Bollywood / ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର: ୧୫ ବର୍ଷ ପରେ ଆସିବ "3 idiots 2"

Key Points
୧୫ ବର୍ଷ ପରେ ଆସିବ "3 idiots 2" ।
ବଲିଉଡର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଆମିର ଖାନଙ୍କ ସହ କରୀନା କପୁର ଖାନ, ଆର୍ ମଧବନ ଓ ଶରମନ ଯୋଶୀ ଥିଲେ। ଫିଲ୍ମର ନାଁ "3 idiots" । ୨୦୦୯ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହା ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ଥିଲା ।
"3 idiots" ଫିଲ୍ମର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଯେଉଁ ଖବର ସାମନାକୁ ଆସୁଛି, ତାହା ଦର୍ଶକଙ୍କୁ ଖୁସି କରିବ । ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ ୧୫ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରୁଛନ୍ତି । ଏହା ନିଶ୍ଚିତ ଭାବରେ ସେହି ଦର୍ଶକଙ୍କ ପାଇଁ ଖାସ୍, ଯେଉଁମାନେ "3 idiots"ର ସିକ୍ୱେଲକୁ ଚାହିଁ ରହିଛନ୍ତି । ଏହି ଫିଲ୍ମଟି ତିନି ଜଣ ଇଞ୍ଜିନିୟରଙ୍କ କାହାଣୀ ଉପରେ ଆଧାରିତ । ଆମିର ଖାନ, ଆର.ମାଧବନ ଏବଂ ଶରମନ ଯୋଶୀ ଏହି ଫିଲ୍ମରେ ଅଭିନୟ କରିଥିଲେ । କରୀନା କପୁର ଖାନ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
କୁହାଯାଉଛି ଯେ, ଏହି ଫିଲ୍ମର ସୁଟିଂ ୨୦୨୬ ମସିହାରେ ଆରମ୍ଭ ହେବ। ବିଶେଷ କଥା ଏହା ଯେ,ସିକ୍ୱେଲରେ ଏହାର ଆଇକନିକ୍ ଷ୍ଟାରକାଷ୍ଟ ପୁଣି ଫେରିବେ। ଆମିର ଖାନ , କରୀନା କପୁର ଖାନ, ଆର୍.ମାଧବନ ଓ ଶରମନ ଯୋଶୀ ସିକ୍ୱେଲର ସଦସ୍ୟ ସାଜିବେ ।
ଦର୍ଶକ ଦ୍ୱିତୀୟ ପାର୍ଟରେ ଭାବପ୍ରବଣତା ଏବଂ କମେଡି ସହିତ ଏକ ସୁନ୍ଦର ମେସେଜ ମଧ୍ୟ ପାଇବେ । ଆମିର ଖାନ, ମାଧବନ ଏବଂ ଶରମନ ଯୋଶୀଙ୍କ ବ୍ୟତୀତ, କରୀନା କପୁର ମଧ୍ୟ ଦ୍ୱିତୀୟ ଭାଗରେ ଦେଖାଯାଇପାରନ୍ତି ।
ଫିଲ୍ମ ସହ ଜଡ଼ିତ ସୂତ୍ରାନୁସାରେ, ଟିମ୍ ଏକ୍ସାଇଟେଡ୍ ଅଛି । ସେମାନେ ଭାବିଛନ୍ତି ସିକ୍ୱେଲରେ ମଧ୍ୟ ସେହି ମ୍ୟାଜିକ ଆସିବ, ଯାହା ପାର୍ଟ-୧ରେ ନଜର ଆସି ଥିଲା। ଏହା ମଧ୍ୟ କୁହାଯାଉଛି ଯେ, ଯେବେ "3 idiots"ର କ୍ଲାଇମାକ୍ସ ସିନ୍ରେ ରେଞ୍ଚୋ, ଫରହାନ ଓ ରାଜୁ ଅଲଗା ହୋଇ ଯାଇଥିଲେ,ଏହାର ପାଖାପାଖି ୧୫ ବର୍ଷ ପରର କାହାଣୀ ସିକ୍ୱେଲରେ ଦେଖାଯିବ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆମିର ଖାନ ଓ ରାଜ କୁମାର ହିରାନୀ ସେମାନଙ୍କର ଦାଦାସାହେବ ଫାଲକେ ବାୟୋପିକ୍ ବର୍ତ୍ତମାନ ପାଇଁ ହୋଲ୍ଡରେ ରଖିଛନ୍ତି, କାରଣ ସେ ସ୍କ୍ରିପ୍ଟରେ ସନ୍ତୁଷ୍ଟ ନୁହଁନ୍ତି । ତେବେ ଫ୍ୟାନ୍ସମାନେ ଅପେକ୍ଷା କରିଛନ୍ତି କେବେ ଏହି ସିନେମା ପରଦାକୁ ଆସିବ ।
ଅଧିକ ପଢ଼ନ୍ତୁ ଖେଳ ଖବର...
📱 Get Argus News App
✨Related Topics
Explore more stories