Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାର୍ତ୍ତିକଙ୍କ ସହ ନଜର ଆସିବେନି ତୃପ୍ତି...

Entertainment

କାର୍ତ୍ତିକଙ୍କ ସହ ନଜର ଆସିବେନି ତୃପ୍ତି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାର୍ତ୍ତିକଙ୍କ ସହ ନଜର ଆସିବେନି ତୃପ୍ତି...

ଅର୍ଗସ ବ୍ୟୁରୋ:  ତୃପ୍ତିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଆଶିକୀ-୩ରୁ ଆଉଟ୍ ହେଲେ ତୃପ୍ତି ଡିମ୍ରି । ଶେଷ ଥର ପାଇଁ 'ଭୁଲ ଭୁଲୈୟା-୩'ରେ ନଜର ଆସିଥିଲେ। ତାଙ୍କ ଚଳଚ୍ଚିତ୍ରକୁ ନେଇ ଅନେକ ସମୟରେ ଚର୍ଚ୍ଚ‌ାରେ ରହିଥାଏ। କାର୍ତ୍ତିକ ଆଗକୁ ଫିଲ୍ମ 'ଆଶିକୀ-୩'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅନୁରାଗ ବାସୁ । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ କୁହାଯାଉଥିଲା। କିନ୍ତୁ ଏବେ ଫିଲ୍ମର ସୁଟିଂ ତାରିଖ ଘୁଞ୍ଚିଥିବା ନେଇ ଜଣାପଡ଼ିଛି। ବଲିଉଡ ଅଭିନେତ‌ା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତିଙ୍କର ଶେଷ ଫିଲ୍ମ ଥିଲା । ତାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ ।


ତୃପ୍ତିଙ୍କ ଲୋକପ୍ରିୟତାକୁ ଦେଖି ନିର୍ମାତା ତାଙ୍କୁ ଆଶିକୀ-୩' ଫିଲ୍ମରେ କାଷ୍ଟ କରିଥିଲେ। କିନ୍ତୁ ଲଗାତାର ତାଙ୍କ ଫିଲ୍ମ ଫ୍ଲପ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ ନୂଆ ଅଭିନେତ୍ରୀଙ୍କ ସନ୍ଧାନରେ ଅଛନ୍ତି। ଫିଲ୍ମର କାହାଣୀ ବଦଳାଯିବା ସହ ଏକ ନୂଆ ମୁହଁକୁ ନିର୍ମାତା ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ଫିଲ୍ମରେ ଅଭିନେତ୍ରୀ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ନିର୍ମାତା ସ୍ଥିର କରିଥିଲେ। ହେ‌ଲେ ଏବେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ନେଇ ଜଣାପଡିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁହାଯାଉଛି କି ଏହି ଚରିତ୍ର ପାଇଁ ସେ ଫିଟ୍ ନୁହନ୍ତି । ଏଥିପାଇଁ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ନେଇ ଜଣାପଡ଼ିଛି। ଏହା ସହ ଏବେ ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାସହ ଆଉ କେଉଁ ଅଭିନେତ୍ରୀ ଏଥିରେ ଅଭିନୟ କରିବେ ତାହା ଜଣାପଡିନାହିଁ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Triptii dropped from Kartik’s Aashiqui 3 because of Animal connection? | Argus News