ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ
·1 year ago

ଅର୍ଗସ ବ୍ୟୁରୋ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି । ରବିବାର ରାଜସ୍ଥାନ ଉଦୟପୁରରେ ତାଙ୍କ ଫିଆନ୍ସେ ଭେଙ୍କଟ ଦତ୍ତ ସାଇଙ୍କ ସହ ବିବାହ କରିଛନ୍ତି । ପାରମ୍ପରିକ ରୀତିନୀତିରେ ସୀମିତ ପରିବାର ବର୍ଗ ଓ ସାଙ୍ଗସାଥିଙ୍କ ଗହଣରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ ତାଙ୍କ ବିବାହ ଉତ୍ସବରେ ଗୋଲ୍ଡେନ୍ କ୍ରିମ୍ ରଂଗର ସ୍ପେଶାଲ ଶାଢ଼ିରେ ନଜର ଆସିଥିଲେ ।
ଭେଙ୍କଟଙ୍କୁ ମଧ୍ୟ ସେହି ମ୍ୟାଚିଂର ପୋଷାକ ପରିଧାନ କରିଥିଲେ । ଉଭୟଙ୍କ ରିସେପସନ୍ ମଙ୍ଗଳବାର ଅନୁଷ୍ଠିତ ହେବ । ଏହି ବିବାହ ଉତ୍ସବରେ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସାମିଲ ହୋଇଥିଲେ । ପି. ଭି ସିନ୍ଧୁ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ କୌଣସି ଫଟୋ ଶେୟାର କରିନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: