Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା , ମନା କଲେ ମୁକେଶ ଖାନ୍ନା

Smruti Parija
Browse all articles by Smruti Parija
·1 year ago·2 min read
ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା ,  ମନା କଲେ ମୁକେଶ ଖାନ୍ନା

ଅର୍ଗସ ବ୍ୟୁରୋ : ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା । ସିଧାସିଧା ମନା କରିଦେଲେ ମୁକେଶ ଖାନ୍ନା । ଏପରି କିଛି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଶକ୍ତିମାନ ଧାରାବାହିକ ପ୍ରତ୍ୟେକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନରେ ରହିଛି । ଯେଉଁଥିରେ ନିଖୁଣ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ ମୁକେଶ ଖାନ୍ନା । ଏବେ ସେହି ଶକ୍ତିମାନ ଭୂମିକା ଉପରେ ଏକ ଫିଲ୍ମ ତିଆରି ହେବାକୁ ଯାଉଛି । ଏହି ଫିଲ୍ମକୁ ୟଶରାଜ ଫିଲ୍ମ ପକ୍ଷରୁ କରାଯାଉଛି । ଯେଉଁଥିରେ ରଣବୀର ସିଂଙ୍କୁ ଶକ୍ତିମାନ ଭୂମିକାରେ ରଖିବା ପାଇଁ ମୁକେଶଙ୍କ ପାଖରୁ ପରାମର୍ଶ ଆଣିବାକୁ ଯାଇଥିଲେ । ହେଲେ ମୁକେଶ ସିଧାସିଧା ନା ବୋଲି କହିଛନ୍ତି ।


ମୁକେଶ ଖାନ୍ନା କହିଛନ୍ତି, ରଣବୀର ଏହି ଶକ୍ତିମାନ ଚରିତ୍ର ପାଇଁ ରଣବୀର ଉପଯୁକ୍ତ ନୁହନ୍ତି । ଏଥିପାଇଁ ତାଙ୍କୁ ଅଭିନୟ କରିବାକୁ ମୁଁ ଆଦୌ ଅଧିକାର ଦେଇପାରିବି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଏହି ଫିଲ୍ମ ତିଆରି କରିବାକୁ ଚାହୁଁଛ, ତାହେଲେ ମୋ ସହିତ ହିଁ ତିଆରି କର । ନଚେତ ମୁଁ ଏହି ଫିଲ୍ମକୁ ଡିସ୍କୋ ଡ୍ରାମା କରିବାର ଅଧିକାର ତୁମକୁ ଦେବିନି ।" ମୁକେଶ ଏହି ଚରିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପସନ୍ଦ କରିଛନ୍ତି । ସେ କହିଛନ୍ତି, ଅଲ୍ଲୁ ଏହି ଚରିତ୍ର ପାଇଁ ଉପଯୁକ୍ତ ଅଭିନେତା ଅଟନ୍ତି । ଏହି ଚରିତ୍ରକୁ ନିଖୁଣ ଭାବରେ ନିଭାଇବାର କ୍ଷମତା ଅଲ୍ଲୁଙ୍କ ପାଖରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ରଣବୀରଙ୍କୁ ନେଇ ସେ କହିଛନ୍ତି, ରଣବୀର ଜଣେ ଭଲ ଅଭିନେତା ହୋଇପାରନ୍ତି, କିନ୍ତୁ ଶକ୍ତିମାନ ଭୂମିକା ନିଭେଇବା ପାଇଁ କେବଳ ଭଲ ଅଭିନେତା ହେବା ଜରୁରୀ ନୁହେଁ, ଏଥିପାଇଁ ଚେହେରାର ମଧ୍ୟ ଆବଶ୍ୟକତା ରହିଛି । ଆଉ ରଣବୀରଙ୍କ ଚେହେରା ଏହି ଚରିତ୍ର ସହ ଆଦୌ ଖାପ ଖାଉନି । ତେବେ ଏହାକୁ ଫ୍ୟାନ୍ସମାନେ ରଣବୀରଙ୍କ ସପକ୍ଷରେ କହିଥିବା ବେଳେ ମୁକେଶ ଆହୁରି ମଧ୍ୟ କହିଛନ୍ତି, ସେ ଖିଲିଜି ଭୂମିକାରେ ଖୁବ ଭଲ ଅଭିନୟ କରିଥିଲେ । କିନ୍ତୁ ଶକ୍ତିମାନ ଚରିତ୍ର ପାଇଁ ଉପଯୁକ୍ତ ନୁହନ୍ତି ।

Sponsored
Ranveer will be not get role in saktiman character, said mukesh khanna | Argus News