Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚା ଦୋକାନରେ ନୈନା ଦାସ୍

Entertainment

ଚା ଦୋକାନରେ ନୈନା ଦାସ୍

Smruti Parija
Browse all articles by Smruti Parija
·2 years ago·1 min read
ଚା ଦୋକାନରେ ନୈନା ଦାସ୍

ଭୁବନେଶ୍ୱର:  ଚା ଦୋକାନରେ ନୈନା ଦାସ୍ । ନିଜ ହାତରେ ଚା ଓ କଫି ତିଆରି କଲେ...ଲୋକଙ୍କୁ ପିଆଇଲେ । ସାକଳୁ ସକାଳୁ ଆଇଜି ପାର୍କରେ ମର୍ଣ୍ଣିଂ ୱାକ୍ କରିବା ପରେ ପାଖରେ ଥିବା ମିଥୁନ ଚା ଦୋକାନରେ ପହଞ୍ଚିଥିଲେ ନୈନା ଓ ପ୍ରୀତିରାଜ ।

ହଠାତ୍ ଚା ଦୋକାନରେ ଅଭିନେତ୍ରୀ ନୈନା ଦାସଙ୍କୁ ଦେଖି କିଛି ସମୟ ପାଇଁ ସେହି ସ୍ଥାନରେ ଲୋକଙ୍କ ଗହଳି ଜମିଥିଲା । ଡେଉଁଛି ମୋ ବାଁ ଆଖିରୁ ଆଜି ବି ସମସ୍ତଙ୍କ ମନରେ ଘର ବାନ୍ଧିଥିବା ନୈନାଙ୍କୁ ଦେଖିବାକୁ ଚା ପିଇବା ବାହାନାରେ ସେଠାକୁ ଯାଇଥିଲେ ଲୋକେ । ନୈନା ମଧ୍ୟ ଖୁବ ସୁନ୍ଦର ଭାବରେ ଘରର ଗୃହିଣୀ ଭଳି ଗୋଟେ ପରେ ଗୋଟେ କପ୍ ଚା କଫି ଗ୍ରାହକଙ୍କୁ ବଢାଇ ଦେଉଥିଲେ । 

ଯାହାକୁ କିଏ ତାଙ୍କ ଫୋନରେ ରେକର୍ଡ କରୁଥିଲା । ତ କିଏ ଏଇ ବାହାନାରେ ତାଙ୍କ ସହ ଦି ପଦ କଥା ହେବା ପାଇଁ । ନୈନାଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଏକ ଅପୂର୍ବ ଖୁସି ଦେଖିବାକୁ ମିଳିଥିଲା । ଲୋକେ ତାଙ୍କ ହାତରୁ କଫି, ଚା ପିଇ ବେଶ ଖୁସି ଅନୁଭବ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ପ୍ରେକ୍ଷାଳୟରେ ପଡିଛି ମାଇ ସୁଇଟି ହାଉସ ୱାଇଫ୍ । ଯେଉଁଠି ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ନୈନା ଦାସ ଓ ଅଭିନେତା ପ୍ରୀତିରାଜ ଶତପଥୀ । ଫିଲ୍ମଟି ଖୁବ ଉଚ୍ଚକୋଟିର ହୋଇଛି । ଦର୍ଶକଙ୍କ ମନକୁ ଛୁଇଁଛି । ଘରର ଗୃହଣୀକୁ ନେଇ ଏହି ଫିଲ୍ମଟି ତିଆରି ହୋଇଥିବାବେଳେ ସମସ୍ତଙ୍କ ମନକୁ ଏହା ଛୁଇଁଛି । ଏହାର ପ୍ରମୋସନରେ ଲାଗିପଡିଛନ୍ତି ଉଭୟ ପ୍ରୀତିରାଜ ଓ ନୈନା ।  
 

Sponsored
actress-naina-das-in-mithoon-tea-shop | Argus News