Videos
|
Entertainment

ଭାଇଜାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଅଭିନବ କଶ୍ୟପ

Ritu Das
Browse all articles by Ritu Das
·1 year ago·2 min read
ଭାଇଜାନଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଅଭିନବ କଶ୍ୟପ

Key Points

ବଲିଉଡ ସୁପରଷ୍ଟାର ସଲମାନ ଖାନ । ବର୍ତ୍ତମାନ ସେ ରିଆଲିଟି ଶୋ 'ବିଗ୍ ବସ୍ ୧୯'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ 'ଦବଙ୍ଗ' ସିନେମା ନିର୍ଦ୍ଦେଶକ ଅଭିନବ କଶ୍ୟପ ଭାଇଜାନଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି ।

ବଲିଉଡ ସୁପରଷ୍ଟାର ସଲମାନ ଖାନ । ବର୍ତ୍ତମାନ ସେ ରିଆଲିଟି ଶୋ 'ବିଗ୍ ବସ୍ ୧୯'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ 'ଦବଙ୍ଗ' ସିନେମା ନିର୍ଦ୍ଦେଶକ ଅଭିନବ କଶ୍ୟପ ଭାଇଜାନଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିନବ ତାଙ୍କ ବୟାନରେ ସଲମାନଙ୍କୁ ଜଣେ ଗୁଣ୍ଡା ଏବଂ ଅସଭ୍ୟ ମଣିଷ ବୋଲି ମଧ୍ୟ କହିଛନ୍ତି। କେବଳ ଏତିକି ନୁହେଁ, ଅଭିନବ ସଲମାନ ଖାନ ଏବଂ ତାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରି ସମାଲୋଚନା କରିଛନ୍ତି। ତେବେ ଏହାର ଜବାବ ଦେଇଛନ୍ତି ଭାଇଜାନ। ଏକ ସାକ୍ଷାତକାରରେ ଅଭିନବ ସଲମାନଙ୍କୁ କହିଛନ୍ତି, 'ସଲମାନ କେବେ କୌଣସି କାମରେ ସାମିଲ ହୁଅନ୍ତି ନାହିଁ ।



