Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Aamir Khan / ଲୁଚିଛପି ବିବାହ କଲେ ଆମୀର: କହିଲେ, ଆମେ ଏକାଠି ରହୁଛୁ...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଲୁଚିଛପି ବିବାହ କଲେ ଆମୀର: କହିଲେ, ଆମେ ଏକାଠି ରହୁଛୁ...
Aamir Khan

Key Points

ଲୁଚିଛପି ବିବାହ କଲେ ଅମୀର ଖାନ !
ଗୌରୀଙ୍କ ସହ ଏକାଠି ରହୁଛନ୍ତି ଆମୀର
ଶେଷରେ ମୁହଁ ଖୋଲିଲେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌। ଯେଉଁ ଖବର ଉପରେ ସବୁ ଫ୍ୟାନ୍ସଙ୍କ ନଜର ଥିଲା ଶେଷରେ ସବୁ ଉତ୍ତର ରଖିଛନ୍ତି ଆମୀର ଖାନ୍‌। କହିଲେ ଆମର ବିବାହ ସରିଛି। ଏ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଷ୍ଟର ପରଫେକ୍ସନିଷ୍ଟଙ୍କ ବୟାନ ବଲିଉଡରେ ହଇଚଇ ସୃଷ୍ଟି କରିଛି। କିଛି ଲୋକ ଏହା ମଧ୍ୟ ଆଲୋଚନା କରୁଛନ୍ତି କି ବୋଧେ ଆମୀର ଲୁଚିଛପି ଗୌରୀଙ୍କୁ ବିବାହ କରିସାରିଛନ୍ତି।

ଆମୀର ଖାନ ଗୌରୀଙ୍କ ପୂର୍ବରୁ ଦୁଇଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ସହିତ ଦୁଇଟି ସନ୍ତାନ ଅଛି। ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହିତ ତାଙ୍କର ଏକ ପୁଅ ମଧ୍ୟ ଅଛି। କିରଣଙ୍କ ଠାରୁ ଅଲଗା ହେବା ପରେ ଗୌରୀ ତାଙ୍କ ଜୀବନକୁ ଆସିଥିଲେ, ଏବଂ ସେବେଠାରୁ ଏହି ଦମ୍ପତି ପରସ୍ପର ପ୍ରତି ବହୁତ ସିରିଅସ ଅଛନ୍ତି।ଆମୀର ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି।

ଆମୀର କହିଛନ୍ତି ଯେ ସେ ପୂର୍ବରୁ ଗୌରୀଙ୍କୁ ହୃଦୟରୁ ବିବାହ କରି ସାରିଛନ୍ତି । ଆମୀର ଏବଂ ତାଙ୍କ ପ୍ରେମିକା ଗୌରୀ ମୁମ୍ବାଇର ଏକ ସୁନ୍ଦର ଆପାର୍ଟମେଣ୍ଟରେ ଏକାଠି ରହୁଛନ୍ତି। ସେମାନେ ବହୁତ ସମୟ ହେବ ରିଲେସନଶିପରେ ଅଛନ୍ତି। ୨୦୨୫ ମସିହାରେ, ଅମୀର ତାଙ୍କର ୬୦ତମ ଜନ୍ମଦିନରେ ଗୌରୀଙ୍କୁ ତାଙ୍କର ପ୍ରେମିକା ଭାବରେ ଜନସାଧାରଣଙ୍କ ସମ୍ମୁଖରେ ପରିଚିତ କରାଇଥିଲେ।

ଏକ ସାକ୍ଷାତକାର ସମୟରେ, ଆମୀର ଖାନ ହୃଦୟରୁ ଗୌରୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଅମୀରଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅମୀର ଏହା ମଧ୍ୟ କହିଥିଲେ ଯେ ସେମାନେ ଆଇନଗତ ଭାବରେ ବିବାହ କରିବେ କି ନାହିଁ ତାହା ପରେ ନିଷ୍ପତ୍ତି ନିଆଯିବ। ସେମାନଙ୍କର ସମ୍ପର୍କ ବହୁତ ମଜବୁତ ଏବଂ ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି। ଆମୀର ଖାନଙ୍କ ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। ଏହା ପୂର୍ବରୁ ଦୁଇ ଦୁଇଟି ବିବାହ ଭାଙ୍ଗିବା ପରେ ଆମୀର ତୃତୀୟ ବିବାହ କରିବାକୁ ଯାଉଛନ୍ତି।

ଏଥିସହ ପଢ଼ନ୍ତୁ: ଆଉ ଲଣ୍ଡନ ଯିବେନି ବିରୁଷ୍କା, ରହିବା ପାଇଁ ଆଲିବାଗ୍‌ରେ କିଣିଲେ ପ୍ଲଟ୍‌...

ବଲିଉଡର ଦିଗ୍‌ଗଜ ଅଭିନେତା ତଥା ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଅଭିନୟର ତ ସମସ୍ତେ ଦିୱାନା । କିନ୍ତୁ ଆପଣ ଜାଣନ୍ତି କି ଆମୀରଙ୍କ ପ୍ରକୃତ ନାଁ କଣ ଓ ତାଙ୍କ ନେଟୱର୍ଥ କେତେ ? ତାଙ୍କ ପ୍ରକୃତ ନାମ ମହମ୍ମଦ ହୁସେନ ଆମୀର ଖାନ୍‌ । କିନ୍ତୁ ଫିଲ୍ମ ଇଣ୍ଟଷ୍ଟ୍ରିକୁ ଏଣ୍ଟ୍ରି କରିବା ପରେ ନିଜ ନାଁକୁ ଛୋଟ କରି ରଖିଥିଲେ ଆମୀର ଖାନ । ଆମୀର ୧ହଜାର ୮ଶହ ୬୨ କୋଟି ସଂପତ୍ତିର ମାଲିକ । ସେ ଫିଲ୍ମ ଛଡା ଟିଭି ସୋ, ନିଜର ପ୍ରଡକ୍ସନ ହାଉସ ଜରିଆରେ ମୋଟା ଅଙ୍କର ଆୟ କରନ୍ତି । ରିପୋର୍ଟ ମୁତାବକ ସେ ଏକ କମରସିଆଲ ସୁଟ୍‌ ପାଇଁ ୧୦ରୁ ୧୨ କୋଟି ଫି ଚାର୍ଜ କରନ୍ତି ।

ଗୋଟିଏ ଫିଲ୍ମ ପାଇଁ ସେ ୫୦ କୋଟି ଡିମାଣ୍ଡ କରନ୍ତି । ଆମୀର ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ଟାକ୍ସ ଭରୁଥିବା ଅଭିନେତା ଲିଷ୍ଟରେ ସାମିଲ ଅଛନ୍ତି । ଆମୀରଙ୍କ ପପୁଲାରିଟି ଏହି କଥାରୁ ଅନୁମାନ ଲଗାଇ ହେବ କି ଇଣ୍ଡଷ୍ଟ୍ରିରେ ସେ ପ୍ରଥମ ଅଭିନେତା ଯାହାଙ୍କ ଫିଲ୍ମ ଶହେ କ୍ଲବରେ ଏଣ୍ଟ୍ରି ହୋଇଥିବା ପ୍ରଥମ ଫିଲ୍ମ ଅଟେ । ଫିଲ୍ମଟି ଥିଲା ୨୦୦୮ରେ ରିଲିଜ ହୋଇଥିବା ଗଜନି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Aamir Khan | Aamir Khan Secretly Marries? Actor Says “We Are Living Together” | Argus News | Argus News