Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକ

ଅର୍ଗସ ବ୍ୟୁରୋ:   ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ପରଲୋକ। ଆଜି ତାଙ୍କର ପରଲୋକ ଘଟିଛି । ସେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ୩୦ରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ଦୀର୍ଘଦିନ ଧରି ବେନେଗଲ କୀଡନୀ ସମସ୍ୟାରେ ପୀଡିତ ଥିଲେ। ତେବେ ଶ୍ୟାମ ବେନେଗଲଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ତାଙ୍କ ଝିଅ ପିୟା ବେନେଗଲ। 


ଭାରତୀୟ ସିନେମାରେ ନସିରୁଦ୍ଦୀନ ଶାହ, ଅମରେଶ ପୁରୀ, ସ୍ମିତା ପାଟିଲ, ଓମ ପୁରୀ ଓ ଶବାନା ଆଜମୀଙ୍କ ପରି ବିଶିଷ୍ଟ ତାରକାଙ୍କୁ ପରିଚୟ ଦେଇଥିବା ଶ୍ୟାମଙ୍କୁ ଦାଦା ସାହେବ ଫାଲେକ ସମ୍ମାନ ମିଳିସାରିଛି। ନିଜ କ୍ୟାରିୟରରେ ବେନେଗଲ ୮ ଥର ଜାତୀୟ ପୁରସ୍କାର ଜିତିଛନ୍ତି। ଓ୍ଵେଲକମ୍‌ ଟୁ ସଜ୍ଜନପୁରଠୁ ନେଇ ଦ ମେକିଂ ଅଫ ମହାତ୍ମା ଗାନ୍ଧୀ  ପର୍ଯ୍ୟନ୍ତ ତାଙ୍କ ସଫଳତାର କାହାଣୀ ବହୁତ ଲମ୍ବା ରହିଛି। ଡିସେମ୍ବର ୧୪ରେ ୯୦ତମ ଜନ୍ମଦିନ ପାଳନ କରିଥିଲେ ଏହି ନିର୍ଦ୍ଦେଶକ। ସିନେମା ଜଗତରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ବେନେଗଲଙ୍କୁ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Veteran filmmaker Shyam Benegal passed away on Monday at Wockhardt Hospital in Mumbai. | Argus News