Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫିଲ୍ମ ଫ୍ଲପ୍ ହେଲେ ଫି’ ନିଅନ୍ତି ନାହିଁ ଅମୀର

Entertainment

ଫିଲ୍ମ ଫ୍ଲପ୍ ହେଲେ ଫି’ ନିଅନ୍ତି ନାହିଁ ଅମୀର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫିଲ୍ମ ଫ୍ଲପ୍ ହେଲେ ଫି’ ନିଅନ୍ତି ନାହିଁ ଅମୀର

ଫି ନିଅନ୍ତିନି ଅମୀର ଖାନ। କାହିଁକି ଫି ନିଅନ୍ତି ନାହିଁ ଅମୀର ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅମୀର ଖାନ କହିଥିଲେ ଯେ ଯେତେବେଳେ ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୁଏ, ସେ ତାଙ୍କର ଫିସ୍ ନିଅନ୍ତି ନାହିଁ। ମୁଁ ଲାଭରୁ ମୋର ଦେୟ ନେଇଥାଏ। ଯଦି ଫିଲ୍ମଟି ଲାଭ ନକରେ, ତେବେ ମୁଁ ମୋର ଦେୟ ନେଇ ନଥାଏ । ଯେପରି 'ଲାଲ ସିଂହ ଚଡ୍ଡା' ଫ୍ଲପ୍ ହେବା ପରେ, ମୁଁ ଟଙ୍କା ନେଇ ନଥିଲି। ଏବଂ ଏଥିରେ ମୋର କୌଣସି ଅନୁତାପ ହୁଏ ନାହିଁ। ଯେତେବେଳେ ମୁଁ କାମ କରେ, ମୁଁ ଭାବେ ନାହିଁ ଯେ ମୁଁ ୬୦ ଦିନ ପାଇଁ କାମ କରୁଛି, ତେଣୁ ତୁମେ ମୋତେ ଟଙ୍କା ଦିଅ। ଏହା ମୋର ଚିନ୍ତାଧାରା ନୁହେଁ। କିଛି ଲୋକ ଏପରି ଭାବନ୍ତି ।

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ। ଖୁବ୍ ଶୀଘ୍ର ପୁଣି ଥରେ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ତାଙ୍କ ଫ୍ୟାନ୍ସମାନେ 'ସିତାରେ ଜମିନ୍ ପର' ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। କୁହାଯାଉଛି ଯେ ଅମୀର ଏହି ଫିଲ୍ମରେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଆର.ଏସ. ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଅମୀରଙ୍କ ସହିତ ୧୦ ଜଣ ନୂଆ ଅଭିନେତାଙ୍କୁ ଦେଖିବାକୁ ମିଳିବ। ଏହାର ଅର୍ଥ ହେଉଛି ସେ ଏହି ଫିଲ୍ମ ସହିତ ୧୦ ଜଣ ନୂଆ ଅଭିନେତାଙ୍କୁ ଲଞ୍ଚ କରୁଛନ୍ତି।

ଏହି ଫିଲ୍ମଟି ୨୦୦୭ ମସିହାରେ ଆସିଥିବା ଫିଲ୍ମ 'ତାରେ ଜମିନ୍ ପର'ର ସିକ୍ୱେଲ୍। ଏହି ଚଳଚ୍ଚିତ୍ରଟି ଖାସ୍‌ କରି ପିଲାମାନଙ୍କ ଉପରେ ଆଧାରିତ। ଏହା ୨୦ ଜୁନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ ଏହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aamir-khan-says-he-didnt-receive-payment-for-laal-singh-chaddha-for-this-reason-i-dont-regret-it | Argus News