ଜନ୍ମଦିନରେ `ଟକ୍ସିକ'ର ଦମଦାର ଟିଜର ରିଲିଜ କଲେ ୟଶ

କେଜିଏଫରୁ ପୁରା ଭାରତରେ ରାଜ କରିଥିଲେ ସାଉଥ ଅଭିନେତା ୟଶ। ଖୁବଶୀଘ୍ର ୟଶ ତାଙ୍କର ନୂଆ ମୁଭି ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଫ୍ୟାନ୍ସଙ୍କର ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଫିଲ୍ମ ଟକ୍ସିକକୁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ। କିଛି ଦିନ ପୂର୍ବରୁ ୟଶ ଏହି ଫିଲ୍ମକୁ ନେଇ କିଛି ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆଜି ୟଶ ତାଙ୍କ ଜନ୍ମଦିନରେ ଅପକମିଙ୍ଗ ମୁଭିକୁ ନେଇ ବଡ଼ ଖୁଲାସା କରିଛନ୍ତି। ଆଜି ତାଙ୍କ ମୁଭି ଟକ୍ସିକର ଦମଦାର ଟିଜର ରିଲିଜ ହୋଇଛି।
କିନ୍ତୁ ଏହି ମୁଭିରେ ସେ ତାଙ୍କ ଚରିତ୍ରକୁ ନେଇ ବେଶୀ କିଛି କହିନାହାନ୍ତି। ସେ କହିଛନ୍ତି ଯେ, ଫ୍ୟାନ୍ସ ମାନଙ୍କ ପାଇଁ ମୋ ତରଫରୁ ହେଉଛି ଏକ ଛୋଟ ସରପ୍ରାଇଜ ଗିଫ୍ଟ। ଏହି ଫିଲ୍ମକୁ ନେଇ ଯେତେ ପ୍ରକାର ପୋଷ୍ଟର ଶେୟାର କରାଯାଇଥିଲା ସବୁଥିରେ ୟଶଙ୍କ ଲୁକ୍ସକୁ ସସପେନ୍ସ ରଖାଯାଇଥିଲା। ଟିଜରରେ ଦେଖାଯାଉଛି ଯେ, ୟଶ ଏକ କାରରୁ ବାହାରିକି ଏକ କ୍ଲବକୁ ଏଣ୍ଟ୍ରି କରୁଛନ୍ତି। ୟଶଙ୍କର ଲୁକ୍ସ ଏକଦମ ଓ୍ବାଇଲ୍ଡ ଅଛି। ଯାହା କେଜିଏଫ ଫିଲ୍ମର ଲୁକ୍ସକୁ ତାଜା କରିଦେଉଛି। ଏପର୍ଯ୍ୟନ୍ତ ଏହି ମୁଭିର ଷ୍ଟାର କାଷ୍ଟକୁ କୁହାଯାଇନି। ସବୁ ସସପେନ୍ସ ରହିଛି। ତେବେ ଦେଖିବାକୁ ବାକି ରହିଲା ୟଶଙ୍କର ଏହି ମୁଭିକୁ ଫ୍ୟାନମାନେ କେତେ ଭଲ ପାଇବା ଦେଉଛନ୍ତି। ଜନ୍ମଦିନରେ ୟଶଙ୍କୁ ଢେର ସାରା ଅଭିନନ୍ଦନ। happy birthday ୟଶ।