ମାତ୍ର ୬ ମାସରେ ୫୫ କେଜି କମାଇଦେଲେ ରାମ୍ କପ୍ପୁର

ଅର୍ଗସ ବ୍ୟୁରୋ : ୫୫ କେଜି କମିଲେ ରାମ କପ୍ପୁର । ନିଜର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଓଜନ ହ୍ରାସ ଦେଖି ଅନେକ ଜଣ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କାରଣ ପୂର୍ବରୁ କରିଥିବା ଅନେକ ଫିଲ୍ମ ସିରିୟଲ ରେ ସେ ବହୁତ ମୋଟା ଥିବା ଦେଖିବାକୁ ମିଳିଥିଲା । ବିଶେଷ କରି "ବଡେ ଆଚ୍ଛେ ଲଗତେ ହୈ"ସିରିୟଲରେ ସେ ଖୁବ ମୋଟା ଦିଶୁଥିଲେ । ହେଲେ ଅଚାନକ ତାଙ୍କର ଏତେ ଓଜନ ହ୍ରାସ ପାଇଥିବା ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।
ରାମ୍ଙ୍କୁ ଅନେକ ଜଣ ଓଜେମ୍ପିକ , ଡ୍ରଗ୍ସ ଦ୍ବାରା ଓଜନ କମାଇଥିବା ବୋଲି ଦାବି କରିଥିଲେ । ହେଲେ ଏସବୁ ଜିନିଷକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ରାମ କପ୍ପୁର । ଇନଷ୍ଟାଗ୍ରାମରେ ନିଜର ଏଖ ଭିଡିଓ ପୋଷ୍ଟ କରି ତାଙ୍କ ଓଜନ ହ୍ରାସର ରାଜ୍ ଖୋଲିଛନ୍ତି । ରାମ୍ କହିଛନ୍ତି, "ଅନେକ ଲୋକ ଏପରି କହୁଛନ୍ତି, ଯେ ମୁଁ ଓଜେମ୍ପିକ କିମ୍ବା ଡ୍ରଗ୍ସ ଦ୍ବାରା ଓଜନ ହ୍ରାସ କରିଛି । ପ୍ରକୃତରେ ଓଜନ ହ୍ରାସ ପାଇଁ ଏସବୁ କରିବା କିଛି ଖରାପ ନୁହେଁ , କିନ୍ତୁ ମୁଁ ଏପରି କରିନାହିଁ । ମୁଁ କଠିନରୁ କଠିନ ପରିଶ୍ରମ କରି ପତଳା ହୋଇଛି । ପ୍ରତିଦିନ ଅନେକ ସମୟ ମୁଁ କଠିନ ପରିଶ୍ରମ ବ୍ୟାୟାମ କରିଛି । ଯେଉଁଥିପାଇଁ ମାତ୍ର ୪ରୁ ୬ ମାସ ଭିତରେ ହିଁ ମୁଁ ୫୫ କେଜି କମାଇ ପାରିଛି । ତେଣୁ ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି, ସେମାନେ ଚାହିଁଲେ ଓଜେମ୍ପିକ କିମ୍ବା ଡ୍ରଗ୍ସ ନେଇପାରିବେ । ତା ଛଡା କଠିନ ପରିଶ୍ରମ ଦ୍ବାରା ମଧ୍ୟ ଓଜନ କମାଇ ପାରିବେ ।"
ଏବଂ ଯେଉଁମାନେ ଓଜେମ୍ପିକ ଦ୍ବାରା ଓଜନ କମାଉଛନ୍ତି, ସେମାନଙ୍କୁ ଆଦୌ ଖରାପ କହିବା କଥା ନୁହେଁ ବୋଲି ସେ ଅନ୍ୟ ଲୋକମାନଙ୍କୁ କହିଛନ୍ତି ।