Videos
|
Entertainment

ଅଭିନେତା ପ୍ରଯୋଜକ ଧୀରଜ କୁମାରଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago·1 min read
ଅଭିନେତା ପ୍ରଯୋଜକ ଧୀରଜ କୁମାରଙ୍କ ପରଲୋକ

Key Points

ବରିଷ୍ଠ ଅଭିନେତା ତଥା ଟେଲିଭିଜନ ପ୍ରଯୋଜକ ଧୀରଜ କୁମାରଙ୍କର ୭୯ ବର୍ଷ ବୟସରେ ପରଲୋକ

ନିମୋନିଆ ଯୋଗୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଭିନେତାଙ୍କୁ ଚଳିତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା

ତାଙ୍କ ମୃତ୍ୟୁରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। 


ବରିଷ୍ଠ ଅଭିନେତା ତଥା ଟେଲିଭିଜନ ପ୍ରଯୋଜକ ଧୀରଜ କୁମାରଙ୍କର ୭୯ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି। ନିମୋନିଆ ଯୋଗୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଭିନେତାଙ୍କୁ ଚଳିତ ସପ୍ତାହ ପ୍ରାରମ୍ଭରେ ଭର୍ତ୍ତି କରାଯାଇଥିଲା ଏବଂ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଆସନ୍ତାକାଲି ସକାଳ ୬ଟାରେ ଡାକ୍ତରଖାନାରୁ ତାଙ୍କ ପାର୍ଥିବ ଶରୀରକୁ ଘରକୁ ଅଣାଯିବ ଏବଂ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରଖାଯିବ। ପୂର୍ବାହ୍ନ ୧୧ଟାରେ ଭିଲେ ପାର୍ଲେ ପଶ୍ଚିମସ୍ଥିତ ପବନହଂସ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଭାରତୀୟ ସିନେମା ଓ ଟେଲିଭିଜନର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଧୀରଜ କୁମାର ନିକଟରେ ନବୀ ମୁମ୍ବାଇର ଖାରଘରଠାରେ ଥିବା ଇସ୍କନ ମନ୍ଦିରର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସନାତନ ଧର୍ମ ପ୍ରତି ଶ୍ରଦ୍ଧା ପ୍ରକଟ କରିଥିଲେ। ଧୀରଜ କୁମାର ୧୯୬୫ ମସିହାରେ ମନୋରଞ୍ଜନ ଜଗତରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ଉଭୟ ଚଳଚ୍ଚିତ୍ର ଓ ଟେଲିଭିଜନ ମାଧ୍ୟମରେ ଏକ ସ୍ଥାୟୀ ଐତିହ୍ୟ ଛାଡିଥିଲେ। ୧୯୭୦ରୁ ୧୯୮୪ ମଧ୍ୟରେ ସେ ୨୧ଟି ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ‘ଓମ୍ ନମଃ ଶିବାୟ’ ଭଳି ଆଧ୍ୟାତ୍ମିକ ଓ ପୌରାଣିକ ଧାରାବାହିକ ପାଇଁ ଜଣାଶୁଣା କ୍ରିଏଟିଭ୍ ଆଇ ନାମକ ଏକ ପ୍ରଡକ୍ସନ ହାଉସ୍ ଚଳାଉଥିଲେ। ସେ ‘ସ୍ୱାମୀ’, ‘ହୀରା ପାନ୍ନା’ ଓ ‘ରାତୋଁ କା ରାଜା’ ସମେତ ଅନେକ ଉଲ୍ଲେଖନୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


actor-producer-dheeraj-kumar-passes-away | Argus News