Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଆମିର ଖାନ୍‌

Entertainment

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଆମିର ଖାନ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଆମିର ଖାନ୍‌

ଆମିର ଖାନ। ବଲିଉଡର ସୁପରଷ୍ଟାର। ବର୍ତ୍ତମାନ ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି ଆମିର। ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି ଅଭିନେତା ଆମିର ଖାନ।ତାଙ୍କୁ ବର୍ତ୍ତମାନ ୟୁଟ୍ୟୁବ୍‌ ଚ୍ୟାନେଲରେ ସମସ୍ତେ ଦେଖିବେ। ଆମିର ବର୍ଷକୁ ଗୋଟି ଫିଲ୍ମ କରିବେ ଯାହା ବ୍ଲକ ବଷ୍ଟର ହୋଇଥାଏ। ଏବେ ତାଙ୍କ ପ୍ରଶଂସକ ତାଙ୍କୁ ୟୁଟ୍ୟୁବରେ ଦେଖିବ।

୨୦୨୫ରେ ଏଯାବତ ଆମିରଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। ହେଲେ ଆଗକୁ କିଛି ଫିଲ୍ମ ଆସିବାକୁ ଯାଉଛି। ‘ତାରେ ଜମିନ ପର୍‌’ର ସିକୁଏଲ ‘ସିତାରେ ଜମିନ୍‌ ପର’, କୁଲି ଏବଂ ଲାହୋର ୧୯୪୭ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଏଣୁ ପ୍ରଶଂସକଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଏସବୁର ଶୁଟିଂର ଝଲକ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ପୂର୍ବରୁ ଆମିର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନଥିଲା। ହେଲେ ଏବେ ସେ ବଡ଼ ପଦକ୍ଷେପ ନେଇ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ଆମିରଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ ପୋଷ୍ଟ ଶେୟାର କରାଯାଇଛି। ଆମିରଙ୍କ ୟୁଟ୍ୟୁବ୍‌ ଚ୍ୟାନେଲର ନାମ ‘ଆମିର ଖାନ୍‌ ଟକିଜ’ ରଖାଯାଇଛି। ଏହା ଜରିଆରେ ଅଭିନେତା ନିଜର ଫିଲ୍ମ ଶୁଟିଂର ବିହାଇଣ୍ଡ ଦ ସିନ୍ସ ଭିଡିଓ ଶେୟାର କରିବେ। ଯାହାକୁ ପ୍ରଶଂସକ ଦେଖିବା ପାଇଁ ଉତକଣ୍ଠାର ସହ ଅପେକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
aamir-khan-launches-youtube-channel-aamir-khan-talkies | Argus News