Videos
|
Entertainment

ବିମାନ ଦୁର୍ଘଟଣାରେ ହୋଇଛି ଅଭିନେତାଙ୍କ ମୃତ୍ୟୁ: ଡିଏନଏ ରିପୋର୍ଟ ସ୍ପଷ୍ଟ କଲା

Ritu Das
Browse all articles by Ritu Das
·1 year ago·1 min read
ବିମାନ ଦୁର୍ଘଟଣାରେ ହୋଇଛି ଅଭିନେତାଙ୍କ ମୃତ୍ୟୁ: ଡିଏନଏ ରିପୋର୍ଟ ସ୍ପଷ୍ଟ କଲା

Key Points

ବିମାନ ଦୁର୍ଘଟଣାରେ ହୋଇଛି ଅଭିନେତାଙ୍କ ମୃତ୍ୟୁ

ଗୁଜୁରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ କଳାୱାଡିଆଙ୍କ ମୃତ୍ୟୁ

ଡିଏନଏ ରିପୋର୍ଟ କଲା ସ୍ପଷ୍ଟ


ଗତ ଗୁରୁବାର ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଗୁଜୁରାଟୀ ଚଳଚ୍ଚିତ୍ର ନିର୍ମାତା ମହେଶ କଳାୱାଡିଆଙ୍କ ରହସ୍ୟମୟ ନିଖୋଜ ହେବା ଘଟଣା‌ ସାମ୍ନାକୁ ଆସିଥିଲା। ଏହାପରେ ଅଭିନେତାଙ୍କ ପରିବାର ଲୋକ ପୁଅକୁ ଖୋଜିବା ପାଇଁ ଡିଏନଏ ନମୁନା ଦାଖଲ କରିଥିଲେ। ମୃତକଙ୍କ ମଧ୍ୟରେ ଚିହ୍ନଟ ହୋଇଥିଲା। ଡିଏନଏ ନମୁନା ସ୍ପଷ୍ଟ ହେବାପ‌ରେ ନରୋଦାର ବାସିନ୍ଦା ମହେଶ କଳାୱାଡିଆଙ୍କ ମୃତ୍ୟୁ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲାଗିଥିବା ନିଆଁରେ ଜଳିଯିବା ହେତୁ ହୋଇଥିବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ବିମାନ ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରୁ ମିଳିଥିବା ଗାଡ଼ିଗୁଡ଼ିକର ପୋଲିସ ଯାଞ୍ଚ କରିଥିଲା।


ଏହି ଯାଞ୍ଚରେ ଏକ ଦୁଇଚକିଆ ଗାଡ଼ି ମହେଶ କଳାୱାଡିଆଙ୍କ ଥିବା ପୋଲିସ ସ୍ପଷ୍ଟ କରିଥିଲା। ଏଥିସହିତ ମୃତଦେହ ଚିହ୍ନଟ ହେବାପରେ ଦୁର୍ଘଟଣାସ୍ଥଳରୁ ମିଳିଥିଲା ଗାଡ଼ି ମହେଶଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ନରୋଦାର ବାସିନ୍ଦା ମହେଶ କଳାୱାଡିଆ ଜୁନ ୧୨ ତାରିଖ ଅପରାହ୍ନରେ ଲ ଗାର୍ଡେନ୍ ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ ଭୂମିରେ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ମହେଶଙ୍କ ସହିତ ତାଙ୍କ ପରିବାରଲୋକଙ୍କ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ଏହାପରେ ପରିବାରଲୋକ ପୁଲିସରେ ମହେଶଙ୍କ ନିଖୋଜ ରିପୋର୍ଟ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
actor-died-in-plane-crash-dna-report-clarifies | Argus News