Videos
|
Entertainment

Kumar Sanu / ମତେ ହଇରାଣ କରୁଛନ୍ତି କୁମାର ସାନୁ: ପୂର୍ବତନ ପତ୍ନୀ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ମତେ ହଇରାଣ କରୁଛନ୍ତି କୁମାର ସାନୁ: ପୂର୍ବତନ ପତ୍ନୀ
Kumar Sanu

Key Points

କୁମାର ସାନୁଙ୍କ ୫୦ କୋଟି ଟଙ୍କାର ମାନହାନି ମାମଲାରେ ମୁହଁ ଖୋଲିଲେ ପୂର୍ବତନ ପତ୍ନୀ
କହିଲେ, ମୁଁ ଏତେ ଟଙ୍କା କେଉଁଠୁ ଆଣିବି
ମତେ ହଇରାଣ କରୁଛନ୍ତି କୁମାର ସାନୁ
ବଲିଉଡର ପ୍ଲେ ବ୍ୟାକ ସିଙ୍ଗର କୁମାର ସାନୁଙ୍କୁ କିଏ ବା ନଜାଣିଛି। ସେ ନିଜ ଗୀତ ମାଧ୍ୟମରେ ଅନେକଙ୍କ ହୃଦୟରେ ରାଜ କରନ୍ତି। କିନ୍ତୁ ବର୍ତ୍ତମାନ କୁମାର ସାନୁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପୂର୍ବ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ବିରୁଦ୍ଧରେ ୫୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଥିଲେ। ଯାହାକୁ ନେଇ ମୁହଁ ଖୋଲିଛନ୍ତି ପତ୍ନୀ। ୩୧ ବର୍ଷ ପରେ କୋର୍ଟଙ୍କ ଦ୍ଵାରସ୍ଥ ହେଲେ କୁମାର ସାନୁଙ୍କ ପୂର୍ବତନ ପତ୍ନୀ। ରୀତା ଭଟ୍ଟାଚାର୍ଯ୍ୟ କରିଛନ୍ତି ଯେ ପୂର୍ବରୁ, ସେ ଗାୟକଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେତେବେଳେ, ତାଙ୍କ ପେଟରେ ପୁଅ ଜାନ କୁମାର ସାନୁ ଥିଲେ। ଏହି ଘଟଣା ୩୧ ବର୍ଷ ପୂର୍ବେ ଘଟିଥିଲା।

ଏବେ ମୋ ପିଲାମାନେ ପିଲା ନାହାନ୍ତି। ସେମାନେ ବଡ ହୋଇସାରିଲେଣି । ମୁଁ ତାଙ୍କୁ ହାତ ଯୋଡି ଅନୁରୋଧ କରିବି ଯେ ସେ କେବଳ ଜଣେ ଭଲ ବ୍ୟକ୍ତି ହେବାକୁ ଏବଂ ମୋର ତିନି ପିଲାଙ୍କ ବାପା ହେବାକୁ ଚେଷ୍ଟା କରନ୍ତୁ।" ଯଦି ତୁମେ ଆମକୁ ଭଲ ପାଇ ପାରୁନ, ତେବେ ଆମକୁ ହଇରାଣ କରନାହିଁ । ରୀତା ଭଟ୍ଟାଚାର୍ଯ୍ୟ ଏକ ସାକ୍ଷାତକାରରେ କୁମାର ସାନୁଙ୍କ ବିରୁଦ୍ଧରେ ମାନହାନି ମାମଲା ବିଷୟରେ ଖୋଲାଖୋଲି କହିଥିଲେ। ସେ କହିଥିଲେ ଯେ, ଗାୟକଙ୍କ ଏତେ ବଡ଼ ପରିମାଣର ଦାବି ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜର ଅସନ୍ତୋଷ ପ୍ରକାଶ କରି ରୀତା କହିଛନ୍ତି, "ସେ ମୋତେ ପଠାଇଥିବା ନୋଟିସରେ, ସେ ୫୦ କୋଟି ଟଙ୍କା ଦାବି କରୁଛନ୍ତି। ମୁଁ ଜାଣିନାହିଁ ଯେ ସାନୁ କିପରି ଭାବିପାରିବେ ଯେ ମୋ ପାଖରେ ଏତେ ଟଙ୍କା ଅଛି।" "ଏହା ବହୁତ ଦୁଃଖଦ ଏବଂ ଆଶ୍ଚର୍ଯ୍ୟ। ସେ ତାଙ୍କ ପୁଅଙ୍କ ମାଆ ବିରୁଦ୍ଧରେ ମାମଲା ଦାୟର କରୁଛନ୍ତି।" ରୀତା ଆହୁରି କରିଛନ୍ତି ଯେ ସେ ବର୍ଷ ବର୍ଷ ଧରି ଗାୟକଙ୍କ ସହ କଥା ହୋଇନାହାଁନ୍ତି।

ଏଥିସହ ପଢ଼ନ୍ତୁ: ବିମାନରେ ଗମ୍ଭୀର ତ୍ରୁଟି, ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ସେପ୍ଟେମ୍ବର ୨୦୨୫ରେ ରୀତାଙ୍କ ସାକ୍ଷାତକାର ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ, ଗାୟକଙ୍କ ମାମଲା ଏବଂ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି ଉପରେ ରୀତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ କହିଛନ୍ତି, "ମୁଁ କିମ୍ଵା ମୋ ପିଲାମାନେ ତାଙ୍କ ସହ କଥା ହେବାର ସୁଯୋଗ ପାଇଲୁ ନାହିଁ । କାରଣ ସେ ସବୁବେଳେ ଆମକୁ ବ୍ଲକ୍ କରି ରଖିଥିଲେ । ମୁଁ ସାନୁଙ୍କୁ ଫୋନ୍ କରିବାକୁ ଚେଷ୍ଟା କଲି, କିନ୍ତୁ ସେ କେବେ ଆମ ଫୋନ୍ ଉଠାନ୍ତି ନାହିଁ । ମୁଁ ତାଙ୍କ ସେକ୍ରେଟେରିଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଏସବୁ ବନ୍ଦ କରିବାକୁ ଅନୁରୋଧ କଲି। ଏହା ବଡ଼ ଅପମାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋ ପୁଅର ବିବାହ ହେବ, ଏବଂ ତା’ ଶ୍ୱଶୁର ଘର ଲୋକ ଅନେକ ପ୍ରଶ୍ନ ପଚାରୁଛନ୍ତି। ବହୁତ ଅନୁରୋଧ କଲି। ମୋ ଫୋନରେ ସମସ୍ତ ମେସେଜ୍ ଏବଂ ରେକର୍ଡିଂ ଅଛି।" କିନ୍ତୁ କୌଣସି ଉତ୍ତର ଦେଉନାହାନ୍ତି କୁମାର ସାନୁ। ମୁଁ ଏତେ ଟଙ୍କା କେଉଁଠୁ ଆଣିବି। ସେ ନିଜେ ବି ଜାଣିଛନ୍ତି ଯେ, ମୋ ପାଖରେ ଏତେ ଟଙ୍କା ନାହିଁ, ତଥାପି କେମିତି ମତେ ୫୦ କୋଟି ପାଇଁ ଦାବି କରୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories