୫୯ ବର୍ଷରେ ପାଦ ଥାପିଲେ ସଲମାନ ଖାନ

ଅର୍ଗସ ବ୍ୟୁରୋ: ବଲିଉଡର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନଙ୍କ ଜନ୍ମ ଦିନ । ଆଜି ବି ସେ ୫୯ ବର୍ଷରେ ପିଟ୍ ଆଣ୍ଡ ଫାଇନ୍ । ସେ ସମସ୍ତଙ୍କ ହୃଦୟରେ କରନ୍ତି ରାଜ୍। ସଲମାନ୍ ନିଜ ବାପା-ମାଙ୍କୁ ଖୁବ୍ ଭଲ ପାଆନ୍ତି। ଆଉ ସେ ଆଜି ବି ତାଙ୍କ ପାଖରେ ହିଁ ରୁହନ୍ତି। ଏବେ ସେ ଖୁବ୍ ଧନୀ ଓ ବିଳାଶମୟ ଜୀବନଯାପନ କରୁଛନ୍ତି। ହେଲେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଦବଙ୍ଗ୍ ଖାନଙ୍କର ପ୍ରଥମ ରୋଜଗାର ୧୦୦ ଟଙ୍କାରୁ ବି କମ୍। ତାଙ୍କର ସ୍ୱାଗ ଯେମିତି, ହୃଦୟ ବି ସେମିତି। ଖୋଲା ହୃଦୟରେ ଅନ୍ୟକୁ କରନ୍ତି ସାହାଯ୍ୟ। ୨୭ ଡିସେମ୍ବର ୧୯୬୫ ରେ ଇନ୍ଦୋରରେ ଜନ୍ମ ହୋଇଥିବା ସଲମାନ ଖାନ।
ଆଜି ସେ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସଲମାନଙ୍କ ପ୍ରଶଂସକଙ୍କ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଲୋକମାନେ ତାଙ୍କୁ ଭାଇଜାନ ବୋଲି ଡାକନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହାହିଁ ସତ। ୧୯୮୮ ମସହାରେ ସେ ‘ବିୱି ହୋ ତୋ ଏସି’ ଫିଲ୍ମ ଜରିଆରେ କରିଥିଲେ ଡେବ୍ୟୁ। ହେଲେ ଫିଲ୍ମ ‘ମେନେ ପ୍ୟାର କିୟା’, ‘ସାଜନ’ , ‘ହମ୍ ଆପକେ ହୈ କୌନ୍’, ‘କରଣ-ଅର୍ଜୁନ୍’, ‘ଜୁଡୱା’, ‘ପ୍ୟାର କିୟା ତୋ ଡରନା କିୟା’,‘ଦବଙ୍ଗ୍’ , ‘ବଡ଼ିଗାର୍ଡ’,’ଏକଥା ଟାଇଗର’, ‘ବଜରଙ୍ଗୀ ଭାଇଜାନ୍’ ଭଳି ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ। ସଲ୍ଲୁମିଆଁ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସେଟ୍ କରିଥିଲେ। ସଲମାନ୍ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ହୃଦୟର ମଣିଷ ବି। ସେ ଅନେକ ଲୋକଙ୍କ ଜୀବନ ସୁଧାରି ଦେଇଛନ୍ତି। ଏଥିପାଇଁ ଆଜି ପୂରା ଇଣ୍ଡଷ୍ଟ୍ରି ତାଙ୍କୁ ସମ୍ବୋଧନ କରୁଛି ଭାଇଜାନ୍।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: