Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ- AIIMS

Smruti Parija
Browse all articles by Smruti Parija
·10 months ago·1 min read
ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ- AIIMS

Key Points

କୋମାରେ ଅଭିଜିତ ମଜୁମଦାର

ପାର୍ବଣର ଠିକ୍ ପୂର୍ବରୁ ଦାଦାଙ୍କ ଅସୁସ୍ଥତା ଖବର ସମସ୍ତଙ୍କୁ ଦୁଃଖ ଦେଇଛି

ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

କୋମାରେ ଅଭିଜିତ ମଜୁମଦାର । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ । ଭୁବନେଶ୍ବର ଏମ୍ସ ପକ୍ଷରୁ ଜାରି ହେଲା ମେଡିକାଲ୍‌ ବୁଲେଟିନ୍‌ । ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବା ସହ ନିମୋନିଆରେ ପୀଡ଼ିତ ଅଛନ୍ତି ଅଭିଜିତ । ଭେଣ୍ଟିଲେଟର ସପୋର୍ଟରେ ବର୍ତ୍ତମାନ ରହିଥିବା ସୂଚନା ମିଳିଛି । ମଧ୍ୟାହ୍ନ ପରଠାରୁ ICUର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଏକାଧିକ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଜାରି କରାଯାଇଛି ।


ସମ୍ଭଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଅଭିଜିତ । ୨୦୦୦ ମସିହାରେ ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା । ଏହା ପରେ ଅଭିଜିତ ଆଉ ପଛକୁ ଫେରି ନଥିଲେ । ଓଲିଉଡକୁ ଦେଇଛନ୍ତି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଗୀତ । ୨୦୦୮ ରେ ‘ତୋ ବିନା ଭଲ ଲାଗେନା’ , ୨୦୧୦ରେ ‘ତୁ ଥାଆ ମୁଁ ଯାଉଛି ରୁଷି’ , ୨୦୧୨ରେ ‘ମ୍ୟାଟ୍ରିକ୍ ଫେଲ୍’ ,୨୦୧୩ରେ ‘ଲଭ୍ ହେଲା ଏମିତିରେ’ , ୨୦୧୪ରେ ‘ପୁଣି ଦେଖା ହେବ ଆର ଜନ୍ମରେ’ , ୨୦୧୬ରେ ‘ଲଭ୍ ଷ୍ଟେସନ୍’ , ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭଜିତ । ସେ ରିବନ ଫିତା ଗୀତ ହେଉ କି କଞ୍ଚା ହଳଦୀ ଯୁବପିଢିଙ୍କୁ ଆଜି ବି ମତୁଆଲା କରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସବୁ ବର୍ଷ ଦୂର୍ଗା ପୂଜାରେ ଦାଦାଙ୍କ ଗୀତ ପେଣ୍ଡାଲରୁ ନେଇ ଭସାଣି ପର୍ଯ୍ୟନ୍ତ ମାର୍କେଟ ନିଏ । ହେଲେ ପାର୍ବଣର ଠିକ୍ ପୂର୍ବରୁ ଦାଦାଙ୍କ ଅସୁସ୍ଥତା ଖବର ସମସ୍ତଙ୍କୁ ଦୁଃଖ ଦେଇଛି ।

Sponsored
abhijit-majumdars-health-condition-critical-aiims | Argus News