Videos
|
Entertainment

କ୍ୟାନ୍ସର ସହ ସଂଘର୍ଷ କରୁଥିବା ହିନା, ବାନ୍ଧି ହେଲେ ବିବାହ ବନ୍ଧନରେ…

Sudeshna Mishra
Browse all articles by Sudeshna Mishra
·1 year ago·2 min read
କ୍ୟାନ୍ସର ସହ ସଂଘର୍ଷ କରୁଥିବା ହିନା, ବାନ୍ଧି ହେଲେ ବିବାହ ବନ୍ଧନରେ…

Key Points

ହିନା ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସିର ଖବର


ପ୍ରିୟ ଅଭିନେତ୍ରୀ ହିନା ଖାନ ତାଙ୍କର ଲଙ୍ଗ-ଟର୍ମ ବୟଫ୍ରେଣ୍ଡ ରକି ଜାୟସଓ୍ବାଲଙ୍କ ସହିତ ସିକ୍ରେଟ ମ୍ୟାରେଜ କରିଛନ୍ତି


ହିନା ଖାନ୍ ଓ ରକି ଜାୟସଓ୍ବାଲଙ୍କ ଗୁପ୍ତ ବିବାହ କାହାଣୀକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ


ବିବାହ ପରେ ହିନା ଶେୟାର କରିଲେ ତାଙ୍କର ଖାସ ଫଟୋ, ଯାହା ହେଲା ଭାଇରାଲ୍

"ୟେ ରିଶ୍ତା କ୍ୟା କେହଲାତା ହୈ" ଧାରାବାହିକର ଅକ୍ଷରା ଭାବେ ସମସ୍ତଙ୍କ ପାଖରେ ଘରେ-ଘରେ ପରିଚିତ ହୋଇଥିବା ଜଣେ ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ହିନା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବିବାହ ଏହି ସମୟରେ କରିଛନ୍ତି ଯେବ ସେ କ୍ୟାନ୍ସର ସ‌ହ ବିରାଟ ସଂର୍ଘଷ ଲଢୁଛନ୍ତି। ଏହି ଭଳି ସମୟରେ ତାଙ୍କ ବିବାହ ଖବର ତାଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଆଶ୍ଚର୍ଯ୍ୟ ଓ ଖୁସିର ଖବର ଆଣିଦେଇଛି।


ହିନା ଓ ତାଙ୍କର ଦୀର୍ଘଦିନର ସାଥୀ ରକି ଜାୟସଓ୍ବାଲ ନିକଟରେ କୋର୍ଟ ମ୍ୟାରେଜ କରିଛନ୍ତି। ଏହି ବିବାହ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ରୂପେ ସମ୍ପନ୍ନ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ନିଜର ଇନ୍‌ଷ୍ଟାଗ୍ରାମ୍ ଅକାଉଣ୍ଟରେ ବିବାହର କିଛି ଅତି ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫ୍ୟାନ୍‌ମାନେ ତାଙ୍କୁ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଉଛନ୍ତି।


ଏହି ବିବାହ ସମ୍ବାଦ ଦେଖି ହିନାଙ୍କ ଫ୍ୟାନ୍ସମାନେ ଅନ୍ଧାର ମଧ୍ୟରୁ ଆଲୋକ ପାଇଥିବା ପରି ଅନୁଭବ କରୁଛନ୍ତି। ତାଙ୍କ ଅଦମ୍ୟ ଆତ୍ମବିଶ୍ବାସ, ଭଲପାଇବା ଓ ସଂଘର୍ଷର କାହାଣୀ ଏବେ ଭିନ୍ନ ମାନଦଣ୍ଡ ସୃଷ୍ଟି କରୁଛି।


