‘ସ୍କାଏଫୋର୍ସ’ର ଟ୍ରେଲର ରିଲିଜ, ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବେ ବୀର

ଅର୍ଗସ ବ୍ୟୁରୋ: ସ୍କାଏ ଫୋର୍ସର ଦମଦାର ଟ୍ରେଲର ରିଲିଜ ହୋଇଛି । ବଡ଼ ପରଦାରେ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ଘଟଣା ପଛର କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ଜାନୁଆରୀ ୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । କିଛି ନୂଆ କାହାଣୀ ସହ ବାୟୁ ସେନାର ବୀରତ୍ୱକୁ ପ୍ରଦର୍ଶନ କରିଛି। ଯାହା ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି। ଟ୍ରେଲରଟି ଅତ୍ୟନ୍ତ ଚମତ୍କାର ଥିବାବେଳେ ଦମ୍ଦାର ଡାଏଲଗ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ର ସହିତ ବୀର ପହରିଆ ଡେବ୍ୟୁ କରିବାକୁ ଯାଉଛନ୍ତି।
ଅକ୍ଷୟ ଓ ବୀରଙ୍କର ଖୁବ୍ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିବ । ଦୁହେଁ ଫିଲ୍ମରେ ଜବରଦସ୍ତ ଆକ୍ସନ କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବାକୁ ଯାଉଛନ୍ତି ଅକ୍ଷୟ କୁମାର।ସେହିଭଳି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାଟି ଆସନ୍ତା ଜାନୁଆରୀ ୨୪ ତାରିଖରେ ରିଲିଜ୍ ହେବ। ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ରିଲିଜ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: