ପଞ୍ଜାବୀ ସିଙ୍ଗର ଦିଲଜିତ ଦୋସାଞ୍ଜ ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ

ବଲିଉଡ ସହ ସାରା ଦେଶରେ ତାଙ୍କ ଗୀତର ସବୁଠି ଚର୍ଚ୍ଚା। ତାଙ୍କ କନସର୍ଟ ପାଇଁ ଲୋକ ପାଗଳ। ସେ ଆଉ କେହି ନୁହଁନ୍ତି। ଆମେ କହୁଛୁ ପଞ୍ଜାବର ଫେମସ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କଥ। ଦିଲଜିତଙ୍କ ଗୀତ ଫ୍ୟାନମାନଙ୍କ ହୃଦୟକୁ କିଣି ନେଉଛି। ନୂଆବର୍ଷରେ ଦିଲଜିତଙ୍କ ସ୍ବପ୍ନ ପୂରଣ ହୋଇଛି। ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ଅବସର ପାଇଛନ୍ତି। ଆଉ ଏବେ ମୋଦି ବି ଏବେ ଦିଲଜିତଙ୍କ ଫ୍ୟାନ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦିଲଜିତଙ୍କ ସହ ବହୁ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ। ଏମିତି ବି ମୋଦି ସମସ୍ତଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ସେ କ୍ରୀଡ଼ା ହେଉ କିମ୍ବା ସଙ୍ଗୀତ ହେଉ, ସମସ୍ତଙ୍କୁ ପ୍ରୋତ୍ସାହନ ଦେଇଥାନ୍ତି। ଖୁସିରେ ପିଠି ମଧ୍ୟ ଥାପୁଡାଇଥାନ୍ତି।
ଦିଲଜିତ ପ୍ରଧାନମନ୍ତ୍ରୀଙ୍କୁ ଦେଖୁ ଦେଖୁ ସାଲ୍ୟୁଟ କରିବା ସହ ମୋଦିଙ୍କୁ ଫୁଲ ତୋଡ଼ା ମଧ୍ୟ ଦେଇଥିଲେ। ଏହାର ଏକ ଭିଡିଓ ଦିଲଜିତ ଇନଷ୍ଟାରେ ଶେୟାର କରିଛନ୍ତି। ମୋଦିଙ୍କ ସହ ଯୋଗ ଏବଂ ଭାରତକୁ ନେଇ ବହୁତ ଆଲୋଚନା କରିଥିଲେ। ଦିଲଜିତ କହିଥିଲେ ସାର ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ। ଆପଣ ସିନା ପ୍ରଧାନମନ୍ତ୍ରୀ କିନ୍ତୁ ପ୍ରଥମେ ଆପଣ ହେଉଛନ୍ତି ଜଣେ ପୁଅ। ଯେତେବେଳେ ଆପଣ ଆପଣଙ୍କ ମା' ଏବଂ ଗଙ୍ଗା ମୟାଙ୍କୁ ନେଇ କିଛି ବି କହିଥାନ୍ତି। ସେଇ କଥା ହୃଦୟକୁ ଛୁଇଁଯାଏ। ଏହାପରେ ଦିଲଜିତ ଗୁରୁବାଇ ଶୁଣାଇଥିଲେ। ଯାହାକୁ ଶୁଣି ପିଏମ ବି ଝୁମି ଉଠିଥିଲେ ଏବଂ ଟେବୁଲରେ ହାତକୁ ଗୀତର ତାଳରେ ବଜାଉଥିଲେ। ଶେଷରେ ପିଏମ ବି ଦିଲଜିତଙ୍କୁ ଆହୁରି ଆଗକୁ ବଢ଼ିବାକୁ ପ୍ରଶଂସିତ କରିଥିଲେ। ଆଉ କହିଥିଲେ ଭାରତର ବିଭିନ୍ନ ସ୍ଥାନକୁ ଯାଇ ତୁମେ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଶକ୍ତିଶାଳୀ କରିଛ। ତୁମ ପାଇଁ ଦେଶ ସବୁବେଳେ ଗର୍ବିତ।