ବୋହୁ ବେଶରେ ଅପୂର୍ବ ସୌନ୍ଦର୍ଯ୍ୟର ଦେଖିବାକୁ ମିଳିଲା ଝଲକ

ଅଭିନେତ୍ରୀ ହିନା ଖାନ ନିଜର ବିବାହ ଅବସରରେ ବଲିଉଡର ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍ ମନିଷ୍ ମଲ୍ହୋତ୍ରାଙ୍କ ଡିଜାଇନ କରାଯାଇଥିବା ଓପାଲ୍ ଗ୍ରୀନ୍ ସାଡ଼ି ପିନ୍ଧିଥିଲେ। ସେ ସେହି ସାଡ଼ି ସହିତ ଗୋଲାପୀ ରଙ୍ଗର ବ୍ଲାଉଜ୍ ଓ ଦୁପଟ୍ଟା ପିନ୍ଧିଥିଲେ, ଯାହାକି ସେ ମୁଣ୍ଡରେ ଓଢି ବେଶ ଏକ ପାରମ୍ପରିକ ଦୁଲ୍ହନୀ ଭଳି ଦେଖାଯାଉଥିଲେ। ସୁନା ଗହଣା ଓ ଖୋଲା କେଶରେ ହିନା ଖାନ ନିଜର ଆକର୍ଷଣୀୟ ଲୁକ୍ ପୂର୍ଣ୍ଣ କରିଥିଲେ। ତାଙ୍କର ହାତ ଓ ପାଦରେ ଲାଗିଥିବା ମେହେନ୍ଦିର ଶୋଭା ମଧ୍ୟ ଦେଖିବା ଲାଗି ସତ୍ତେ ଅଦ୍ଭୁତ ଥିଲା।


ନିଜ ବିବାହ ଫଟୋ ଶେୟର କରି ହିନା ଖାନ କହିଲେ – ଆମର ଏକତା ହେଉଛି ଜୀବନ ସାରାର ବନ୍ଧନ

ବିବାହ ପରେ ଭାବୁକ ହିନା ଖାନ ଓ ରକି ଜାୟସୱାଲଙ୍କ ବିବାହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକୁ ଦେଖି ଫ୍ୟାନ୍ସ ଖୋଲା ହୃଦ୍ୟରେ ଶୁଭେଚ୍ଛା ଓ ପ୍ରେମ ବର୍ଷା କରୁଛନ୍ତି। ଫଟୋରେ ହିନା ଓ ରକି ଏକାପରି ଦେଖାଯାଉଛନ୍ତି, ଯେଉଁଠି ସେମାନେ ପ୍ରେମରେ ବୁଡିଥିବା ନଜର ଆସୁଛନ୍ତି । ଏକ୍ଟ୍ରେସ ଅନେକ ସୁନ୍ଦର ମୁହୂର୍ତ୍ତର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେମାନଙ୍କର ମଧୁର ସମ୍ପର୍କ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।


ହିନା ଖାନଙ୍କ ଭାବୁକ ସନ୍ଦେଶ: ଏହି ଫଟୋଗୁଡ଼ିକ ସହିତ ହିନା ଏକ ଭାବୁକ ନୋଟ ମଧ୍ୟ ଲେଖିଛନ୍ତି, ଯେଉଥିରେ ସେ କହିଛନ୍ତି – ଅଲଗା ଜଗତରୁ ଆସି, ଆମେ ପ୍ରେମର ଏକ ବ୍ରହ୍ମାଣ୍ଡ ଗଠନ କଲୁ। ଆମର ପାରସ୍ପରିକ ଭିନ୍ନତା ଦୂର ହୋଇଗଲା, ହୃଦୟଗୁଡ଼ିକ ଏକ ହେଲା, ଏବଂ ଏହି ଏକତା ଜୀବନ ସାରାର ବନ୍ଧନ ଭାବେ ଗଠିତ ହେଲା। ଆମେ ଆମ ଘର, ଆମ ଆଲୋକ, ଆମ ଆଶା। ଏବଂ ଏକାସାଥିରେ ଆମେ ସମସ୍ତ ବାଧାକୁ ଅତିକ୍ରମ କରୁ। ଆଜି, ଆମ ଏକତା ପ୍ରେମକୁ ଆଇନତ ସ୍ବୀକୃତି ମିଳିଲା । ଆମେ ପତି ଓ ପତ୍ନୀ ଭାବେ ଆପଣଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ଚାହୁଁଛୁ।