Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଖୁବଶୀଘ୍ର ଗିରଫ ହେବେ ଓରି, ଜାଣନ୍ତୁ ଓରି କିଏ, କେମିତି ହେଲେ ଭାଇରାଲ...

Entertainment

ଖୁବଶୀଘ୍ର ଗିରଫ ହେବେ ଓରି, ଜାଣନ୍ତୁ ଓରି କିଏ, କେମିତି ହେଲେ ଭାଇରାଲ...

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ଖୁବଶୀଘ୍ର ଗିରଫ ହେବେ ଓରି, ଜାଣନ୍ତୁ ଓରି କିଏ, କେମିତି ହେଲେ ଭାଇରାଲ...

ଓରି । ବଲିଉଡର ମିଷ୍ଟ୍ରିମ୍ୟାନ । କେହି କେହି ତାଙ୍କୁ ବଲିଉଡର ଡ୍ରଗ୍ସ ପାର୍ଟିର ଡିଲର କହୁଥିବା ବେଳେ କେହି ତାଙ୍କୁ ବିଗବସ୍‌ ପଛର ଭଏସ ଆର୍ଟିଷ୍ଟ ବୋଲି କହିଥାନ୍ତି । କେତେବେଳେ ସୋସିଆଲ ମିଡିଆ ଇନଫ୍ଲ୍ୟୁନସର ତ କେତେବେଳେ ସେ ବଲିଉଡ ଆକ୍ଟ୍ରେସଙ୍କ ବିଏଫଏଫ । ପ୍ରକୃତରେ କିଏ ଏହି ଓରି, କଣ ତାର ପ୍ରକୃତ ପରିଚୟ । କାହିଁକି ସେ ବଲିଉଡର ଆକ୍ଟର ଆକ୍ଟ୍ରେସ ମାନଙ୍କ ସହ ଏମିତି ପୋଜ୍‌ରେ ଫଟୋ ଦିଅନ୍ତି । କଣ କାମ କରନ୍ତି, କେମିତି ଅମ୍ବାନୀ ପରିବାର ସହ ଯୋଡିହେଲେ, ଆଜି ଜାଣିବା ଓରି ପଛର ପ୍ରକୃତ ସତ ।


କଫି ଉଇଥ କରନ ଶୋ'ରେ ଯେତେବେଳେ ଜାହ୍ନବୀ କପ୍ପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ଓରି କିଏ ବୋଲି ପଚରା ଯାଇଥିଲା, ସେତେବେଳେ ସେମାନେ କହିଥିଲେ ଓରି ଏକ ମିଷ୍ଟ୍ରି । ସତରେ ଓରି ଏକପ୍ରକାର ବିଚିତ୍ର ଏବଂ ମିଷ୍ଟ୍ରିମ୍ୟାନ । ତେବେ ଓରିଙ୍କ ପୁରା ନାଁ ହେଉଛି ଓରହନ ଆୱତ୍ରମଣି । ମୁମ୍ବାଇରେ ଓରିଙ୍କ ଜନ୍ମ । ଓରି ଅନେକ ସମୟରେ ନିଜର ରଙ୍ଗୀନ ଅନ୍ଦାଜରେ ପାପାରାଜ୍ଜିଙ୍କ ସାମ୍ନାରେ ପୋଜ ଦିଅନ୍ତି । ଏବଂ ତାଙ୍କର ଫୋନ କଭର ସବୁବେଳେ ବିଶେଷ ଆକର୍ଷଣ ଥାଏ । ପ୍ରତିଥର ନିଜର ଫୋନ କଭରର ନୂଆ ଥିମ ରଖିଥାନ୍ତି ଓରି । ଏଥିସହ ସବୁ ଆକ୍ଟର ଆକ୍ଟ୍ରେସ ଜାହ୍ନବୀ କପ୍ପୁର, ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଅଜୟ ଦେବଗନଙ୍କ ଝିଅ, ସଲମନ ଖାନ, କ୍ରିକେଟର ଶୁଭମନ ଗିଲଙ୍କ ସହ ନିଜର ଫଟୋ ପୋଷ୍ଟ କରିଛନ୍ତି। ଏବେ ନୀତା ଅମ୍ବାନୀଙ୍କ ସହ ତାଙ୍କର ଏକ ଫଟୋ ମଧ୍ୟ ଖୁବ ଭାଇରାଲ ହେଉଛି ।