ସେ ଅଭିନୟ ଜଗତରେ ରହିବାକୁ ବହୁତ ପସନ୍ଦ କରନ୍ତି କିନ୍ତୁ ଅଭିନୟରେ କୌଣସି ଆଗ୍ରହ ନାହିଁ। କାହିଁକି ନା ସେ କେବେ ବି କାହାଣୀ ବୁଝିବାକୁ ଇଚ୍ଛା କରନ୍ତି ନାହିଁ । ଗତ ୨୫ ବର୍ଷ ଧରି ସେ କେବଳ ସମୟ ଅତିବାହିତ କରିବାକୁ ଫିଲ୍ମ କରୁଛନ୍ତି। ଯେତେବେଳେ ସେ ଫିଲ୍ମର ସେଟକୁ ଆସନ୍ତି, ସେତେବେଳେ ଲାଗେ ଯେ ସେ ସୁଟିଂକୁ ଆସି ଦୟା କରୁଛନ୍ତି। ଦବଙ୍ଗ ପୂର୍ବରୁ ମୁଁ ଏହା ବିଷୟରେ ଜାଣି ନଥିଲି। ହେଲେ ପରେ ଜାଣିଲି ସଲମାନ ଜଣେ ଗୁଣ୍ଡା ଏବଂ ଅସଭ୍ୟ ମଣିଷ। ଏତିକି ହିଁ ନୁହେଁ ଅଭିନବ ସଲମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରି କହିଥିଲେ,'ସେ ଏପରି ଏକ ଫିଲ୍ମ ପରିବାରରୁ ଆସିଛନ୍ତି। ଯାହା ୫୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଅଛି। ବଲିଉଡରେ ଷ୍ଟାର ସିଷ୍ଟମ ଏହି ପରିବାର ଆରମ୍ଭ କରିଥିଲା ଏବଂ ସେମାନେ ଭବିଷ୍ୟତରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିବେ। ଯଦି ଆପଣ ସେମାନଙ୍କ କୌଣସି କଥାରେ ସେମାନଙ୍କ ସହିତ ମତଭେଦ କରନ୍ତି, ତେବେ ସେମାନେ ଆପଣଙ୍କ ପଛରେ ପଡିଯିବେ। ଏହି ଲୋକମାନେ କେବଳ ପ୍ରତିଶୋଧ ନେବାର ଭାବନା ନେଇ କାମ କରନ୍ତି। ଅଭିନବ କଶ୍ୟପ ଅନୁରାଗ କଶ୍ୟପଙ୍କ ସାନ ଭାଇ। ସାକ୍ଷାତକାରରେ ଅଭିନବ ଏହା ମଧ୍ୟ କହିଥିଲେ ଯେ ଦବଙ୍ଗ ତିଆରି କରିବା ପୂର୍ବରୁ ମୋ ଭାଇ ଅନୁରାଗ ମୋତେ ପରାମର୍ଶ ଦେଇଥିଲେ। ଏବେ ମୁଁ ବୁଝିପାରୁଛି ଅନୁରାଗ ମୋତେ ଏପରି କାହିଁକି କହୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଭିନବଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, 'ଦବଙ୍ଗ' ପୂର୍ବରୁ ସେ ରଣବୀର କପୁରଙ୍କ ସିନେମା 'ବେଶରମ'ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ସିନେମା ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ରଣବୀର କପୁରଙ୍କ ସହିତ ପଲ୍ଲବୀ ଶାରଦା, ରିଷି କପୁର ଏବଂ ନୀତୁ କପୁର ପ୍ରମୁଖ ଭୂମିକାରେ ନଜର ଆସିଥିଲେ। କିନ୍ତୁ, ଏହି ସିନେମା ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା। ତେବେ ଅଭିନବଙ୍କ କଥାରେ ବିଗ୍‌ ବସ୍‌ ୱିକେଣ୍ଡ୍‌ କା ବାର୍‌ରେ ସଲ୍‌ମାନ ଏହାର ସିଧା ଜବାବ ଦେଇଛନ୍ତି। ଯାହାର ଉତ୍ତରରେ ସଲ୍‌ମାନ କହୁଛନ୍ତି, ‘‘ମୁଁ କେବେ କାହାର କ୍ୟାରିୟର୍‌ ବନାଇଲି? କ୍ୟାରିୟର୍‌ ବନାଇବା ବାଲା ତ ଉପରେ।’’ ଏହାପରେ ସଲ୍‌ମାନ ସିଧା ଗୁଜବକୁ ନେଇ କହିଲେ କି ‘‘ମୋ ଉପ‌ରେ ଅଭିଯୋଗ ବି ଲାଗିଛି ଯେ ମୁଁ ବହୁତ ଜଣଙ୍କ କ୍ୟାରିୟର୍‌ ଖାଇଦେଇଛି। ହେଲେ କାହାର କ୍ୟାରିୟର୍‌ ବୁଡ଼ାଇଦେବା କ’ଣ ସତରେ ମୋ ହାତରେ ଅଛି? ଆଜିକାଲି ଏ କଥା ଚାଲୁଛି ଯେ ସଲ୍‌ମାନ କ୍ୟାରିୟର୍‌ ଖାଇଯିବ। ମୁଁ କାହା କ୍ୟାରିୟର୍‌ ଖାଇଗଲି? ଯଦି ଖାଇବାର କଥା ଉଠେ ତ ମୁଁ ନିଜ କ୍ୟାରିୟର ଖାଇଯାଇଥାନ୍ତି। ତେବେ ଏହି କଥାରେ ସଲମାନଙ୍କ ଫ୍ୟାନ ମାନେ ଭାଇଜାନଙ୍କୁ ସମର୍ଥନ କରିଛନ୍ତି। ଏବଂ ଅଭିନବଙ୍କ ଏଭଳି କମେଣ୍ଟରେ ପୁରା ରାଗିଯାଇଛନ୍ତି ସଲମାନଙ୍କ ଫ୍ୟାନ୍ସ ମାନେ।

Anurag Kashyap’s Brother Abhinav Kashyap Makes Controversial Statement on Salman Khan | Argus News