Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହିଁକି ବିମାନରୁ ଡେଇଁଲେ ସୋନାକ୍ଷୀ ?

Entertainment

କାହିଁକି ବିମାନରୁ ଡେଇଁଲେ ସୋନାକ୍ଷୀ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାହିଁକି ବିମାନରୁ ଡେଇଁଲେ ସୋନାକ୍ଷୀ ?

ଅର୍ଗସ ବ୍ୟୁରୋ:  ବିମାନରୁ ଡେଇଁପଡିଲେ ସୋନାକ୍ଷୀ ସିହ୍ନା।ବହୁତ ଉଚ୍ଚାରୁ ସେ ତଳକୁ ଡେଉଁଥିବା ଦେଖାଯାଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୋନାକ୍ଷୀ ସିହ୍ନା ଇନଷ୍ଟାଗ୍ରାମରେ ବିମାନରୁ ଡେଇଁବାର ଭିଡିଓ ସେୟାର କରିଛନ୍ତି । ଏହାକୁ ସେୟାର କରିବା ବଳେ ସୋନାକ୍ଷୀ ଲେଖିଛନ୍ତି, “ଆମେ 30 ଡିସେମ୍ବର 2022 ରେ ଆମେ ନିର୍ବନ୍ଧ କରିଥିଲୁ । ଆଜି 2 ବର୍ଷ ସମାପ୍ତ ହୋଇଛି । ତେଣୁ ଆମେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଏହିପରି ଭାବରେ ଆମେ 2024 ବର୍ଷକୁ ବିଦାୟ ଦେଉଛୁ । 2025 ରେ ଆମ ପାଇଁ କଣ ଅଛି ଦେଖିବା ପାଇଁ ଉତ୍ସାହିତ ।


ବର୍ତ୍ତମାନଠାରୁ ଆପଣ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ।” ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର ବିବାହକୁ 6 ମାସ ବିତିଯାଇଛି । ସୋନାକ୍ଷୀ ଏବଂ ଜହିର ବିମାନରୁ ଓହ୍ଲାଇ ଆକାଶରେ ଉଡ଼ିଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଦୁହେଁ ଏତେ ଖୁସି ଯେ ଏହାକୁ ଦେଖିଲେ କଳ୍ପନା କରିପାରିବେ । ଭିଡିଓରେ ଦୁହେଁ ହସୁଥିବା ଏବଂ ବେଳେବେଳେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖି ଫ୍ୟାନ୍ସ ପ୍ରଶଂସା କରୁଥିବା ଦେଖାଯାଇଛି । ଦୁହିଁଙ୍କ ଯୋଡି ଖୁବ ସୁନ୍ଦର ଲାଗୁଛି ବୋଲି ପ୍ରଶଂସକ କହୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Sonakshi and Zaheer celebrate their 2 year engagement anniversary by jumping off a plane | Argus News