Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

`ମୁଁ ମନା କରିଥିଲି, ତଥାପି ସେ ମୋ ଚପଲ ଉଠାଇଲେ'

Banajyotshna Ray
Browse all articles by Banajyotshna Ray
·1 year ago·2 min read
`ମୁଁ ମନା କରିଥିଲି, ତଥାପି ସେ ମୋ ଚପଲ ଉଠାଇଲେ'

ଅର୍ଗସ ବ୍ୟୁରୋ:  ସୁରଜ ବଡ଼ଜାତ୍ୟା, ବଲିଉଡ୍‌ର ଜଣେ ବଡ଼ ଫିଲ୍ମ ମେକର । ଯିଏ କି ଖୁବ୍‌ ପପୁଲାର ଡାଇରେକ୍ଟର । ସେ ତାଙ୍କ ଜୀବନ କାଳ ମଧ୍ୟରେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଦେଇସାରିଲେଣି । ପାରିବାରିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାରେ ତାଙ୍କର ଖୁବ୍‌ ନାଁ ରହିଛି । ନିକଟରରେ ନାନାପାଟକର ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସମ୍ମୁଖରେ ସୁରଜ ବଡ଼ଜାତ୍ୟାଙ୍କ ସହ କାମ କରିଥିବା ବେଳର କିଛି ସ୍ମୃତି ବଖାଣିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


`ଆପଣଙ୍କ ଚପଲ ଉଠାଇବା ମୋର କାମ':


ଅଭିନେତା ନାନାପାଟକର କହିଛନ୍ତି ଯେ, ଦିନେ ସୁଟିଂ ସେଟ୍‌ରେ ସୁରଜ ବଡ଼ଜାତ୍ୟା ତାଙ୍କ ଜୋତା ଉଠାଇଥିଲେ । କିନ୍ତୁ ଏମିତି କରିବାକୁ ନାନାପାଟକର ତାଙ୍କୁ ମନା କରିଥିଲେ । ହେଲେ ସୁରଜ ଉତ୍ତର ଦେଇଥିଲେ, ଏହା ମୋର କାମ ।


ନାନାପାଟକର କହିଥିଲେ ଯେ `ଯେଉଁ ଫିଲ୍ମର ସୁଟିଂ ଚାଲିଥିଲା ତାର ଡାଇରେକ୍ଟର ଥିଲେ ଏନ୍‌ଚନ୍ଦ୍ରା ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ ସୁରଜ ବଡ଼ଜାତ୍ୟା । ଫିଲ୍ମର ନାଁ ହେଉଛି ପ୍ରତିଘାତ । ଦିନେ ସୁଟିଂ ସେଟ୍‌କୁ ମୋ ପାଇଁ ଜୋତା ନେଇକି ଆସିଥିଲେ ସୁରଜ । କିନ୍ତୁ ମୁଁ ତାଙ୍କୁ କହିଥିଲି ଏମିତି କରନି, ଏହି କାମ ମୋର । ମୁଁ ନିଜେ ମୋ ଜୋତା ନେଇପାରିବି । ତାପରେ ସୁରଜ କହିଥିଲେ ନାଁ ସାର । ମୋତେ କରିବାକୁ ଦିଅନ୍ତୁ । ଏହା ମୋ କାମ । ତାପରେ ମୁଁ କହିଥିଲି ଏହି ଏମ୍ପାୟାର ବା ରାଜଶ୍ରୀ ପ୍ରଡକ୍ସନର ମାଲିକ ତମେ । କିନ୍ତୁ ତାସତ୍ତ୍ବେ ବି ସେ କହିଥିଲେ ଆଜ୍ଞା ମୁଁ ଆସିଷ୍ଟାଣ୍ଟ । ଏହା ମୋର କାମ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

`ଅହଙ୍କାର ନାହିଁ, ଖୁବ୍‌ ଶାନ୍ତ ଓ ନମ୍ର':


ନାନାପାଟକର ଆହୁରି କହିଛନ୍ତି ଯେ, `ଅନେକ ବର୍ଷ ପରେ ପୁଣି ମୋର ସୁରଜଙ୍କ ସହ ଭେଟ ହୋଇଥିଲା । ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ସେତେବେଳେ ସେ ଯେମିତି ଥିଲେ ଏବେ ବି ସେମିତି । ଆମେ ଏକ ଫଙ୍କସନ୍‌ରେ ଭେଟ ହୋଇଥିଲୁ । ସେଠାରେ ସେ ମୋତେ ଦେଖୁ ଦେଖୁ ପାଖକୁ ଚାଲିଆସିଥିଲେ ଆଉ ହାତ ଯୋଡ଼ି ନମସ୍କାର କରିଥିଲେ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତାଙ୍କ ମଧ୍ୟରେ କିଛି ବି ପରିବର୍ତ୍ତନ ନଥିଲା । ସେ ପୂର୍ବ ଭଳି ଏବେ ବି ନମ୍ର ଓ ଶାନ୍ତ । ସେ ନିଜକୁ ଭଲ ବୋଲି ଦେଖେଇ ହୁଅନ୍ତି ନାହିଁ ବରଂ ବାସ୍ତବରେ ସେ ସେମିତି ନମ୍ର ଆଉ ଶାନ୍ତ । ତେଣୁ ତାଙ୍କୁ ମୁଁ ଯେବେ ବି ଭେଟିଥାଏ, ମୋତେ ଭାରି ଭଲ ଲାଗେ ।'


ସୁରଜଙ୍କୁ ମିଳିଲା ନାସନାଲ ଆଓ୍ବାର୍ଡ: 


`ହମ ଆପକେ ହେଁ କୌନ', `ହମ ସାଥ ସାଥ ହେଁ', `ପ୍ରେମ ରତନ ଧନ ପାୟୋ' ଭଳି ଫିଲ୍ମର ଡାଇରେକ୍ସେନ ପାଇଁ ସୁରଜ ବଡ଼ଜାତ୍ୟା ଖୁବ୍‌ ଜଣାଶୁଣା । ତାଙ୍କର ଶେଷ ନିର୍ଦେଶିତ ଫିଲ୍ମ `ଉଞ୍ଚାଇ' ୨୦୨୨ରେ ରିଲିଜ୍‌ ହୋଇଥିଲା । ଏଥିରେ ଅମିତାଭ ବଚ୍ଚନ, ନୀନା ଗୁପ୍ତା, ବୋମନ ଇରାନୀ, ଅନୁପମ ଖେର ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡାଇରେକ୍ଟର ଭାବେ ନ୍ୟାସନାଲ ଆଓ୍ବାର୍ଡ ଦିଆଯାଇଛି । ସୁରଜ ବଡ଼ଜାତ୍ୟା କହିଛନ୍ତି, ସେ ଆଗାମୀ ଫିଲ୍ମ ସଲମାନ ଖାନ୍‌ଙ୍କ ସହ କରିବାକୁ ଯୋଜନା ରଖିଛନ୍ତି । କିନ୍ତୁ ଏନେଇ ବିଦ୍ଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Nana Patekar recalls Sooraj Barjatya picking up his shoes to give him during 'Pratighaat' shoot: 'You are heir to this big organisation, don’t do this' | Argus News