|
logo
Live

Argus News - 2001 ସଵୁଠୁ ବଡ ଫ୍ଲପ୍ ୟାଦେଁ ଚଳଚ୍ଚିତ୍ର

Entertainment

2001 ସଵୁଠୁ ବଡ ଫ୍ଲପ୍ ୟାଦେଁ ଚଳଚ୍ଚିତ୍ର

Rashmita Mishra
Browse all articles by Rashmita Mishra
·2 years ago·2 min read
2001 ସଵୁଠୁ ବଡ ଫ୍ଲପ୍ ୟାଦେଁ ଚଳଚ୍ଚିତ୍ର

ଅର୍ଗସ ବ୍ୟୁରୋ:ଭଲ ଫିଲ୍ମ ଦେଖିଵାକୁ ସମସ୍ତେ ପସନ୍ଦ କରିଥାନ୍ତି । ବଲିଉଡରେ ପ୍ରାୟତଃ ଦେଖାଯାଏ  ଯଦି କୌଣସି ଚଳଚ୍ଚିତ୍ର ହିଟ୍ ହୁଏ ତେବେ ଆଉ ଏକ ସମାନ ନାମରେ ଅନ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରି ବକ୍ସ ଅଫିସରେ ପ୍ରଥମ ଚଳଚ୍ଚିତ୍ରର ସଫଳତାକୁ ପୁନରାବୃତ୍ତି କରିବାକୁ ଚାହାଁନ୍ତି ।  ହେଲେ କେବେକେବେ ଏଥିରୁ ନିରାଶ ହବାକୁ ପଡେ,ନଚେତ କେବେକେବେ ଫିଲ୍ମ ସୁପରହିଟ ହୋଇଯାଏ ।୨୦୦୧ ଚଳଚ୍ଚିତ୍ର 'ୟାଦେଁ' ସହିତ ସମାନ ଜିନିଷ ଘଟିଥିଲା ।​ ସମାନ ନାଁ ଥିବା କଳା ଧଳା ଚଳଚ୍ଚିତ୍ର ୩୭ ବର୍ଷ ପୂର୍ବେ ପରଦାରେ ମୁକ୍ତିଲାଭ କରିଥିଲା ଯାହା ଵହୁତ ଭଲ ପ୍ରଦର୍ଶନ କରିଥିଲା । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ବ୍ୟତୀତ ଏହି ଚଳଚ୍ଚିତ୍ରଟି ସେଇ ନାଁରେ ଏକ ବିଶ୍ୱ ରେକର୍ଡ ମଧ୍ୟ ହୋଇଛି । 

୧୯୬୪  ମସିହାରେ ସୁନୀଲ ଦତ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ୟାଦେଁ’ ମୁକ୍ତିଲାଭ କରିଥିଲା। ଏହି କଳା  ଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁନୀଲ ଦତ୍ତ। ଏହି ଚଳଚ୍ଚିତ୍ରରେ ନର୍ଗିସ୍ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଵହୁତ କମ ଦିନ ଚାଳିଵାରୁ ଦର୍ଶକଙ୍କ ଉପରେ ବହୁତ ପ୍ରଭାବ ପକାଇ ଦର୍ଶକ ମାନଙ୍କର ଅନେକ ଭଲପାଇଵା ମିଳିଥିଲା ।ଏହି ଚଳଚ୍ଚିତ୍ରର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ରେକର୍ଡ କରାଯାଇଛି । 

ସୁଭାଷ ଘାଇଙ୍କ ଫିଲ୍ମ  ଫ୍ଲପ୍ :-
୩୭ବର୍ଷ ପରେ ସୁଭାଷ ଘାଇ ପୁଣି ସମାନ ନାମରେ ଏକ ଚଳଚ୍ଚିତ୍ର କରିଵାକୁ ସ୍ଥିର କଲେ ଏବଂ ସେ ତାଙ୍କ ଫିଲ୍ମରେ ଜ୍ୟାକି ଶ୍ରଫ, ହ୍ରିତିକ ରୋଶନ ଏବଂ କରୀନା କପୁରଙ୍କୁ ନେଇ ଫିଲ୍ମ କରିଥିଲେ । ସୁଭାଷ ଘାଇ ପ୍ରଥମେ ଜ୍ୟାକି ଶ୍ରଫ ଏବଂ କରୀନା କପୁରଙ୍କ ସହ ଏକ ଫିଲ୍ମ କରିବାକୁ ଚାହୁଁଥିଲେ, କିନ୍ତୁ ହ୍ରିତିକ ରୋଶନଙ୍କ ଲୋକପ୍ରିୟତାକୁ ଦେଖି ସେ ଫିଲ୍ମର କାହାଣୀ ବଦଳାଇ ଏହାକୁ ଏକ ପ୍ରେମ କାହାଣୀରେ  କରିଥିଲେ । ସୁଭାଷ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଦର୍ଶକଙ୍କ ଉପରେ ବହୁତ ପ୍ରଭାବ ପକାଇନଥିଲା ​।2001 ସଵୁଠୁ ବଡ ଫ୍ଲପ୍ ୟାଦେଁ ଚଳଚ୍ଚିତ୍ର ହୋଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2001 ସଵୁଠୁ ବଡ ଫ୍ଲପ୍ ୟାଦେଁ ଚଳଚ୍ଚିତ୍ର | Argus News