Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମୁମ୍ଵାଇ ଛାଡିଲେ ଅନୁରାଗ କଶ୍ୟପ, କହିଲେ ଏଠି ଭଲ ଫିଲ୍ମ କାହାକୁ ଦରକାର ନାହିଁ

Ritu Das
Browse all articles by Ritu Das
·1 year ago·1 min read
ମୁମ୍ଵାଇ ଛାଡିଲେ ଅନୁରାଗ କଶ୍ୟପ, କହିଲେ ଏଠି ଭଲ ଫିଲ୍ମ କାହାକୁ ଦରକାର ନାହିଁ

ଏଣ୍ଟରଟେନମେଣ୍ଟରୁ ଏକ ବଡ ଖବର ସାମ୍ନାକୁ ଆସିଛି । ବଲିଉଡକୁ ବାଏ ବାଏ କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ।’ଗ୍ୟାଙ୍ଗସ ଅଫ ବାସେପୁର’, ’ବ୍ଲାକ ଫ୍ରାଇଡେ’ ଓ ’ଦେବ-ଡି’ ପରି ଶାନଦାର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବଲିଉଡକୁ ବାଏ ବାଏ କରି ଦେଇଛନ୍ତି । ହିନ୍ଦୀ ଫିଲ୍ମର ଦର୍ଶକ ଏବେ ଅନୁରାଗଙ୍କୁ ବହୁ ମାତ୍ରାରେ ମିସ୍ କରିବେ। ଅନୁରାଗ ନିଜର ଫିଲ୍ମରେ କ୍ରାଇମ ଓ ଲଷ୍ଟ ଲଭ ଷ୍ଟୋରିଜର କକଟେଲ ପରିଷିବା ପାଇଁ ବିଖ୍ୟାତ। ଏହା ମଧ୍ୟରେ ଅନୁରାଗ ଏକ ନୂଆ ବର୍ଗର ଦର୍ଶକ ସନ୍ଧାନ କରିଛନ୍ତି ।


ଏବେ ହିନ୍ଦି ଦର୍ଶକଙ୍କୁ ସେପରି ସିନେମା ଆଉ ଦେଖିବାକୁ ମିଳିବ ନାହିଁ। ବଲିଉଡକୁ ଅଲବିଦା କହିବା ପୂର୍ବରୁ ସେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି କହି ସାରିଛନ୍ତି। ଆଜିର ସମୟରେ ବଲିଉଡରେ କ୍ରିଏଟିଭିଟିକୁ ଗୁରୁତ୍ବ ଦିଆଯାଉନାହଁ ବୋଲି ସେ କହିଛନ୍ତି। ସମସ୍ତେ ଅର୍ଥ ପଛରେ ପାଗଳ ହୋଇଯାଇଛନ୍ତି । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି ବୋଲି ଅନୁରାଗ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anurag-Kashyap-left-after-being-told-that-no-one-needs-a-good film here. | Argus News