Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକକୁ ନେଇ ମୁହଁ ଖୋଲିଲେ ଅଭିନବ

Entertainment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକକୁ ନେଇ ମୁହଁ ଖୋଲିଲେ ଅଭିନବ

Ritu Das
Browse all articles by Ritu Das
·1 year ago·1 min read
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକକୁ ନେଇ ମୁହଁ ଖୋଲିଲେ ଅଭିନବ

ଟେଲି ଅଭିନେତ୍ରୀ ରୁବିନା ଦିଲେକ ସୁନ୍ଦରୀ ବୋହୂ ଏବଂ ଟ୍ବିନ୍ସ ଝିଅଙ୍କ ମା' ଭାବେ ପରିଚିତ। ରୁବିନାଙ୍କ ଶୋ' ବେଟଲଗ୍ରାଉଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା। କିଛି ଦିନ ତଳେ ଅଭିଷେକ ମହ୍ଲାନ ଏବଂ ରୁବିନାଙ୍କ ସହ ଝଗଡା କରିବାରୁ ଆସିମ ରିଆଜଙ୍କୁ ଶୋ'ରୁ ବାହାର କରିଦିଆଯାଇଛି। ଆସିମଙ୍କୁ ଶୋ'ରୁ ବାହାର କରିବାପରେ ତାଙ୍କ ଫ୍ୟାନ ମାନେ ରାଗିଯାଇଛନ୍ତି। ଆସିମଙ୍କ ଫ୍ୟାନମାନେ ରୁବିନାଙ୍କୁ ଧମକାଇବା ଆରମ୍ଭ କରିଦେଇଛନ୍ତି। ତାଙ୍କ ସ୍ବାମୀ ଅଭିନବ ଶୁକ୍ଳାଙ୍କୁ ମଧ୍ୟ ଇଆଡୁ ସିଆଡୁ କହିଛନ୍ତି। ଆସିମ ଏବଂ ଅଭିନବଙ୍କ ମଧ୍ୟରେ ଜୋରଦାର ତୁ ତୁ ମେ ମେ ହୋଇଛି। ଜଣେ ୟୁଜର୍ସ ଅଭିନବଙ୍କୁ କମେଣ୍ଟ କରିଛନ୍ତି ଯେ ମୁଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ। ଅଭିନବଙ୍କୁ ଖୋଲାଖୋଲି କମେଣ୍ଟରେ ହତ୍ୟା କରିବାର ଧମକ ଦେଇଛନ୍ତି।


ୟୁଜର୍ସ ଜଣକ ଲେଖିଛନ୍ତି ମୋ ପାଖରେ AK-47 ଅଛି ତୁମ ଘର ଠିକଣା ମୋ ପାଖରେ ଅଛି। ତୁମକୁ ମୁଁ ଗୁଳି ମାରିବି? ତୁମ ପାଇଁ ଏହା ଶେଷ ଚେତାବନୀ। ଆସିମକୁ କିଛି କହିଲେ କଥାଟା କିଛି ଭଲ ହେବନି। ଧମକକୁ ନେଇ ଅଭିନବ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ମୁଁ ଚୁଡ଼ି ପିନ୍ଧିନ। ସାମ୍ନାକୁ ଆସ। ମୋ ଫ୍ୟାମିଲିର କିଛି ବି ହେଲେ ମୁଁ କିଛି ବି କରିଦେବି। ମୋ ପରିବାରକୁ କିଛି ବି ଆଞ୍ଚ ଆସିଲେ ମୁଁ କାହାକୁ ଛାଡ଼ିବିନି। ବାସ୍‌ ଏତିକି ହି କଥା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
abhinav-opens-up-about-threats-from-lawrence-bishnoi-gang | Argus News