Videos
|
Entertainment

Imran Khan / କାମ ଅଭାବରୁ ଆର୍ଥିକ ସମସ୍ୟାରେ ଫସିଛନ୍ତି ଇମ୍ରାନ, କହିଲେ ଅଙ୍କଲଙ୍କ ଟଙ୍କା ମତେ ମିଳିବନି...

Banajyotshna Ray
Browse all articles by Banajyotshna Ray
·8 months ago·2 min read
କାମ ଅଭାବରୁ ଆର୍ଥିକ ସମସ୍ୟାରେ ଫସିଛନ୍ତି ଇମ୍ରାନ, କହିଲେ ଅଙ୍କଲଙ୍କ ଟଙ୍କା ମତେ ମିଳିବନି...
Imran Khan

Key Points

ଅସନ୍ତୋଷ ଝାଡ଼ିଲେ ଅଭିନେତା ଇମ୍ରାନ ଖାନ
କହିଲେ ଅଙ୍କଲ ଦେବେନି ଟଙ୍କା ଟେ
ଅନେକ ଦିନ ପରେ ମୁହଁ ଖୋଲିଲେ ବଲିଉଡ୍ ସୁପରଷ୍ଟାର ଆମିର ଖାନଙ୍କ ଭଣଜା ଅଭିନେତା ଇମ୍ରାନ ଖାନ। ଏହାସହ ଆମିର ଖାନଙ୍କୁ ନେଇ ବଡ଼ କଥା କହିଛନ୍ତି ଇମ୍ରାନ। ଯାହା ଶୁଣିବା ପରେ ସବୁଠି ଆଲୋଚନା। ବର୍ତ୍ତମାନ ଇମ୍ରାନଙ୍କ ପାଖରେ ଅର୍ଥର ଘୋର ଅଭାବ । ପ୍ରାୟ୧୭ ବର୍ଷ ପୂର୍ବେ ବଲିଉଡରେ ଡେବ୍ୟୁ କରିଥିଲେ ଇମ୍ରାନ ଖାନ । ଜେନେଲିଆ ଡିସୌଜାଙ୍କ ବିପକ୍ଷରେ ସେ ‘ଜାନେ ତୁ...ୟା ଜାନେନା’ ଚଳଚ୍ଚିତ୍ରରେ ନାୟକ ସାଜିଥିଲେ । ଦର୍ଶକ ତାଙ୍କର ଅଭିନୟକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର କୌଣସି ଫିଲ୍ମ ଏତେ ଲୋକପ୍ରିୟତା ପାଇନଥିଲା ଏବଂ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ ।

ଇମ୍ରାନ କହିଛନ୍ତି ଯେ, ଏହି ସମୟ ମଧ୍ୟରେ କାମ ଅଭାବରୁ ତାଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା । କିନ୍ତୁ କିଛି ଯୋଜନା ତାଙ୍କୁ ଆର୍ଥିକ ଭାବରେ ସ୍ଥିର ରହିବାରେ ସାହାଯ୍ୟ କରିଥିଲା। ଜୀବନର ପ୍ରତ୍ୟେକ ନିଷ୍ପତ୍ତି କେବଳ ହିସାବ କିତାବ ଆଧାରରେ ନିଆଯିବା ଉଚିତ୍ ନୁହେଁ। ନିଜର ଶାନ୍ତି ଏବଂ ଖୁସି ପାଇଁ ମଧ୍ୟ କିଛି ନିଷ୍ପତ୍ତି ନେବାକୁ ପଡ଼େ ବୋଲି କହିଛନ୍ତି ଇମ୍ରାନ ଖାନ।ସେ "ନେପୋକିଡ୍" ଟ୍ୟାଗ୍ ଉପରେ ସିଧାସଳଖ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକମାନେ ପ୍ରାୟତଃ ଭାବନ୍ତି ଆମିର ଖାନଙ୍କ ଭଣଜା ହେବା ଫିଲ୍ମ ଦୁନିଆରେ ସଫଳତାର ଗ୍ୟାରେଣ୍ଟି ଦିଏ। ତାଙ୍କ ଜୀବନର ବାସ୍ତବତା ଲୋକମାନେ ଯାହା କଳ୍ପନା କରନ୍ତି ତାହାଠାରୁ ବହୁତ ଭିନ୍ନ ଏବଂ ପରିବାର ସୁଯୋଗ, ଷ୍ଟାରଡମ୍ କିମ୍ବା ସମ୍ପତ୍ତିର ଗ୍ୟାରେଣ୍ଟି ଦିଏ ନାହିଁ। ଇମ୍ରାନ ଆହୁରି ମଧ୍ୟ କହିଛନ୍ତି, ‘ମୋ ମାମୁଁ ଆମିର ଖାନ ଜଣେ ଫିଲ୍ମ ଷ୍ଟାର। ସେ ମୋ ମାଆଙ୍କ ଭାଇ... ସେହି ଟଙ୍କା ମୋର ନୁହେଁ, ମୁଁ ଏହା ପାଇବି ନାହିଁ।’

ଏଥିସହ ପଢ଼ନ୍ତୁ: ଭାରତର ବଡ଼ ଆକ୍ସନ, ଏବେ ଥରିବ ପାକିସ୍ତାନ

କ୍ୟାରିୟରରେ ବହୁ ଉତ୍ଥାନ ପତନ ଦେଖିବା ଏବଂ ଲାଇମ ଲାଇଟରୁ ଦୂରେଇ ଯିବାକୁ ନେଇ ମୁହଁ ଖୋଲିଛନ୍ତି ଇମ୍ରାନ ଖାନ । ସମଦିଶଙ୍କ ପଡକାଷ୍ଟ, "ଅନଫିଲ୍ଟର୍ଡ ୱିଥ୍ ସମଦିଶ" ରେ ଅଭିନେତା କହିଛନ୍ତି ଯେ, ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସଫଳତା ତାଙ୍କୁ ବଲିଉଡର ଉଦୀୟମାନ ତାରକାଙ୍କ ବର୍ଗରେ ପହଞ୍ଚାଇଥିଲା । କିନ୍ତୁ ଏହି ଚମକ ଶୀଘ୍ର ଫିକା ପଡ଼ିଯାଇଥିଲା । କାମ ମିଳିବା ପ୍ରାୟତଃ ବନ୍ଦ ହୋଇଯାଇଥିଲା ।ତାଙ୍କର ପ୍ରଥମ ହିଟ୍ ପରେ ତାଙ୍କର ଫିସ୍ ବୃଦ୍ଧି ପାଇଥିଲା । କିନ୍ତୁ ତାଙ୍କ ପରିବାରର ବଡ଼ ନାଁ ଯେ, ତାଙ୍କୁ ସହଜ ସଫଳତା ଆଣି ଦେଇଥିଲା ତାହା ମିଛ ବୋଲି ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରଣବୀର ସିଂହ ଏବଂ ରଣବୀର କପୁରଙ୍କ ଭଳି ବଡ଼ ତାରକା ନେଉଥିବା ମୋଟା ଫିସ୍ ବିଷୟରେ ଇମ୍ରାନ କହିଛନ୍ତି, ଅନ୍ୟମାନେ ଉଚିତ ଫିସ୍ ପାଇବାକୁ ସଂଘର୍ଷ କରୁଛନ୍ତି । ଦଶ ବର୍ଷରୁ ଅଧିକ ସମୟ ଧରି ଚଳଚ୍ଚିତ୍ରରୁ ଦୂରେଇ ରହିଥିବା ଏହି ଅଭିନେତା ଆର୍ଥିକ ଚାପର ସମ୍ମୁଖୀନ ହୋଇଛନ୍ତି । ଏନେଇ ଇମ୍ରାନ କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ତାଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆସିଛି । ଏହି ସମୟ ମଧ୍ୟରେ ପତ୍ନୀ ଅବନ୍ତିକା ମଲିକଙ୍କ ଠାରୁ ବିଚ୍ଛେଦ ମଧ୍ୟ ତାଙ୍କୁ ଦୁଃଖ ଦେଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories