Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’

Entertainment

ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’

Ritu Das
Browse all articles by Ritu Das
·1 year ago·2 min read
ଭାରତରେ ୯୦୦ କୋଟି ରୋଜଗାର କଲାଣି ‘ପୁଷ୍ପାରାଜ୍’

ଅର୍ଗସ ବ୍ୟୁରୋ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି ‘ପୁଷ୍ପା-୨’ ଜଲୱା। ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରୁଛି ପୁଷ୍ପା-୨ । ବହୁ ପ୍ରତିକ୍ଷୀତ ପୁଷ୍ପା-୨ ବକ୍ସ ଅଫିସରେ ନୂଆ ଅଧ୍ୟାୟ ଲେଖିବା ଜାରି ରଖିଛି । ରିଲିଜର ୧୦ ଦିନ ଭିତରେ ସାରା ବିଶ୍ୱରେ ‘ପୁଷ୍ପା-୨’ ୧୦୦୦ କୋଟି କଲେକ୍ସନ କରି ସାରିଥିଲା । କିନ୍ତୁ ୧୧ ଦିନରେ ଏହା ଆଉ ଏକ ରେକର୍ଡ ନିଜ ନାମରେ କରିଛି । ରିଲିଜ ହେବାର ୧୧ ଦିନ ପରେ ‘ପୁଷ୍ପା-୨’ କେବଳ ଭାରତରେ ହିଁ ୯୦୦ କୋଟି ଆୟ କରିବାରେ ସଫଳ ହୋଇଛି । ରିପୋର୍ଟ ଅନୁସାରେ, ‘ପୁଷ୍ପା-୨’ ୧୧ତମ ଦିନରେ କେବଳ ଭାରତରେ ହିଁ ୯୦୦ କୋଟି ଟଙ୍କାର ବିଜନେସ କରିଛି ।


ଏଥିରୁ ହିନ୍ଦୀ ଭାଷାରେ ଏହି ଫିଲ୍ମ ୫୫ କୋଟି ଟଙ୍କା ଆୟ କରିଥିବା ବେଳେ ତେଲୁଗୁ ଭାଷାରେ ୧୬ କୋଟି ଏବଂ ତାମିଲ ଭାଷାରେ ୩ କୋଟି ଟଙ୍କା ଆୟ କରିପାରିଛି । ତେବେ କନ୍ନଡ଼ ଏବଂ ମାଲାୟଲମ ଭାଷାରେ ‘ପୁଷ୍ପା-୨’ ବିଶେଷ ପ୍ରଭାବ ପକାଇପାରିନାହିଁ । ତେବେ ଶନିବାର ପୁଷ୍ପା-୨ ମୋଟ ୬୩.୩ କୋଟି ଆୟ କରିବାରେ ସଫଳ ହୋଇଥିଲା । ସେହିପରି ତେଲୁଗୁ ଭାଷାରୁ ୨୭୯.୩୫ କୋଟି ଆୟ କରିଥିବା ବେଳେ ତାମିଲରୁ ୪୮.୧ କୋଟି କଲେକ୍ସନ କରିପାରିଛି । ତେବେ କନ୍ନଡ଼ ଭାଷାରେ ମୋଟ ୬.୫୫ କୋଟି ଏବଂ ମାଲାୟାଲମ ଭାଷାରେ ମାତ୍ର ୧୩.୪ କୋଟି ଟଙ୍କା ଆୟ କରିଛି ‘ପୁଷ୍ପା-୨’। ତେବେ ସାରା ବିଶ୍ବରେ ୧୧ ଦିନର ଆୟ ମୋଟ ୧୩୦୦ ଛୁଇଁଛି । ଏହା ଖୁବ ଶୀଘ୍ର ୨୦୦୦ କୋଟି ଟଙ୍କାର ମାଇଲଷ୍ଟୋନ ଛୁଇଁବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Pushparaj' | Argus News