କିଆରା-ସିଦ୍ଧାର୍ଥଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି
·1 year ago

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି। ଫ୍ୟାନ୍ସମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଏକ କୁନି ଅତିଥି ଆସିବାକୁ ଯାଉଛି। ଏହି ଦମ୍ପତି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଶୁକ୍ରବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଦମ୍ପତି ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ଏହା ସହିତ, ସମସ୍ତେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଶୁକ୍ରବାର କିଆରା ଏବଂ ସିଦ୍ଧାର୍ଥ ଗର୍ଭଧାରଣର ଘୋଷଣା କରିବା ପାଇଁ ଏକ ପୋଷ୍ଟ ଶେୟାର କରିଥିଲେ।
ପୋଷ୍ଟରେ କ୍ୟାପସନରେ ଲେଖାଯାଇଛି, “ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।”
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: