Videos
|
Entertainment

Rhea Chakraborty / ମିଳିଲା କ୍ଲିନ ଚିଟ୍‌, ସୁଶାନ୍ତଙ୍କୁ ମନେପକାଇ ଏମିତି କହିଲେ ରିୟା...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ମିଳିଲା କ୍ଲିନ ଚିଟ୍‌, ସୁଶାନ୍ତଙ୍କୁ ମନେପକାଇ ଏମିତି କହିଲେ ରିୟା...

Key Points

ସୁଶାନ୍ତଙ୍କୁ ମନେ ପକାଇଲେ ରିୟା 

ଦୀର୍ଘ ସମୟ ପରେ ମିଳିଲା କ୍ଲିନ ଚିଟ୍‌

ରିୟା କହିଲେ ମୁଁ ଖୁସି ନାହିଁ

ସୁଶାନ୍ତ ସିଂହଙ୍କୁ ମନେ ପକାଇଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। କ୍ଲିନ ଚିଟ ପାଇବି ଖୁସି ନାହାନ୍ତି ରିୟା। ଯେଉଁ ଖବର ସେ ନିଜେ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ ଜୁନ୍ ୨୦୨୦ ରେ ଦୁନିଆକୁ ଅଲବିଦା କହିଥିଲେ। ତାଙ୍କ ମୃତ୍ୟୁ ପରେ, ବଲିଉଡ୍ ଅଭିନେତ୍ରୀ ରିୟା ଗିରଫ କରାଯାଇଥିଲା। ଏହି ମାମଲାରେ ପ୍ରତିଦିନ ନୂଆ ସୂଚନା ପ୍ରକାଶ ପାଉଥିଲା। ତାଙ୍କ ମୃତ୍ୟୁର ଚାରି ବର୍ଷ ଛଅ ମାସ ପରେ, ଅଭିନେତ୍ରୀଙ୍କୁ ସିବିଆଇ ପକ୍ଷରୁ କ୍ଲିନ୍ ଚିଟ୍ ମିଳିଥିଲା। ଅଭିନେତ୍ରୀ ଏବେ ସମ୍ପୂର୍ଣ୍ଣ ଘଟଣାକୁ ମନେ ପକାଇ ଭାବବିହ୍ବୋଳ ହୋଇପଡ଼ିଥିଲେ। ରିୟା କହିଛନ୍ତି ଯେ ଏହି ମାମଲା ତାଙ୍କୁ ଏବଂ ତାଙ୍କ ପରିବାର ପାଇଁ ସବୁକିଛି କିପରି ବଦଳାଇ ଦେଇଥିଲା।


ସୁଶାନ୍ତଙ୍କୁ କାହିଁକି ମନେ ପକେଇଲେ ରିୟା ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କ୍ଲିନ୍ ଚିଟ୍ ପାଇବା ପରେ ବି ମୁଁ ଖୁସି ହୋଇ ପାରୁ ନାହିଁ। କାରଣ ଅତିତରେ ମୁଁ ମୋର ଅତି ପ୍ରିୟ ମଣିଷକୁ ହରାଇ ଦେଇଛି। ତାକୁ ଆଉ ଫେରି ପାଇବି କି?ସୁଶାନ୍ତଙ୍କ ଶୂନ୍ୟସ୍ଥାନକୁ ମୁଁ ପ୍ରତି ମହୂର୍ତ୍ତରେ ଅନୁଭବ କରୁଛି। କିନ୍ତୁ ମୁଁ ମୋ ବାପା ଓ ମାଙ୍କ ପାଇଁ ଆଶ୍ୱସ୍ତି ଅନୁଭବ କରୁଛି। ସେମାନେ ସମାଜରେ ରୁହନ୍ତି ଏବଂ ପ୍ରତିଦିନ ଅନେକ ଲୋକଙ୍କ ସାମ୍ନା କରନ୍ତି। ସେମାନଙ୍କ ପାଇଁ ପରିସ୍ଥିତି ବହୁତ କଷ୍ଟକର ଥିଲା। ମୁଁ ଭାବୁଛି ଏବେ ସେମାନେ ମୁକ୍ତ ଭାବରେ ବୁଲିପାରିବେ। କେହି ତାଙ୍କୁ ମୋ ମାମଲା ନେଇ ଆଉ ପ୍ରଶ୍ନ କରି ପାରିବେ ନାହିଁ।’ ରିୟା କହିଛନ୍ତି, " ସୁଶାନ୍ତଙ୍କ ଦେହାନ୍ତ ଦିନ ମୋ ଘରେ ସମସ୍ତେ କାନ୍ଦିଥିଲେ। ମୁଁ ମୋ ଭାଇକୁ କୁଣ୍ଢେଇ ପକାଇ ବହୁତ କାନ୍ଦିଥିଲି।


ଘଟଣାକୁ ଆଦୌ ବିଶ୍ବାସ କରି ପାରୁ ନଥିଲି। ଯେଉଁଦିନ ମୋତେ କ୍ଲିନ ଚିଟ ମିଳିଲା ମୋ ମାଆ କହିଥିଲେ, ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ରିପୋର୍ଟ କରୁଛନ୍ତି କି ସିବିଆଇ ମୋତେ କ୍ଲିନ୍ ଚିଟ୍ ଦେଇଛି। ମୁଁ କିନ୍ତୁ ଏହାକୁ ବିଶ୍ୱାସ କରିପାରୁ ନଥିଲି। ମୋ ଓକିଲ ମୋତେ ଏହା ନିଶ୍ଚିତ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲି। ଆଉ ଆଜି ଯେତେବେଳେ ରିୟାଙ୍କୁ କ୍ଲିନ ଚିଟ୍‌ ମିଳିଛି, ସେ ସେଥିରେ ଖୁସି ବ୍ୟକ୍ତ କରିନଥିବା ପ୍ରକାଶ କରିଛନ୍ତି। 


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Rhea Chakraborty | Rhea Chakraborty Reacts After Getting Clean Chit, Remembers Sushant | Argus News | Argus News