Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରଜନୀକାନ୍ତଙ୍କ ‘କୁଲି’ରେ ଅମୀରଙ୍କ ଏଣ୍ଟ୍ରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରଜନୀକାନ୍ତଙ୍କ ‘କୁଲି’ରେ ଅମୀରଙ୍କ ଏଣ୍ଟ୍ରି

ସାଉଥରେ କାମ କରିବେ ଆମିର ଖାନ। ଅମୀର ଖାନ ଖୁବ୍ ଶୀଘ୍ର ରଜନୀକାନ୍ତ ଏବଂ ନାଗାର୍ଜୁନଙ୍କ ସହ ଦକ୍ଷିଣ ଫିଲ୍ମ 'କୁଲି'ରେ ନଜର ଆସିବେ। ସଞ୍ଜୟ ଦତ୍ତ ଏବଂ ବବି ଦେଓଲ ସମେତ ଅନେକ ପ୍ରସିଦ୍ଧ ଅଭିନେତା ସାଉଥକୁ ମୁହାଁଇଛନ୍ତି ଏବଂ ଏବେ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ରଜନୀକାନ୍ତଙ୍କ 'କୁଲି'କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ଼ ଚର୍ଚ୍ଚା ଚାଲିଛି। ଦର୍ଶକ ଅଭିନେତାଙ୍କ ଆଗାମୀ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

'କୁଲି'ରେ ରଜନୀକାନ୍ତଙ୍କ ସହ ନଜର ଆସୁଥିବା କନ୍ନଡ ଅଭିନେତା ଉପେନ୍ଦ୍ର ଫିଲ୍ମରେ ସୁପରଷ୍ଟାର ଅମୀରଙ୍କ ଏଣ୍ଟ୍ରିକୁ କନଫର୍ମ କରିଛନ୍ତି। ଏହି ଫିଲ୍ମରେ ଅମୀର ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ପ୍ରଥମ ଥର ଯେ ଅମୀର 'ଥଲାଇଭା' ରଜନୀକାନ୍ତଙ୍କ ସହ ସ୍କ୍ରିନ୍‌ ସେୟାର କରିବେ।ବର୍ତ୍ତମାନ ବଲିଉଡ୍ ଅଭିନେତାଙ୍କ ଦକ୍ଷିଣ ଡେବ୍ୟୁର ଏକ ବଡ଼ ଧାରା ଚାଲିଛି। ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି।

ଉପେନ୍ଦ୍ର ରାଓ ତାଙ୍କ ଫିଲ୍ମ ୪୫ର ପ୍ରମୋସନ ସମୟରେ "କୁଲି" ବିଷୟରେ କଥା ହୋଇଥିଲେ। ସେ 'ଥଲାଇଭା' ରଜନୀକାନ୍ତଙ୍କ ସହ କାମ କରିବାର ଅଭିଜ୍ଞତା ମଧ୍ୟ ସେୟାର କରିଥିଲେ। ଏହି ସମୟରେ ସେ ବଲିଉଡ ସୁପରଷ୍ଟାର ଅମୀର ଖାନ ମଧ୍ୟ ଏହି ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି କହିଥିଲେ। ହେଲେ ସେ କେବଳ ଏକ କ୍ୟାମିଓ ଭୂମିକାରେ ନଜର ଆସିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aamir-khan-begins-shooting-for-rajinikanths-coolie-in-jaipur | Argus News