Videos
|
Entertainment

ଆମିଷ ବନ୍ଦ କରିବାକୁ ଅଭିନେତାଙ୍କ ଦାବି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆମିଷ ବନ୍ଦ କରିବାକୁ ଅଭିନେତାଙ୍କ ଦାବି

ଶତ୍ରୁଘ୍ନ ସିହ୍ନା କହିଲେ ବନ୍ଦ କରାଯାଉ ଆମିଷ। ଦେଶରେ ଆମିଷ ବନ୍ଦ କରିବାକୁ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଦାବି। ଯାହାକୁ ନେଇ ଚର୍ଚ୍ଚାରେ ଅଭିନେତା। ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଯଦି ଏହାକୁ ଆଲୋଚନା ପରେ ସତର୍କତାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଏହାର ସକାରାତ୍ମକ ଫଳାଫଳ ମିଳିବ।

ଗୋମାଂସ ନିଷେଧ ପ୍ରସଙ୍ଗ ଉଠାଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ଏହାକୁ ଅନେକ ସ୍ଥାନରେ ନିଷେଧ କରାଯାଇଛି ଏବଂ ଏହା ଠିକ୍। ସେ କହିଥିଲେ, ଯଦି ଆପଣ ମତେ ପଚାରନ୍ତି, ଗୋମାଂସ ନିଷେଧ ଠିକ୍ । ପୁରା ଦେଶରେ ଗୋମାଂସ କାହିଁକି, ଆମିଷ ନିଷେଧ ହେବା ଉଚିତ୍ । ଏହା ମୋର ମତ ।

ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆମିଷ ଖାଉଛନ୍ତି। ତେଣୁ ଯଦି ଆମିଷ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯିବ, ତେବେ ଏହାକୁ ନେଇ ବିଭିନ୍ନ ପ୍ରକାରର ବାଦବିବାଦ ମଧ୍ୟ ଦେଖିବାକୁ ମିଳିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Actor Shatrughan Sinha Reaction On non veg | Argus News