Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Viral News / ୮୦ବର୍ଷ ବୟସରେ ୨୯ବର୍ଷ ସାନ ଅଭିନେତ୍ରୀଙ୍କ ସହ ହେଲେ ରୋମାଣ୍ଟିକ

Ritu Das
Browse all articles by Ritu Das
·5 months ago·2 min read
୮୦ବର୍ଷ ବୟସରେ ୨୯ବର୍ଷ ସାନ ଅଭିନେତ୍ରୀଙ୍କ ସହ ହେଲେ ରୋମାଣ୍ଟିକ
india

Key Points

୮୦ ବର୍ଷ ବୟସରେ ୨୯ ବର୍ଷ ସାନ ଅଭିନେତ୍ରୀ ପତ୍ନୀଙ୍କ ସହ କବୀର ବେଦୀ ରୋମାଣ୍ଟିକ ହେବାର ଦେଖାଯାଇଛି। ୧୬ ଜାନୁଆରୀରେ ନିଜର ୮୦ତମ ଜନ୍ମ ଦିନ ସେଲିବ୍ରେଟ୍ କରିଥିଲେ ।
୮୦ ବର୍ଷ ବୟସରେ ୨୯ ବର୍ଷ ସାନ ଅଭିନେତ୍ରୀ ପତ୍ନୀଙ୍କ ସହ କବୀର ବେଦୀ ରୋମାଣ୍ଟିକ ହେବାର ଦେଖାଯାଇଛି। ୧୬ ଜାନୁଆରୀରେ ନିଜର ୮୦ତମ ଜନ୍ମ ଦିନ ସେଲିବ୍ରେଟ୍ କରିଥିଲେ । ଏହି ସୁନ୍ଦର ଦିନର ଏକ ସୁନ୍ଦର ଝଲକ ସେ ତାଙ୍କ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯାହାକୁ ଦେଖି ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାହିଁକି ନା ଏତେ ବୟସରେ ବି ସେ ଖୁବ୍ ୟଙ୍ଗ ଓ ଆକ୍ଟିଭ ଦେଖାଯାଉଛନ୍ତି ।
ନିକଟରେ ସେୟାର କରିଥିବା ଫଟୋ ଓ ଭିଡିଓରେ ସେ ତାଙ୍କ ପତ୍ନୀ ପରବିନଙ୍କ ସହ ସମୁଦ୍ର କୂଳରେ ମଜା କରୁଥିବାର ନଜର ଆସିଛନ୍ତି। କବୀରଙ୍କ ଜନ୍ମଦିନ ତାଙ୍କ ପାଇଁ ବହୁତ ଖାସ୍ । କାହିଁକି ନା ସେହି ଦିନ ତାଙ୍କର ୱେଡିଂ ଆନିଭର୍ସରୀ ମଧ୍ୟ। ପରବିନ୍‌ଙ୍କ ସହ ତାଙ୍କ ବିବାହ ପୂରାପୁରି ୧୦ ବର୍ଷ ବିତିଯାଇଛି। କବୀର ଓ ପରବିନ ଦୁହେଁ ନିଜର ଜଏଁଣ୍ଟ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କ୍ୟାପସନ ଦେଇଛନ୍ତି- ଆମ ବିବାହକୁ ୧୦ ବର୍ଷ ପୂରିଛି । ଏକାଠି ବିତାଇଥିବା ୧୦ ବର୍ଷ ଆଉ ମୋ ଜନ୍ମଦିନ ଏକାଠି ସେଲିବ୍ରେଟ କଲୁ ।

ଏହା ସହ ଆମେ ହାଲୁକା ଖରା , ସୁନ୍ଦର ସୁନ୍ଦର ଗଛ ଓ ପାଣିର ଶବ୍ଦ ସହ ସମୁଦ୍ର ତଟରେ ବସି ଏନଜୟ କଲୁ। ଏହା ଆମ ପାଇଁ କିଛି ନୂଆ କରିବାର ସମୟ ଥିଲା। ଏକାଠି ବିତାଇଥିବା ସମୟ, ଏକାକୀ ଥିବା ସମୟ ସବୁକିଛି ଶାନ୍ତି ଭରା ଥିଲା। କିନ୍ତୁ ଏବେ ଆମେ ଫେରି ଆସିଛୁ ।
ଏହି ସବୁ ମଧ୍ୟରେ କବୀର ଓ ପରବନ ସୂର୍ଯ୍ୟଅସ୍ତ ସମୟରେ ଦୁହେଁ ହାତ ଧରିଥିବାର ଦେଖିବାକୁ ମିଳିଛି । ଦୁହିଁଙ୍କ ଏହି ରୋମାଣ୍ଟିକ ଫଟୋ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସୁଛି । ଆଉ ଏକ ଫଟୋରେ ପରବିନ ସେଲ୍ଫି ନେଉଥିବା ବେଳେ କବୀର କ୍ୟାମେରାକୁ ଚାହିଁ ହସୁଥିବାର ନଜର ଆସିଛନ୍ତି । ଉଭୟଙ୍କ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣାପଡୁଛି ଦୁହେଁ ନିଜ ଭ୍ୟାକେସନର ଭରପୂର ମଜା ଉଠାଇଥିଲେ ।

କହିବାକୁ ଗଲେ୮୦ ବର୍ଷୀୟ କବୀର ବେଦୀ ତାଙ୍କର ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ପରବୀନ ଦୁସାଞ୍ଜଙ୍କୁ ବିବାହ କରିଥିଲେ। ଯାହା ତାଙ୍କର ଚତୁର୍ଥ ବିବାହ ଥିଲା। ସେହି ସମୟରେ କବୀରଙ୍କୁ ୭୦ ବର୍ଷ ହୋଇଥିଲା ।ପରବୀନ ବ୍ରିଟିଶ-ପଞ୍ଜାବୀ ବଂଶୋଦ୍ଭବ ଏବଂ କବୀରଙ୍କ ଠାରୁ ୨୯ ବର୍ଷ ସାନ। ଏହା ବ୍ୟତୀତ, କବୀର ବେଦୀଙ୍କ ପତ୍ନୀ ପରବୀନ ମଧ୍ୟ ଅଭିନେତାଙ୍କ ଝିଅ ପୂଜା ବେଦୀଙ୍କଠାରୁ ପାଞ୍ଚ ବର୍ଷ ସାନ।
ପରବୀନ ଦୁସାଞ୍ଜ ଜଣେ ଚଳଚ୍ଚିତ୍ର ନିର୍ମାତା, ସାମାଜିକ ଗବେଷକ ଏବଂ ବ୍ୟବସାୟୀ। ଏହି ଦମ୍ପତି ପ୍ରଥମେ ୨୦୦୫ରେ ଲଣ୍ଡନରେ ଏକ ଥିଏଟର ନାଟକ ସମୟରେ ଦେଖା ହୋଇଥିଲେ। କବୀର ଏବଂ ପରବୀନ ୧୦ ବର୍ଷ ଧରି ଲିଭ-ଇନ୍‌ରେ ଥିଲେ। କବୀର ୨୦୧୧ ମସିହାରେ ପରବୀନଙ୍କୁ ପ୍ରପୋଜ କରିବା ପରେ ୨୦୧୬ ମସିହାରେ ଉଭୟ ଏକ ଇଣ୍ଟିମେଣ୍ଟ ବିବାହ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
80-Year-Old Actor Sparks Buzz With Romance With Actress 29 Years Younger | Argus News