Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ପରେ ନିଜର ଲଭଷ୍ଟୋରୀ ଶେୟାର କଲେ ନାଗା-ଶୋଭିତା

Entertainment

ବିବାହ ପରେ ନିଜର ଲଭଷ୍ଟୋରୀ ଶେୟାର କଲେ ନାଗା-ଶୋଭିତା

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
 ବିବାହ ପରେ ନିଜର ଲଭଷ୍ଟୋରୀ ଶେୟାର କଲେ ନାଗା-ଶୋଭିତା

Key Points

ଡିଭୋର୍ସର ବର୍ଷେ ପରେ ଶୋଭିତାଙ୍କ ସହ ହୋଇଥିଲା ପ୍ରେମ

ପ୍ରଥମେ ଚାଟିଂ, ପରେ ଚାଲିଲା ଡେଟିଂ

ବିବାହ ପରେ ନିଜର ଲଭଷ୍ଟୋରୀ କହିଲେ ନାଗା ଆଉ ଶୋଭିତା

ଅର୍ଗସ ବ୍ୟୁରୋ : ଗତ କିଛିଦିନ ତଳେ ନାଗା ଏବଂ ଶୋଭିତାଙ୍କ ବିବାହ ଖୁବ ଧୁମଧାମରେ ସରିଛି । ଡିସେମ୍ବର ୪ ରେ ହାଇଦ୍ରାବାଦରେ ଅଭିନେତାଙ୍କ ପାରିବାରିକ ମାଲିକାନାରେ ଥିବା ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଉଭୟଙ୍କ ପ୍ରେମ ସମ୍ପର୍କ କିପରି ଥିଲା ତାହା ସେମାନେ ପ୍ରଥମ ଥର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ନାଗା ଶୋଭିତାଙ୍କ ପ୍ରେମ ସମ୍ପର୍କକୁ ସେମାନଙ୍କ ନିର୍ବନ୍ଧ ପୂର୍ବରୁ କୌଣସି ଫ୍ୟାନ ମାନେ ମଧ୍ୟ ଜାଣିନଥିଲେ । ଯେତେବେଳେ ଉଭୟଙ୍କର ଏନଗେଜମେଣ୍ଟ ହୋଇଥିଲା, ସେତେବେଳେ ନାଗା ଚୈତନ୍ୟଙ୍କ ଫ୍ୟାନମାନଙ୍କୁ ଏକପ୍ରକର ଝଟକା ଲାଗିଥିଲା ।


ତେବେ ପ୍ରଥମ ଥର ପାଇଁ ସେମାନେ ବିବାହ ପରେ ଗଣମାଧ୍ୟମରେ ନିଜର ଲଭଷ୍ଟୋରୀ ଶେୟାର କରିଛନ୍ତି । ପ୍ରଥମେ ଉଭୟଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ । ସେତେବେଳେ ଶୋଭିତା ମୁମ୍ବାଇରେ ରହୁଥିଲେ ଏବଂ ନାଗା ଚୌତନ୍ୟ ହାଇଦ୍ରାବାଦରେ ରହୁଥିଲେ । ଉଭୟଙ୍କ ମଧ୍ୟରେ କିଛିଦିନର ଟେକ୍ଟିଂ ମେସେଜ ପରେ ସୋଭିତାଙ୍କୁ ଲଞ୍ଚ ଡେଟରେ ନେବାପାଇଁ ମୁମ୍ବାଇ ପହଞ୍ଚିଥିଲେ ନାଗା । ଯାହାକୁ ନେଇ ଶୋଭିତା କୁହନ୍ତି, ସେହି ମୂହୁର୍ତ୍ତ ଖୁବ ଚାର୍ମିଂ ଥିଲା । ସେତେବେଳେ ନାଗା ଟିକେ ଓଲ୍ଡ ସ୍କୁଲ ଟାଇପ୍ସର ଥିଲେ । ଏବଂ ଏହାକୁ ନେଇ ନାଗା କହିଥିଲେ, ମତୋ ପ୍ରଥମରୁ ହିଁ ସୋସିଆଲ ମିଡିଆରେ କଥାହେବା ପସନ୍ଦ ନୁହେଁ । ମୁଁ ମେସେଜରେ ଏତେ କଥା ହୋଇପାରେନି । ଏହାପରେ ନାଗା ଏବଂ ଶୋଭିତା ଏକ ଇଭେଣ୍ଟରେ ପୁଣି ଭେଟ ହୋଇଥିଲେ । ଯେଉଁଥିରେ ଶୋଭିତା ଏକ ରେଡ ଡ୍ରେସ ଏବଂ ନାଗା ଏକ ବ୍ଲୁ ସୁଟ୍‌ରେ ନଜର ଆସିଥିଲେ । ଏବଂ ବାକି ଜିନିଷ ହିଷ୍ଟ୍ରି ବୋଲି କହିଥିଲେ ସୋଭିତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପରେ ସେମାନଙ୍କର ପ୍ରଥମ ଟ୍ରିପ ଥିଲା କର୍ଣ୍ଣାଟକର ବନ୍ଦୀପୁର ନେସନାଲ ପାର୍କ । ଏହି ଟ୍ରିପ ପରେ ଉଭୟଙ୍କ ଭିତରେ ବଣ୍ଡିଂ ଆହୁରି ଷ୍ଟ୍ରଙ୍ଗ ହୋଇଥିଲା ଏବଂ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସୋଭିତା କୁହନ୍ତି ଉଭୟଙ୍କର ପ୍ରକୃତି ଭିନ୍ନ ଥିବାରୁ ଉଭୟ ଉଭୟଙ୍କୁ ଜାଣିବା ପାଇଁ ବେଶି ଇଚ୍ଛୁକ ଥିଲେ । ୨୦୨୨ରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ଆଉ ଡିସେମ୍ବରରେ ଉଭୟ ବିବାହରେ ବାନ୍ଧି ହୋଇଥିଲେ । ନାଗା ଏବଂ ସାମନ୍ଥାଙ୍କ ଡିଭୋର୍ସର ଗୋଟେବର୍ଷ ପରେ ହିଁ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା ।

Sponsored
Naga-Shovita shared their love story after marriage | Argus News