Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଲିଉଡ ଅଭିନେତ୍ରୀ ପୁନମ ଧିଲନଙ୍କ ଘରୁ ଚୋରି

Entertainment

ବଲିଉଡ ଅଭିନେତ୍ରୀ ପୁନମ ଧିଲନଙ୍କ ଘରୁ ଚୋରି

Ritu Das
Browse all articles by Ritu Das
·1 year ago·1 min read
ବଲିଉଡ ଅଭିନେତ୍ରୀ ପୁନମ ଧିଲନଙ୍କ ଘରୁ ଚୋରି

ବଲିଉଡ ଅଭିନେତ୍ରୀ ପୁନମ ଧିଲନ। ବର୍ତ୍ତମାନଙ୍କ ଘରୁ ଚୋରି ମାମଲା ସାମ୍ନାକୁ ଆସିଛି। ଘରୁ ହୀରାର ନେକ୍‌ଲେସ୍‌ ସାଙ୍ଗକୁ ଚୋରି କରି ନେଇଗଲା ୩୫ ହଜାର ନଗଦ ଟଙ୍କା ସହ କିଛି ଆମେରୀକିୟ ଡଲାର। ଏହି ମାମଲରେ ପୋଲିସ ଏବେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ମୁତାବକ ମୁମ୍ବାଇ ଖାର ସ୍ଥିତ ଅଭିନେତ୍ରୀ ପୁନମଙ୍କ ଘରୁ ପ୍ରାୟ ଏକ ଲକ୍ଷ ଟଙ୍କାର ହୀରାର ହାର, ନଗଦ ୩୫,୦୦୦ଟଙ୍କା ଓ କିଛି ଆମେରିକୀୟ ଡଲାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ଏହି ମାମଲରେ ପୋଲିସ ଜଣେ ଅଭିଯୁକ୍ତକୁ ବାନ୍ଧିଛି। ଏହି ଗିରଫଦାରୀ ଜାନୁଆରୀ ୬ରେ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ୩୭ ବର୍ଷିୟ ସମୀର ଅନସାରୀ ବୋଲି ଜଣାପଡିଛି। ଏହି ଅଭିନେତ୍ରୀ ମୁଖ୍ୟତ ଜୁହୁରେ ରହୁଥିବାବେଳେ ତାଙ୍କ ପୁଅ ଅନମୋଲ ଖାର ସ୍ଥିତ ଘରେ ରୁହନ୍ତି। ପୁନମ ବେଳେ ବେଳେ ଖାର ଥିବା ଘରେ ମଧ୍ୟ ରୁହନ୍ତି।


ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଅନସାରୀ ଫ୍ଲାଟ ରଙ୍ଗ କରିବା ପାଇଁ ଡିସେମ୍ବର ୨୮ରୁ ଜାନୁୟାରୀ ୫ ମଧ୍ୟରେ ଅଭିନେତ୍ରୀଙ୍କ ଘରେ ଥିଲେ। ଏହି ସମୟ ମଧ୍ୟରେ ଅନସାରୀ ଖୋଲା ଆଲମାରୀ ଦେଖି ଚୋରି କରିବାର ସୁଯୋଗ ପାଇଥିଲେ । ଏହାପରେ ନିଜ ସାଙ୍ଗସାଥୀଙ୍କ ସହ ସେ ସେହି ଟଙ୍କାରେ ପାର୍ଟି ମଧ୍ୟ କରିଥିବା ନେଇ ପୋଲିସ କହିଛି। ସୂଚନାନୁସାରେ, ପୁନମଙ୍କ ପୁଅ ଅନମୋଲ ଜାନୁଆରୀ ୫ରେ ଦୁବାଇରୁ ଫେରି ନଗଦ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଯାଞ୍ଚ କରିବା ପରେ ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହି ସମୟ ମଧ୍ୟରେ ଅନମୋଲ ଜାଣିବାକୁ ପାଇଲେ ଯେ ସାମଗ୍ରୀ ନିଖୋଜ ଅଛି । ସେ ତାଙ୍କ ମା ସହିତ ଏ ବିଷୟରେ କଥା ହୋଇଥିଲେ। ଅଭିଯୋଗ ପରେ ସମୀର ଅନସାରୀ ଏହି ଚୋରି କରିଥିବା ନେଇ ସ୍ଵୀକାର କରିଥିଲେ ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-stolen-from-bollywood-actress-punam-dhillons-house | Argus News