Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୁବଶୀଘ୍ର କଲାମଙ୍କ ବାୟୋପିକ୍‌, ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି'

Entertainment

ଖୁବଶୀଘ୍ର କଲାମଙ୍କ ବାୟୋପିକ୍‌, ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି'

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୁବଶୀଘ୍ର କଲାମଙ୍କ ବାୟୋପିକ୍‌, ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି'

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ। ଖୁବଶୀଘ୍ର କଲାମଙ୍କ ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍‌ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ୨୦୨୫ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିବା ଏହି ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି' । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚିତ୍ର ନିର୍ମାତା ।

ସେୟାର କରାଯାଇଥିବା ଏହି ବାୟୋପିକ୍‌ର ପୋଷ୍ଟରରେ ତାଙ୍କ ଚରିତ୍ରର ଝଲକ ପ୍ରତିପାଦିତ ହେଉଛି । ଏହି ବାୟୋପିକ୍‌ଟି ପରଦାରେ ଆସିବା ପରେ ଖୁବ୍‌ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା । ରାମେଶ୍ୱରମ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା'ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ ।

ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି । ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-biopic-on-apj-abdul-kalam-titled-dr-a-p-j-abdul-kalam-is-set-to-be-released-in-2025-with-a-tentative-release-date-of-october-15 | Argus News