Videos
|
Entertainment

Ollywood News / କଥା ଦେଇ କଥା ରଖିଲେ ଆମିର ଖାନ୍: ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନେଇ ମନୋଜଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା କଲେ

Ritu Das
Browse all articles by Ritu Das
·9 months ago·2 min read
କଥା ଦେଇ କଥା ରଖିଲେ ଆମିର ଖାନ୍: ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନେଇ ମନୋଜଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା କଲେ
Manoj-Amir

Key Points

ବଲିଉଡର ସୁପରଷ୍ଟାର ଆମିର ଖାନଙ୍କୁ ଭେଟିଲେ ମନୋଜ ମିଶ୍ର । କଥା ଦେଇ କଥା ରଖିଲେ ବଲିଉଡର ସୁପରଷ୍ଟାର ଆମିର ଖାନ୍ । ଅଭିନେତା ମନୋଜ ମିଶ୍ରଙ୍କୁ ଗୋଆ ଫିଲ୍ମ ଫେଷ୍ଟିଭାଲରେ ଆମିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସିଏ ପୂରଣ କରିଛନ୍ତି।
ବଲିଉଡର ସୁପରଷ୍ଟାର ଆମିର ଖାନଙ୍କୁ ଭେଟିଲେ ମନୋଜ ମିଶ୍ର । କଥା ଦେଇ କଥା ରଖିଲେ ବଲିଉଡର ସୁପରଷ୍ଟାର ଆମିର ଖାନ୍ । ଅଭିନେତା ମନୋଜ ମିଶ୍ରଙ୍କୁ ଗୋଆ ଫିଲ୍ମ ଫେଷ୍ଟିଭାଲରେ ଆମିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସିଏ ପୂରଣ କରିଛନ୍ତି ଆଉ ମନୋଜଙ୍କୁ ଡାକି ତାଙ୍କୁ ଭେଟିଛନ୍ତି ଏବଂ ଓଡିଆ ସିନେମାର ଉନ୍ନତି ଦିଗରେ ଆଲୋଚନା କରିଛନ୍ତି।



ଓଡିଆ ସିନେମା ଏବଂ ହଲ ପ୍ରସଙ୍ଗରେ ଆଲୋଚନା କରିବା ସହ ତାଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ ଆମିରଙ୍କୁ ଧନ୍ୟବାଦ ଜଣାଇଥିଲେ ମନୋଜ ମିଶ୍ର ଏବଂ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମନୋଜ ଲେଖିଛନ୍ତି- ମତେ କିଏ କଣ ବୁଝିଛି ମୁଁ ଜାଣିନି କିନ୍ତୁ ଆଜି ଆମିର ଖାନଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା ଭିତରେ ମୁଁ ବୁଝିଗଲି ଯେ ଓଡ଼ିଶାରେ ତିଆରି ସିନେମାକୁ ନେଇ ମୋ ମୁଣ୍ଡରେ କଣ ଅଛି ସେ କଥା ଆମିର ଖାନ୍ ଭଲ ଭାବରେ ବୁଝିଗଲେ, ଦଶ ମିନିଟ୍ ସମୟ ଦେଇଥିଲେ କିନ୍ତୁ ଦେଢ଼ ଘଣ୍ଟା ଆମର ଆଲୋଚନା ହେଲା।। ଏତେ ବଡ଼ ଷ୍ଟାର ହେଲେ ବି କଳା ପ୍ରତି ତାଙ୍କର ଭଲ ପାଇବା ଅଛି ବୋଲି ସେ ମୋ କଥା ବୁଝି ପାରିଲେ। ଆମିର କହିଛନ୍ତି " ମୋତେ ବହୁତ ଭଲ ଲାଗିଲା ଓଡ଼ିଶାର ସଂସ୍କୃତି ବିଷୟରେ କିଛି ଜାଣିବାକୁ ପାଇଛି। ଆଉ ତୁମେ ଓଡ଼ିଆ ସିନେମା ବିଷୟରେ ଏତେ ଭାବୁଛ ତାହା ବଡ଼ ଖୁସିର କଥା। ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ମୁଁ ନିଶ୍ଚିତ ଚେଷ୍ଟା କରିବି।

ଏହାସହ ପଢ଼ନ୍ତୁ : ଆମୀର ଖାନଙ୍କ ସଂଘର୍ଷମୟ କାହାଣୀ, କେମିତି ହେଲେ କୋଟିପତି...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଆରେ କଥା ଦେଇଥିଲେ ଆମିର

ଗୋଆ ଫିଲ୍ମ ଫେଷ୍ଟିଭାଲରେ ସିନେମାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଓଡ଼ିଆ ସିନେମା ଓ ତାର ବିକାଶ ନେଇ ଆମିର ଖାନଙ୍କ ସହ ଆଲୋଚନା କରିଥିଲେ ଅଭିନେତା ମନୋଜ ମିଶ୍ର । ଓଡ଼ିଶାରେ ଫିଲ୍ମ ତ ତିଆରି ହେବ କିନ୍ତୁ ବାହାରେ ବିକ୍ରି କେମିତି ହେବ ? ସିନେମାକୁ ହଲ୍ କେମିତି ମିଳିବ ? ସିନେମା ନିର୍ମାଣର ଖର୍ଚ୍ଚ କେମିତି ଆଦାୟ ହେବ ? ଏମିତି ଅନେକ ପ୍ରସଙ୍ଗରେ ଆମିର ଖାନଙ୍କ ସହ କଥା ହୋଇଥିଲେ ମନୋଜ। ମଞ୍ଚ ଉପରେ ଆମିର ବସିଥାନ୍ତି ଆଉ ମନୋଜଙ୍କ ମୁହଁରୁ ବାହାରୁଥିବା ଓଡିଆ ସିନେମାକୁ ନେଇ ଗୋଟେ ପରେ ଗୋଟେ ପ୍ରଶ୍ନ ସେ ଶୁଣୁଥାନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର