Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Nisha Maharana / ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ ଆକ୍ସନ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ ଆକ୍ସନ
Nisha Maharana

Key Points

ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ?
କଠୋର କାର୍ଯ୍ୟାନୁଷ୍ଠାନ ସହ ଆସିବ କି SOP ?

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ଼ ଆକ୍ସନ । ଏଡିଏମଙ୍କୁ ବଦଳି, ୩ ପୋଲିସ କର୍ମଚାରୀ ନିଲମ୍ବିତ, ୧୪ କମିଟି ମେମ୍ବର ଗିରଫ । ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? ଆଇନମନ୍ତ୍ରୀ କହିଲେ, ନହେଉ ଅଶ୍ଲିଳ ନୃତ୍ୟ, ନହେଲେ ଭୋଗିବ ପରିଣାମ ।

ରଙ୍ଗାରଙ୍ଗ ଲାଇଟ୍‌, ଖଚାଖଚ୍ ଦର୍ଶକଙ୍କ ଭିଡ଼, ଆଉ ଯାତ୍ରା ଷ୍ଟେଜରେ ଆଇଟମ ଗର୍ଲଙ୍କ ଅଙ୍ଗ ପ୍ରଦର୍ଶନ । ଅଶ୍ଳୀଳ ନୃତ୍ୟରେ ପ୍ରାୟ ସମସ୍ତେ ମତୁଆଲା । ଯାତ୍ରାକୁ ମାଧ୍ୟମ କରି ପରିବେଷଣ କରାଯାଉଛି ଅଶ୍ଳୀଳ ନୃତ୍ୟ । ସାମାନ୍ୟ କେତୋଟି ଟଙ୍କା ପାଇଁ ଅନେକ ତଳ ସ୍ତରକୁ ଖସୁଛନ୍ତି ଯାତ୍ରା କମିଟି । ଆଇଟମ ଗର୍ଲଙ୍କୁ ଷ୍ଟେଜ ଉପରେ ଚଢାଇ ଅଶ୍ଳୀଳ ଦୃଶ୍ୟ ମାଧ୍ୟମରେ ଦର୍ଶକଙ୍କୁ ଏକାଠି କରାଇବା ସହ ରୋଜଗାର କରୁଛନ୍ତି ଟଙ୍କା । ଆଉ ନୃତ୍ୟ ନାମରେ ଲଙ୍ଗଳା ହୋଇ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ।

ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଛି ।

ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କର ଭାବନାକୁ କୁଠାରଘାତ କରୁଛି ଏହି ଟ୍ରେଣ୍ଡ । ଦିନେ ଯାତ୍ରା, ଓଡ଼ିଆଙ୍କ ପରିଚୟ ହୋଇଥିଲା ବେଳେ ଏବେ ଶିକ୍ଷିତ ପରିବାର ଏପରି ଅଶ୍ଳୀଳତା ପାଇଁ ଯାତ୍ରାରୁ ମୁହଁ ଫେରାଉଛନ୍ତି । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଏବେଠୁ ସଜାଗ ହୁଏ ।

ତେବେ ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବି ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଗକୁ ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? କଠୋର କାର୍ଯ୍ୟାନୁଷ୍ଠାନ ସହ ଆସିବ କି କିଛି SOP ? ଏସବୁ ଉପରେ ରହିବ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nisha Maharana | Big action in Chhattisgarh over obscene dance performance during yatra | Argus News