ଆପଣ ଜାଣିଛନ୍ତି, ଓରି ଏହି ସେଲିବ୍ରେଟି ମାନଙ୍କ ସହ ଗୋଟେ ସେଲଫି ନେବାପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ନେଇଥାନ୍ତି । କେବଳ ଗୋଟେ ସେଲଫି ପାଇଁ ।
ଓରି ନିଜର ସ୍କୁଲ କ୍ୟାରିୟର ତାମିଲନାଡୁରେ କରିଛନ୍ତି । ତାମିଲନାଡୁର ଏକ ଇଣ୍ଟରନେସନାଲ ସ୍କୁଲରେ ସେ ନିଜର ପୁରା ସ୍କୁଲ କ୍ୟାରିୟର କରିଛନ୍ତି । ଯେଉଁଠି ଛାତ୍ରଙ୍କ ଟ୍ୟୁସନ ଫି ବର୍ଷକୁ ୧୨ ଲକ୍ଷରୁ ଆରମ୍ଭ । ସେଥିରୁ ଜଣାପଡେ, ଓରି ଏକ ସାଧାରଣ ପରିବାରର ନୁହନ୍ତି । ଓରିର ବାପା , ଦାଦା ସମସ୍ତେ ବଡ ବଡ କମ୍ପାନୀର ମାଲିକ ଅଟନ୍ତି । ୨୦୧୬ରେ ସାରା ଅଲ୍ଲୀ ଖାନଙ୍କ ସହ ଏକ ଗ୍ରାଜୁଏଟେଡ ୱାଲା ଫଟୋ ପୋଷ୍ଟ କରିଥିଲେ ଓରି । ସେତେବେଳେ କେବଳ ଏହି ଫଟୋକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ତେବେ ଓରି ପ୍ରକୃତରେ ଜଣେ ବଡ ବିଜନେସ ମ୍ୟାନ । ମୁକେଶ ଅମ୍ବାନୀର ଫ୍ୟାଶନ ବ୍ରାଣ୍ଡ ସହ କାମ କରେ ଓରି । ଯେତେବେଳେ ଫ୍ୟାଶନ ଇଣ୍ଡଷ୍ଟ୍ରି ସହ ସେ ଯୋଡି ହୁଏ, ସେତେବେଳେ ବଲିଉଡର ସବୁ ନାମୀଦାମୀ ଆକ୍ଟର ଆକ୍ଟ୍ରେସ ମଧ୍ୟ ଓରି ସହ ଧିରେଧିରେ କ୍ଲୋଜ ହେବାରେ ଲଗାନ୍ତି । ଏହାପରେ ସବୁ ବଡବଡ ପାର୍ଟିରେ ନଜର ଆସନ୍ତି ଓରି । ବିନା ଓରିରେ ପାର୍ଟି ଏକଦମ ଅଧୁରା ବୋଲି କୁହାଯାଇ ପାରେ ।

ବଲିଉଡର ବଡ ବଡ ସେଲିବ୍ରିଟି ମାନେ ଯେତିକି ଚର୍ଚ୍ଚାରେ ନଥାନ୍ତି, ତାଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି ଓରି । ପାପାରାଜ୍ଜି ସବୁବେଳେ ତାଙ୍କ ଆଗ ପଛରେ ଘୂରି ବୁଲୁଥାନ୍ତି । କୁହାଯାଏ, ଯେମିତି କିଛି ସେଲିବ୍ରିଟି, ଯେମିତି ରାକ୍ଷୀ ସାୱନ୍ତି, ଉର୍ଫି ଜାଭେଦ ନିଜର ପ୍ରମୋସନ ପାଇଁ ପିଆର୍ ମାନଙ୍କୁ ଟଙ୍କା ଦେଇ ସେମାନଙ୍କୁ ନିଜର ଭିଡିଓ ସୋସିଆଲ ମିଡିଆରେ ଛାଡିବାକୁ କହିଥାନ୍ତି, ଠିକ ସେମିତି ଓରି ମଧ୍ୟ ସେମିତି କରନ୍ତି । କାରଣ ଓରି ପାଖରେ ଟଙ୍କାର କୌଣସି ଅଭାବ ନଥାଏ । ତେବେ ଓରିଙ୍କୁ ଯେତେବେଳେ ତାଙ୍କର ପ୍ରକୃତ ପ୍ରଫେସନ କଣ ପଚରାଯାଏ, ସେତେବେଳେ ସେ ନିଜକୁ ଫ୍ୟାଶନ ଡିଜାଇନର, ଡିରେକ୍ଟର, ସିଙ୍ଗର, ବିଜନେସ ମ୍ୟାନ, ଫୁଟବଲ ପ୍ଲେୟର ବୋଲି କହିଥାନ୍ତି । ହେଲେ ନିଜ ଲିଙ୍କଡେନ ପ୍ରୋଫାଇଲରେ ଓରି ସ୍ପେସିଆଲ ପ୍ରୋଜେକ୍ଟ ମ୍ୟାନେଜର ରିଲାଏନ୍ସ ଇଣ୍ଡଷ୍ଟ୍ରିର ବୋଲି କହିଥାନ୍ତି । ଏକ ପଡ୍‌କାଷ୍ଟରେ ଓରି କହିଥିଲେ , ସେ ଦିନକୁ ୨ ଟା ଜବ୍ ସମ୍ଭାଳିଥାନ୍ତି । ସେ କେବେବି ଗୋଟେ କାମ କରନ୍ତିନି । ପ୍ରକୃତରେ ଓରି କଣ କରନ୍ତି, ତାର ସଠିକ ଉତ୍ତର ସେ କେଉଁଠି ବି ଦେଇନାହାନ୍ତି ।
ଓରି କୁହନ୍ତି, ସେ କେବେ ବି ନିଜ ହାତ ଓଦା କରନ୍ତିନି । ଖାଇବା ବେଳେ ହେଉ, କି କୌଣ ସି କାମ ପାଇଁ, ତାଙ୍କୁ ହାତ ଓଦା କରିବା, ହାତରେ ଖାଦ୍ୟ ଲାଗିବା ପସନ୍ଦ ନୁହେଁ । ଓରି ମାସରେ ବହୁତ ଅଧିକ ପାର୍ଟି କରିଥାନ୍ତି । ଓରି ନିଜକୁ ନିଜର ସବୁଠୁ ବଡ ଫ୍ୟାନ ବୋଲି କହିଥାନ୍ତି ।

ତେବେ ବର୍ତ୍ତମାନ ଓରିଙ୍କ ନାଁରେ ଏଫଆଇଆର ଦାଖଲ କରାଯାଇଛି । ଜାମ୍ମୁ କାଶ୍ମୀରର କଟ୍‌ରାରେ ଥିବା ବୈଷ୍ଣୋଦେବୀ ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ପାର୍ଟି କରୁଥିଲେ ଓରି । ଯେଉଁଠି ମଦ ପିଇବା , ଆମିଷ ଖାଇବା ନିଷେଧ ଥିଲା । କିନ୍ତୁ ଏହି ପାର୍ଟିର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ମଦ ବୋତଲ ଥଇବା ସ୍ପଷ୍ଟ ନଜର ଆସିଥିଲା । ଏହାକୁ ନେଇ ଓରିଙ୍କ ସହ ତାଙ୍କର ୮ ଜଣସାଙ୍ଗଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।ଏବଂ ସମସ୍ତଙ୍କୁ ଖୁବଶୀଘ୍ର ଗିରଫ ମଧ୍ୟ କରାଯିବା ବୋଲି ବରିଷ୍ଠ ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି ।

ତେବେ ଓରି ଖୁବ କମ ବୟସରେ ଖୁବ ପରିଶ୍ରମ କରିଥିବା କହିଛନ୍ତି । ପ୍ରତିଦିନ ସେ ନିଜକୁ ୨ , ୩ଟି କାମରେ ବ୍ୟସ୍ତ ରଖିଥାନ୍ତି । ତେଣୁ ଓରିଙ୍କ କ୍ୟାରୟର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବାହାରକରିବା ମୁସ୍କିଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Orry will be arrested soon, find out who Orry is, how did he goes viral | Argus News