Videos
|
Entertainment

ବିବାହ ପରେ ଅଭିନୟଜଗତୁ ବିଦାୟ ନେଲେ ଏହି ସାଉଥ୍‌ ଅଭିନେତ୍ରୀ!

Ritu Das
Browse all articles by Ritu Das
·1 year ago
ବିବାହ ପରେ ଅଭିନୟଜଗତୁ ବିଦାୟ ନେଲେ ଏହି ସାଉଥ୍‌ ଅଭିନେତ୍ରୀ!

ଅର୍ଗସ ବ୍ୟୁରୋ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ କହୁନାହୁଁ। ବରଂ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ତାଙ୍କ ପାଖରେ ଏବେ ମାତ୍ର ୨ ଫିଲ୍ମ ଅଛି, ଯେଉଁଥିରେ ରିଭଲଭର ରିଟା ଏବଂ କନ୍ନିବେଦୀ ସାମିଲ ଅଛି। ଏହି ଫିଲ୍ମ ପରେ ସେ କୌଣସି ଫିଲ୍ମ ସାଇନ କରିନାହାନ୍ତି।


ଏଣୁ ସେ ଅଭିନୟରୁ ବିରତି ନେବେ ବୋଲି କୁହାଯାଉଛି। କହିରଖୁଛୁ, କୀର୍ତ୍ତି ନିଜର ସ୍କୁଲ ବେଳର ପ୍ରେମିକ ଆଣ୍ଟନୀ ଥାଟିଲଙ୍କୁ ଗୋଆରେ ବିବାହ କରିଛନ୍ତି। ହିନ୍ଦୁ ସହ ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ପରିବାରଲୋକଙ୍କ ସହ ସାଥୀ କଳାକାର ଯୋଗ ଦେଇଥିଲେ। ଏହାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This South actress left acting after marriage! | Argus News