Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Mrunal Thakur / ଆଉ ଲୁଚେଇପାରିଲେନି ଅଭିନେତ୍ରୀ, କହିଲେ ଆଜି ମୋର ହଲଦୀ କାଲି ବିବାହ...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଆଉ ଲୁଚେଇପାରିଲେନି ଅଭିନେତ୍ରୀ, କହିଲେ ଆଜି ମୋର ହଲଦୀ କାଲି ବିବାହ...
Mrunal Thakur

Key Points

ଆସନ୍ତାକାଲି ବିବାହ କରିବେ ମୃଣାଳ 
ଏମିତି କହିଲେ ଅଭିନେତ୍ରୀ
କହିଲେ ଆଜି ହେଉଛି ମୋର ହଲଦୀ

ଆସନ୍ତାକାଲି ଭାଲେଣ୍ଟାଇନ୍‌ ଡେ। ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ। ପ୍ରେମୀଯୁଗଳଙ୍କ ପାଇଁ ଏକ ଖୁସିର ସପ୍ତାହ। ଉତ୍ସାହର ସହ ପାଳନ କରୁଛନ୍ତି ଯୁବପିଢ଼ୀ। ଏହାସହ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ସପ୍ତାହକୁ ନିଆରା ଢ଼ଙ୍ଗରେ ପାଳିଥାନ୍ତି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ, ଅଭିନେତ୍ରୀ ଭାଲେଣ୍ଟାଇନ୍‌ ଡେ ବା ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସତ କି ମିଛ ଆସନ୍ତୁ ଜାଣିବା। ଏହାସହ ଯଦି ମୃଣାଳ ବିବାହ କରୁଛନ୍ତି ତେବେ କାହାକୁ ?

ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର । ତାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି । ତାମିଲ ଷ୍ଟାର ଧନୁଷଙ୍କ ସହ ତାଙ୍କ ନାମକୁ ମଧ୍ୟ ଯୋଡ଼ା ଯାଉଛି । କୁହାଯାଉଛି କି, ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ । ତେବେ ଏହି ଚର୍ଚ୍ଚା ଭିତରେ ମୃଣାଳ ଏବେ ନିଜ ଫିଲ୍ମ ‘ଦୋ ଦିଓ୍ବାନେ ସହର ମେଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଅନେକ କଳାକାର ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇ ରଖୁଥିବାବେଳେ ମୃନାଲ କିଛି ନିଆରା । ସେ ସମସ୍ତ କଥା ଫ୍ୟାନ୍ସ ଆଗରେ ଜଣାଇଥାନ୍ତି । ଇଣ୍ଟରିୟୁ ସମୟରେ କହିଥିଲେ କି, ମୋ ମନର ମଣିଷ ଆଉ ପ୍ରକୃତ ପ୍ରେମ ମିଳିଲେ ଆପଣଙ୍କୁ ଜଣାଇବି । ମୁଁ ଲୁଚାଇବାକୁ ଚେଷ୍ଟା କରିବିନି ବରଂ ଗର୍ବରେ ସମସ୍ତଙ୍କୁ ଜଣାଇବି ।
ଏଥିସହ ପଢ଼ନ୍ତୁ: ସେଲିବ୍ରିଟି ସାହାଯ୍ୟ କଲେ: ରାଜପାଲଙ୍କୁ ମିଳିଥିଲା ୨୫ ସୁଯୋଗ, କିନ୍ତୁ ଲାଭ କଣ ?
ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ମୃଣାଳ ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟାରେ ବାହାଘର ଗୁଜବ ସମ୍ପର୍କରେ ମୁହଁ ଖୋଲିଛନ୍ତି । ତାଙ୍କୁ ପଚରା ଯାଇଥିଲା କି, ବାସ୍ତବ ଜୀବନରେ ଆପଣଙ୍କ ପରିବାର ଲୋକେ ବାହାଘର ପାଇଁ ପ୍ରେସର କରୁଛନ୍ତି କି ? ଉତ୍ତରରେ ମଜାଳିଆ ଢ଼ଙ୍ଗରେ କହିଥିଲେ କି, ମୁଁ କାଲି ବାପାଙ୍କୁ କହିଥିଲି କି ମୋ ପାଇଁ ଗୋଟେ ଭଲ ପୁଅ ଦେଖ । ସେ କହିଥିଲେ ମୋ ନଜରରେ ସେମତି ଭଲ ପୁଅ କେହି ନାହାନ୍ତି । ଏବେ କୁହନ୍ତୁ ମୁଁ କଣ କରିପାରିବି । ଏହାସହ କହିଲେ କି, ମୋ ପାଇଁ ବ୍ୟକ୍ତିଗତ ଜୀବନ ସହ କ୍ୟାରିୟର ବହୁତ ଗୁରୁତ୍ବ ବହନ କରୁଛି । ସେ ମଜାରେ କହିଥିଲେ କି, ଆଜି ମୋର ହଳଦୀ, କାଲି ମେହେନ୍ଦୀ ଆଉ ଭାଲେଣ୍ଟାଇନ୍ ଡେ’ରେ ବାହାଘର ।

ତେବେ ଏହି ସମୟରେ ଅଭିନେତା ସିଦ୍ଧାର୍ଥ ଚତୁର୍ବଦେୀ ପାଖରେ ରହିଥିଲେ । ସେ ସାଙ୍ଗେ ସାଙ୍ଗେ ହସି ଉତ୍ତର ଦେଇଥିଲେ କି, ଯଦି ଏମିତି ହେବ ତାହେଲେ ଫେବୃଆରୀ ୧୪ ତାରିଖରେ ପୁଅମାନେ ମୃଣାଳଙ୍କ ଘର ଆଗରେ ଧାଡ଼ି ଲମ୍ବାଇବେ । ଏହାପରେ ମୃଣାଳ କହିଥିଲେ କି, ଯଦି କେହି ଏହାକୁ ସତ ବୋଲି ଭାବନ୍ତି ତାହେଲେ ସେମାନଙ୍କ ପାଇଁ ଏହା ଏପ୍ରିଲ୍ ଫୁଲ୍ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mrunal Thakur | Mrunal Thakur reacts to wedding rumours with Dhanush: 'Aaj meri haldi hai, kal sangeet hai | Argus News | Argus News