Videos
|
Entertainment

ମିଛ କହି କ୍ଷମା ମାଗିଲେ ଆମିର, କାରଣ ଜାଣିଲେ ହୋସ ଉଡ଼ିଯିବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମିଛ କହି କ୍ଷମା ମାଗିଲେ ଆମିର, କାରଣ ଜାଣିଲେ ହୋସ ଉଡ଼ିଯିବ

Key Points

ମିଛ କହିଥିଲେ ବଲିଉଡ ଷ୍ଟାର

ମିଛ କହି କ୍ଷମା ମାଗିଲେ ଆମିର

ଫ୍ୟାନ୍ସ କହିଲେ ଏମିତି କଣ ହେଲା ?

ମିଛ କହି ଫସିଲେ ବଲିଉଡ଼ ସୁପରଷ୍ଟାର ଆମିର ଖାନ ।ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହାସହ ଆମିର ପ୍ରେସ୍ କନଫରେନ୍ସରେ ଏହି ମିଛ କହିବା ନେଇ କ୍ଷମା ମାଗିଛନ୍ତି। ଆମିର ଖାନଙ୍କ ଫିଲ୍ମ ‘ ସିତାରେ ଜମିନ ପର୍’କୁ ଖୁବ୍‌ ଭଲ ରେସପନ୍ସ ମିଳିଛି। ଫିଲ୍ମ ବକ୍ସ ଅଫିସରେ ଖୁବ୍‌ ଆୟ ମଧ୍ୟ କରିଛି। ଅମିର ନିକଟରେ ଘୋଷଣା କରିଛନ୍ତି ଯେ, ଏହି ଫିଲ୍ମକୁ ଏବେ ୟୁଟ୍ୟୁବ୍‌ରେ ରିଲିଜ କରି ଦିଆଯାଇଛି। କିନ୍ତୁ ପ୍ରଥମେ ଆମିର ଫିଲ୍ମ ରିଲିଜ ବେଳେ କହିଥିଲେ ଯେ , ଏହା ୟୁଟ୍ୟୁବ୍‌ରେ ରିଲିଜ ହେବ ନାହିଁ। ଏବେ ସେ କହିଛନ୍ତି ଯେ, ସେ ବାଧ୍ୟ ହୋଇ ଏହି ମିଛ କହିଥିଲେ।


ସିତାରେ ଜମିନ ପର୍‌ ର କଥା ଯଦି କହିବା ତ ଏହା ୨୦୦୭ ରେ ରିଲିଜ ହୋଇଥିବା ଫିଲ୍ମ ତାରେ ଜମିନ ପର୍‌ ର ସିକ୍ୱେଲ ଥିଲା। ଫିଲ୍ମରେ ଅମିରଙ୍କ ସହ ଜେନେଲିଆ ଡିସୁଜାଙ୍କ ସମେତ ଅନେକ କଳାକାର ସାମିଲ ଥିଲେ। କହି ରଖୁଛୁ କି , ଏବେ ଆମିରଙ୍କ ଫିଲ୍ମ ଲାହୋର ୧୯୪୭ ଆସିବାକୁ ଯାଉଛି। ଏହି ଫିଲ୍ମକୁ ସେ ପ୍ରଡ୍ୟୁସ୍ କରୁଛନ୍ତି। ଫିଲ୍ମରେ ସନି ଦେଓଲ , ପ୍ରୀତି ଜିଣ୍ଟା ଲିଡ୍‌ରେ ଅଛନ୍ତି। ଆମିର କହିଛନ୍ତି – ମୁଁ ଏସବୁ କହିଥିଲି ...ଯେଉଁ ଯେଉଁ ଲୋକେ ମୋତେ ପଚାରୁ ଥିଲେ ଯେ, ଆପଣଙ୍କ ଫିଲ୍ମ ୟୁଟ୍ୟୁବରେ ଆସୁଛି , ମୁଁ ଆପଣଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି , ମୁଁ ମିଛ ଏଥିପାଇଁ କହୁ ଥିଲି , କାରଣ ମୁଁ ଆଉ କିଛି କହିପାରୁ ନଥିଲି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋତେ ସେହି ସମୟରେ ଥିଏଟ୍ରିକଲ ବିଜନେସ ପ୍ରୋଟେକ୍ଟ କରିବାର ଥିଲା। ମୋର ଆରମ୍ଭ ହୋଇଛି ସିନେମାରୁ ଏବଂ ମୁଁ ସିନେମା ଓ ଥିଏଟର ପ୍ରତି ବହୁତ ବିଶ୍ୱସ୍ତ। ଆମିର ଆହୁରି କହିଛନ୍ତି , ମୁଁ ସର୍ବଦା ଥିଏଟର ବିଜେନେସକୁ ପ୍ରୋଟେକ୍ଟ କରିବାକୁ ଚେଷ୍ଟା କରିଥାଏ। ମୁଁ ଚାହୁଁଥିଲି ଯେବେ ଆମେ ପ୍ରଥମ ପର୍ଯ୍ୟାୟ ଏହି ଏକ୍ସପେରିମେଣ୍ଟ କରିବା ତ ଥିଏଟରକୁ ସଂପୂର୍ଣ୍ଣ ରୂପେ ପ୍ରୋଟେକ୍ଟ କରିବା ଏବଂ ଏଥିପାଇଁ ଦୁଇ ଚାରି ଜଣ ଲୋକ ଏହି ପ୍ରଶ୍ନ ପଚାରିବାରୁ ମୁଁ କହିଥିଲି , ହଁ ମୁଁ ୟୁଟ୍ୟୁବ୍‌ରେ ଆସୁ ନାହିଁ । ତାହା ମୋତେ କହିବାକୁ ପଡ଼ିଲା ଏବଂ ମୁଁ ଏଥିପାଇଁ କ୍ଷମା ମାଗୁଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

aamir-khan-apologises-for-lying-about-sitaare-zameen-pars-youtube-release-defends-his-stance-on-pay-per-view-vs-ott | Argus News