Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାହିଁକି ଜେଲ ଯିବେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ଜେଲ ଯିବେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ?

ଜେଲ ଯିବେ ନିର୍ଦ୍ଦେଶକ ରାମ ଗୋପାଳ ! ସବୁବେଳେ କିଛି ନା କିଛି ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ନିର୍ଦ୍ଦେଶକ ପୁଣିଥରେ ଆଉ ଏକ କଥାକୁ ନେଇ ଚର୍ଚ୍ଚାରେ। ଚେକ୍‌ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କର ଜେଲ୍‌ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି। ଏହାପୂର୍ବରୁ ତାଙ୍କୁ ଜାନୁଆରୀ ୨୧ରେ କୋର୍ଟ ୩ ମାସର ଜେଲଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ଲଗାଇଥିଲେ।

ଅଭିଯୋଗ ଥିଲା ଯେ କମ୍ପାନୀ ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ରାମ ଗୋପାଳ ବର୍ମାଙ୍କ ଫାର୍ମକୁ ହାର୍ଡ ଡିସ୍କ ଯୋଗାଇଥିଲା, ଯାହା ଆଧାରରେ ତାଙ୍କୁ ୨ ଲକ୍ଷ ୩୮ ହଜାର ୨୨୦ ଟଙ୍କା ଦିଆଯିବାର ଥିଲା। ଏହି ମାମଲାରେ ଅଭିଯୁକ୍ତ ରାମ ଗୋପାଳ ବର୍ମା ୧ ଜୁନ ୨୦୧୮ ରେ ଏକ ଚେକ ପ୍ରଦାନ କରିଥିଲେ, କିନ୍ତୁ ପର୍ଯ୍ୟାପ୍ତ ପାଣ୍ଠି ନ ଥିବାରୁ ଏହା ବାଉନ୍ସ ହୋଇଗଲା। ଯେତେବେଳେ ରାମ ଗୋପାଳ ବର୍ମାଙ୍କ ଫାର୍ମକୁ ଏହି ବିଷୟରେ ଜଣାଇଦିଆଗଲା, ସେମାନେ ପୁଣି ଥରେ ଚେକ ପ୍ରଦାନ କରିଥିଲେ, କିନ୍ତୁ ଏହାକୁ ଆଉ ଥରେ ଗ୍ରହଣ କରାଗଲା ନାହିଁ। ଏହା ପରେ, କମ୍ପାନୀ ପକ୍ଷରୁ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

କୋର୍ଟରୁ ଜେଲ ଦଣ୍ଡାଦେଶ ପାଇବା ପରେ ରାମ ଗୋପାଲ ବର୍ମା ଉଚ୍ଚକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ଦଣ୍ଡ କୋହଳ କରିବାକୁ ଅପିଲ କରିଥିଲେ। ୨୦୧୮ରେ ଏକ କମ୍ପାନୀ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଚେକ ବାଉନ୍ସ ମାମଲାରେ ଅଭିଯୋଗ ଦାଖଲ କରିଥିଲା। ଅଭିଯୋଗକାରୀ କମ୍ପାନୀ ପକ୍ଷରୁ ଆଡଭୋକେଟ ରାଜେଶ କୁମାର ପଟେଲ ମାଜିଷ୍ଟ୍ରେଟ କୋର୍ଟରେ କରିଥିବା ଅଭିଯୋଗରେ କହିଥିଲେ ଯେ କମ୍ପାନୀ ଗତ କିଛି ବର୍ଷ ଧରି ରାମ ଗୋପାଳ ବର୍ମାଙ୍କୁ ହାର୍ଡ ଡିସ୍କ ଯୋଗାଇ ଆସୁଛି।ତେବେ ରାମ ଗୋପାଳଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ। ଏହା ସତ କି ମିଛ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Gopal Varma faces Non-Bailable Warrant in Cheque Bounce Case news | Argus News