Filmfare Award / ସମସ୍ତଙ୍କୁ ପଛରେ ପକାଇ ଆଲିଆ ନମ୍ୱର ଓ୍ୱାନ ଅଭିନେତ୍ରୀ, ମିଳିଲା...

Key Points
୭୦ତମ ଫିଲ୍ମଫେୟାର ଆଓ୍ୱାର୍ଡ
ଆଲିଆ ୧ନଂ. ଅଭିନେତ୍ରୀ
ପୁଣି ଥରେ ନମ୍ୱର ଓ୍ୱାନ ଅଭିନେତ୍ରୀ ହେଲେ ଆଲିଆ ଭଟ୍ଟ। ସମସ୍ତଙ୍କୁ ପଛରେ ପକାଇ ଆଲିଆ ହେଲେ ଏକ ନମ୍ୱର। ଏଖବର ପରେ ଆଲିଆଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମଫେୟାର ଆଓ୍ବାଡର୍ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍, ଫିଲ୍ମ ନିର୍ମାତା କରନ୍ ଜୋହର, ଅଭିନେତା ମନୀଷ ପଲ୍ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ ଓ କାର୍ତ୍ତିକ ଆର୍ୟନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି। । ‘ଶ୍ରୀକାନ୍ତ’ ଫିଲ୍ମ ପାଇଁ ଅଭିନେତା ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ କରାଯାଇଛି।
ଆକ୍ସନ ଥ୍ରୀଲର ଫିଲ୍ମ ‘କିଲ୍’ ପାଇଁ ଅଭିନେତା ଲକ୍ଷ ଲାଲ୍ଓ୍ବାନି ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ଜିନତ ଅମାନ ଏବଂ ସ୍ବର୍ଗତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ସମ୍ମାନ ପ୍ରଦାନ କରାଯାଇଛି। ପ୍ରକାଶ ଯେ, ହିନ୍ଦୀ ସିନେମା କ୍ଷେତ୍ରରେ ଫିଲ୍ମଫେୟାର ଆଓ୍ବାର୍ଡ ହେଉଛି ଏକ ବାର୍ଷିକ ପୁରସ୍କାର, ଯାହା କଳାତ୍ମକ ଏବଂ ବୈଷୟିକ ଉତ୍କର୍ଷକୁ ସମ୍ମାନିତ କରିଥାଏ।
ସୁଜିତ ସିର୍କାର୍ଙ୍କ ନିର୍ଦ୍ଦେଶିତ ‘ଆଇ ଓ୍ବାଣ୍ଟ ଟୁ ଟକ୍’ ଫିଲ୍ମ ପାଇଁ ଅଭିଷେକ ସମ୍ମାନିତ ହୋଇଥିବାବେଳେ କବିର ଖାନ୍ଙ୍କ ନିର୍ଦ୍ଦେଶିତ ‘ଚନ୍ଦୁ ଚାମ୍ପିୟନ’ ଫିଲ୍ମ ପାଇଁ କାର୍ତ୍ତିକ ପୁରସ୍କୃତ ହୋଇଛନ୍ତି। ଭାସନ ବାଲାଙ୍କ ନିର୍ଦ୍ଦେଶିତ ‘ଜିଗ୍ରା’ ଫିଲ୍ମ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ଫିଲ୍ମ ଫେୟାର ଆଓ୍ୱାଡ ସମାରୋହରେ କିରନ୍ ରାଓଙ୍କ ନିର୍ଦ୍ଦେଶିତ ‘ଲାପତା ଲେଡିଜ୍’ ଫିଲ୍ମକୁ ବିଭିନ୍ନ ବର୍ଗରେ ୧୩ ପୁରସ୍କାର ମିଳିଛି। ଏହି ଫିଲ୍ମ ପାଇଁ କିରନ ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଫିଲ୍ମ ଭାବେ ‘ଲାପତା ଲେଡିଜ୍’ ପୁରସ୍କୃତ ହୋଇଛି। ‘ଲାପତା ଲେଡିଜ୍’ ପାଇଁ ଅଭିନେତ୍ରୀ ନିତାଂଶୀ ଗୋୟଲ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ପ୍ରତିଭା ରାଣ୍ଟା ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି ।
📱 Get Argus News App
✨ଆଲିଆଙ୍କ ଡ୍ରେସ ବ୍ରାଣ୍ଡ:
ଅନେକ ବଲିଉଡ୍ ଷ୍ଟାର ନିଜ ଅଭିନୟରେ ସୀମିତ ରହିନାହାନ୍ତି, ବରଂ ସେମାନେ ବ୍ୟବସାୟ କ୍ଷେତ୍ରର ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଜଣେ। ସେ ବି ନିଜର ଦକ୍ଷତା ବଳରେ ୨୦୨୦ ମସିହାରେ ‘ଏ-ଦା-ମାମା’ ବ୍ରାଣ୍ଡ୍ର ପୋଷାକ ବ୍ୟବସାୟକୁ ଆରମ୍ଭ କରିଛନ୍ତି ଏବଂ ଧୀରେ ଧୀରେ ଏହାକୁ ବିସ୍ତାର କରୁଛନ୍ତି। ସେ ପ୍ରାରମ୍ଭରେ ୨ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପୋଷାକ ବ୍ୟବସାୟ କରୁଥିଲେ। ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଆରାମଦାୟକ ପୋଷାକ ଲଞ୍ଚ କରିଥିଲେ। ଏହି ବ୍ରାଣ୍ଡ୍ ପିଲାମାନଙ୍କ ପୋଷାକ ପାଇଁ ନରମ କପଡ଼ା ଓ ପ୍ଲାଷ୍ଟିକ୍ମୁକ୍ତ ପୋଷାକ ତିଆରି କରିବା ଉପରେ ଧ୍ୟାନ ଦେଇଛି। ଆଲିଆ ତାଙ୍କ ବ୍ରାଣ୍ଡ୍ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ପ୍ରସାର କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories