Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Ollywood News / ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍‌: କୁକୁର ପଳାଇ ଆସିବାରୁ ହେଲା ଦୁର୍ଘଟଣା

Ritu Das
Browse all articles by Ritu Das
·8 months ago·2 min read
ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍‌: କୁକୁର ପଳାଇ ଆସିବାରୁ ହେଲା ଦୁର୍ଘଟଣା

Key Points

ଅଭିନେତା ଅଶ୍ରୁମୋଚନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର।
ଅଭିନେତା ଅଶ୍ରୁମୋଚନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର।

ଏହାସହ ପଢ଼ନ୍ତୁ : ୪୨ ବର୍ଷରେ ମା' ହେଲେ କାଟ୍ରିନା କୈଫ: ପୁତ୍ରସନ୍ତାନକୁ ଦେଲେ ଜନ୍ମ

ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି। ଆଜି ସକାଳେ କଟକରୁ ସୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖ କେନାଲକୁ ଖସିଯାଇଥିଲା କାର । ସାମ୍ନାକୁ ଆସିଥିବା କୁକୁରକୁ ବଞ୍ଚାଇବାକୁ ଯାଇ ସେ ଗାଡ଼ିର ଷ୍ଟିଅରିଙ୍ଗ ମୋଡି ଦେଇଥିଲେ। କାରଟି କେନାଲ ତଳକୁ ଖସି ଯାଇଥିଲା । ଦୁର୍ଘଟଣାରେ ଉଭୟ କାର ଏବଂ ଅଭିନେତା ଅଶ୍ରୁମୋଚନଙ୍କର କୌଣସି କ୍ଷତି ହୋଇନାହିଁ।

ଏହାସହ ପଢ଼ନ୍ତୁ : 'ଶ୍ରୀକ୍ରିଷ୍ଣା ସିରିୟଲ'ର କୃଷ୍ଣଙ୍କ କଥା ମନେଅଛି ? ଏବେ ୬୦ ବର୍ଷ ବୟସରେ କରୁଛନ୍ତି ଏହି କାମ

ରାମାନନ୍ଦ ସାଗରଙ୍କ ଦୂରଦର୍ଶନରେ ଆସୁଥିବା ଶୋ’ ଶ୍ରୀକ୍ରିଷ୍ଣା ମନେଥିବ। ଏହି ଶୋ’ ୧୯୯୩ରୁ ୧୯୯୯ ଯାଏ ଟେଲିକାଷ୍ଟ ହୋଇଥିଲା। ଏହି ଧାର୍ମିକ ସିରିୟଲରେ ଲିଡ୍‌ ରୋଲ୍‌ରେ ସର୍ବଦମନ ବାନାର୍ଜୀ ନଜର ଆସିଥିଲେ। ଏହି ସମୟରେ ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ , ତାଙ୍କୁ ଦେଖିବା କ୍ଷଣି ଲୋକେ ଆଶୀର୍ବାଦ ନେବାକୁ ଭିଡ଼ ଜମାଉ ଥିଲେ। ସର୍ବଦମନ ଏବେ ୬୦ ବର୍ଷ ବୟସର ହୋଇ ଗଲେଣି ଏବଂ ତାଙ୍କର ଜୀବନ ପୁରା ବଦଳି ଯାଇଛି। ସେ ଚାକଚକ୍ୟକୁ ଛାଡ଼ି ଋଷିକେଶରେ ଏକ ଯୋଗ ,ମେଡିଟେସନ ସେଣ୍ଟର ଚଳାଉଛନ୍ତି। ଏହି ମଧ୍ୟରେ କିଛି ଫିଲ୍ମରେ ସେ ଛୋଟ ଛୋଟ ରୋଲ୍‌ ମଧ୍ୟ କରିଛନ୍ତି। ସେ ଏତେ ବଦଳି ଯାଇଛନ୍ତି ଯେ, ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି। ହେଲେ ତାଙ୍କର ସୋସିଆଲ ମିଡ଼ିଆରେ ଲୋକେ ଆଜି ମଧ୍ୟ ତାଙ୍କର କୃଷ୍ଣ ରୋଲ୍‌କୁ ମନେ କରି ସମ୍ମାନ ଦେଉଛନ୍ତି।

ଉତ୍ତର ପ୍ରଦେଶର ଉନ୍ନବରେ ସର୍ବଦମନ ବାନାର୍ଜୀଙ୍କର ଜନ୍ମ। ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ୍ ଅଫ୍‌ ଇଣ୍ଡିଆ , ପୁନେରୁ ଗ୍ରାଜୁଏସନ କରିଥିଲେ। ୧୯୮୩ ମସିହାରେ ସେ ଆଦିଶଙ୍କରାଚାର୍ଯ୍ୟ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସଂସ୍କୃତ ଭାଷାରେ ଥିଲା। ୧୯୯୩ରେ ତାଙ୍କୁ ରାମାନନ୍ଦ ସାଗରଙ୍କ ଶୋ’ ଶ୍ରୀକ୍ରିଷ୍ଣାରେ ରୋଲ୍‌ ମିଳିଥିଲା। ଏହିଠାରୁ ଘରେ ଘରେ ତାଙ୍କର ଛବି କୃଷ୍ଣଙ୍କ ଛବିରେ ଛାପି ହୋଇଗଲା। ସର୍ବଦମନ ଆହୁରି ଅନେକ ମାଇଥୋଲଜିକାଲ ରୋଲ୍‌ ମଧ୍ୟ କରିଛନ୍ତି , କିନ୍ତୁ ସବୁଠାରୁ ଅଧିକ ଲୋକପ୍ରିୟ ସେ କୃଷ୍ଣ ରୂପେ ହୋଇଛନ୍ତି। କହି ରଖୁଛୁ ଯେ, ସର୍ବଦମନଙ୍କର ଆଧ୍ୟାତ୍ମିକତା ପ୍ରତି ଦୃଢତା ପିଲାଦିନୁ ରହିଥିଲା। ସେ କହି ସାରିଛନ୍ତି ଯେ, ଶ୍ରୀକୃଷ୍ଣ ଶୋ’ କରିବା ପାଇଁ ମଧ୍ୟ ତାଙ୍କୁ ଈଶ୍ୱରଙ୍କ ପକ୍ଷରୁ ସଙ୍କେତ ମିଳି ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Actor Ashrumochan’s Car Falls Into daya cenal | Argus News