଫିଲ୍ମର ଏହି ସବୁ କ୍ଷେତ୍ରରେ ଘଟିଥିବା ଘଟଣା ଗୁଡିକର ଅନୁଭୂତି ଅନୁଭବ କରି ପାରୁଛନ୍ତି, ଯାହା ଫିଲ୍ମର ସଫଳତାରୁ ଜଣା ପଡ଼ୁଛି। AR ରହମାନଙ୍କ ଗୀତ ଓ ସଙ୍ଗୀତ ଫିଲ୍ମକୁ ଆଗକୁ ବଢ଼ାଉଛି ଓ 'ଆୟା ରେ ତୋଫାନ' (ଓ୍ବାର କ୍ରାଏ)ଟ୍ରାକ ତା ସହ ପ୍ରାଚୀନ ମାହାରାଷ୍ଟ୍ରୀୟ ନାଶିକ ଢୋଲ ତାସା ଭିନ୍ନ ଏକ ଅନୁଭୂତି ଦେଉଛି, ଏହା ସହ ସିନେମାରେ ଥିମ ଆଧାରିତ ଗୀତ ଫିଲ୍ମର ସୁନ୍ଦରତାକୁ ଆହୁରି ଉଜ୍ବଳ କରୁଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Sponsored
From Vada Pav Vendor to ₹500 Crore Club: The Inspiring Rise of 'Chhaava' Director Laxman Utekar | Argus News