କମେଡି କିଙ୍ଗ କପିଲଙ୍କ କାଫେକୁ ୯ ରାଉଣ୍ଡ ଗୁଳିମାଡ଼

Key Points
କମେଡି କିଙ୍ଗ କପିଲଙ୍କ କାଫେକୁ ୯ ରାଉଣ୍ଡ ଗୁଳିମାଡ଼
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି
ଖୁବଶୀଘ୍ର ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀକୁ ଧରିବା ପାଇଁ ଆଶା ରଖାଯାଇଛି
କମେଡ଼ି କିଙ୍ଗ କପିଲ ଶର୍ମା ନିକଟରେ ଧୁମଧାମରେ ଏକ କାଫେ ଉଦଘାଟନ କରିଥିଲେ। ଗୁରୁବାର କଫିଲଙ୍କ କାନାଡା କାଫେରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି। ଭିଡିଓରେ ରାତି ଅଧରେ ଜଣେ ବ୍ୟକ୍ତି କାର ଭିତରେ ବସି କାଫେର ଝରକାକୁ ଗୁଳି କରୁଥିବା ସହିତ ଏହାର ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାରରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ସହିତ ଜଡିତ ଆତଙ୍କବାଦୀ ହରଜିତ ସିଂହ ଓରଫ ଲାଡ୍ଡିର ନାମ ସାମ୍ନାକୁ ଆସୁଛି। ଲାଡ୍ଡି ଜଣେ କୁଖ୍ୟାତ ଆତଙ୍କବାଦୀ ଏବଂ ପୂର୍ବରୁ ଅନେକ ଅପରାଧିକ ଘଟଣାରେ ତାର ନାମ ସାମ୍ନାକୁ ଆସିଛି।
World Famous comedian Kapil Sharma's newly inaugurated restaurant KAP'S CAFE shot at in Surrey, BC, Canada last night.
— Ritesh Lakhi CA (@RiteshLakhiCA) July 10, 2025
Harjit Singh Laddi, a BKI operative, NIA's (INDIA ) most wanted terrorist has claimed this shoot out citing some remarks by Kapil@SurreyPolice pic.twitter.com/p51zlxXbOf
📱 Get Argus News App
✨ଲାଡ୍ଡିକୁ ଏନଆଇଏର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି। କପିଲଙ୍କ କାଫେ ଖୋଲିବାର ମାତ୍ର ତିନି ଦିନ ପରେ ଗୁଳିକାଣ୍ଡ ଭଳି ଏକ ଚାଞ୍ଚଲ୍ୟକର ଘଟଣା ଚିନ୍ତାର କାରଣ ପାଲଟିଛି। ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ କରୁଛି। ଖୁବଶୀଘ୍ର ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀକୁ ଧରିବା ପାଇଁ ଆଶା ରଖାଯାଇଛି।