Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଜାଣନ୍ତୁ ବାଜି ମାରିଲା କେଉଁ ଫିଲ୍ମ...

Entertainment

Odisha State Film Awards / ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଜାଣନ୍ତୁ ବାଜି ମାରିଲା କେଉଁ ଫିଲ୍ମ...

Sushanta Sahoo
Browse all articles by Sushanta Sahoo
·1 hour ago·1 min read
୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଜାଣନ୍ତୁ ବାଜି ମାରିଲା କେଉଁ ଫିଲ୍ମ...
Odisha Announces 36th State Film Award

Key Points

୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ୍ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି ।
ଭୁବନେଶ୍ଵର: ଓଡ଼ିଶା ସିନେ ଜଗତର ବହୁ ପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ୍ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ଘୋଷଣା ହୋଇଛି ।

ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ମସିହା ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଦୁଇଟି ସିନେମା ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେହିପରି ଅଭିନେତ୍ରୀ ବିଭାଗରେ ମଧ୍ୟ ଦୁଇ ଜଣଙ୍କୁ ପୁରସ୍କାର ମିଳିଛି ।

ଏଥିସହ ପଢ଼ନ୍ତୁ: ଲୁଚିଛପି ବିବାହ କଲେ ଅଭିନେତ୍ରୀ ? ମଥାରେ ସିନ୍ଦୂର ଦେଖି ଫ୍ୟାନ୍ସ କହିଲେ କିଏ ବର... 

୨୦୨୩ ପୁରସ୍କାର ବିଜେତା

ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ (ଯୁଗ୍ମ)
ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ ଓ ଶିଶିର କୁମାର ସାହୁ
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ତିୱାରୀ ଏବଂ ସୁପ୍ରିୟା ନାୟକ (ଯୁଗ୍ମ)
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା), ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

୨୦୨୪ ପୁରସ୍କାର ବିଜେତା

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଆଶ୍ରମ’
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ବାବୁଶାନ ମହାନ୍ତି
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଜାନୀ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored