Videos
|
Entertainment

Tara Dating Aditya / ପୁଣି ପ୍ରେମରେ ପଡ଼ିଛନ୍ତି ତାରା: ଖୁବଶୀଘ୍ର ହେବ ବିବାହ !

Banajyotshna Ray
Browse all articles by Banajyotshna Ray
·4 months ago·2 min read
ପୁଣି ପ୍ରେମରେ ପଡ଼ିଛନ୍ତି ତାରା: ଖୁବଶୀଘ୍ର ହେବ ବିବାହ !
Tara Dating Aditya

Key Points

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ତାରା
ସୁନ୍ଦରୀ ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି ଆଦିତ୍ୟ ରୟ କପୁର
ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତାରା ସୁତାରିଆ। ଗତ କିଛି ଦିନ ହେବ ନିଜ ଲଭ ଲାଇଫକୁ ନେଇ ଅଭିନେତ୍ରୀ ଚର୍ଚ୍ଚାରେ ଥିବାବେଳେ ତାଙ୍କର ବ୍ରେକ କପ୍‌ ଖବର ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖ ଦେଇଥିଲା। କିନ୍ତୁ ପୁଣି ଥରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ପ୍ରେମରେ ପଡ଼ିଛନ୍ତି ତାରା। ଆଜ୍ଞା ହଁ, ଏଭଳି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। କୁହାଯାଉଛି କି ହ୍ୟାଣ୍ଡସମ୍ ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଛନ୍ତି ତାରା। ମୟାନଗରୀର ଗଳିକନ୍ଦିରେ ଆଜିକାଲି ନୂଆ ଲଭ୍ ଷ୍ଟୋରୀକୁ ନେଇ ଜୋରଦାର ଚର୍ଚ୍ଚ। ଅଭିନେତ୍ରୀ ତାରା ସୁତାରିଆ ଓ ହ୍ୟାଣ୍ଡସମ୍ ଆଦିତ୍ୟ ରୟ କପୁର ପରସ୍ପରକୁ ଡେଟ୍ କରୁଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ଉଭୟଙ୍କ ଫ୍ୟାନ୍ ବେଶ ଉତ୍ସାହିତ ଅଛନ୍ତି। ଏହାସହ କିଛି ଫ୍ୟାନ୍ସ ମେସେଜ ମାଧ୍ୟମରେ ପ୍ରକାଶ କରୁଛନ୍ତି କି ଦୁହେଁ, ଶିଘ୍ର ବିବାହ କରିନିଅନ୍ତୁ।

ମିଳିଥିବା ସୂଚନା ଅନୁସାରେ ଆଦିତ୍ୟ ଓ ତାରା ଖୁବ୍ ଶୀଘ୍ର ଫିଲ୍ମ ‘ଓମ୍’ରେ ନଜର ଆସିବାକୁ ଯାଉଛନ୍ତି। ତାରା ଓ ଆଦିତ୍ୟ ରୟ କପୁରଙ୍କ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି। ଆଦିତ୍ୟ ରୟ କପୁରଙ୍କ ପୂର୍ବରୁ ତାରା ସୁତାରିଆ ଅଭିନେତା ବୀର ପହାଡିଆଙ୍କୁ ଡେଟ୍ କରୁଥିଲେ। ରିପୋର୍ଟ ଅନୁସାରେ, ଅଭିନେତ୍ରୀ ତାରା ସୁତାରିଆ ଓ ବୀର ପହାଡିଆଙ୍କ ବ୍ରେକଅପ୍ ହୋଇଯାଇଛି।

ତାରା ଓ ଆଦିତ୍ୟଙ୍କ ଡେଟିଂର ଖବର ଶୁଣି ଫ୍ୟାନ୍ ଚକିତ ହୋଇଯାଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର ଦୁହିଁଙ୍କୁ ତାତ୍ସଲ୍ୟ କରୁଛନ୍ତି ତ ଆଉ କିଛି ଫ୍ୟାନ ସେମାନଙ୍କୁ ହିଟ୍ ଯୋଡି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏମାନେ ଏତେ ଶୀଘ୍ର ମୁଭ୍-ଅନ୍ ହୋଇଗଲେ? ସେହିପରି ଦ୍ୱିତୀୟ ୟୁଜର ଲେଖିଛନ୍ତି, “ହେ ଭଗବାନ, ଏହା ବେଷ୍ଟ ନ୍ୟୁଜ୍। ଦୁହେଁ ମୋତେ ବହୁତ ବେଶୀ ପସନ୍ଦ ଲାଗନ୍ତି।’

ଆଜିକାଲି ଅନେକ ଇଭେଣ୍ଟରେ ଦୁହେଁ ସାଙ୍ଗରେ ଦେଖାଯାଉଛନ୍ତି। ଏହା ପରଠାରୁ ଉଭୟ ଡେଟିଂ କରୁଥିବା ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ବଳ ଦେଇଛି ନିକଟରେ ଫିଲ୍ମଫେୟାର ଦେଇଥିବା ତଥ୍ୟକୁ ନେଇ। ଫିଲ୍ମଫେୟାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ଶେୟାର କରି ଲେଖିଛି, ‘ଆମ ସୂତ୍ରକୁ ଏକ୍ସକ୍ଲୁସିଭ୍ ଭାବେ ଜଣାଉଛୁ ଯେ ଆଦିତ୍ୟ ରୟ କପୁର ଓ ତାରା ସୁତାରିଆ ପରସ୍ପରକୁ ଡେଟ୍ କରୁଛନ୍ତି।’

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ବିବାହ କରିବେ ଶକ୍ତିମାନ୍‌: “ମୁଁ ଯେଉଁ ମହିଳାଙ୍କୁ ବିବାହ କରିବାକୁ ଯାଉଛି”…

ସୂଚନାନୁସାରେ, ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ସମ୍ପର୍କ ‘ଏପି ଢିଲୋନ୍ କନ୍‌ସର୍ଟ ବିବାଦ’ ପରେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାରା ଓ ବୀର ୨୦୨୫ ପ୍ରାରମ୍ଭରେ ଡେଟିଂ ଆରମ୍ଭ କରିଥିଲେ ଏବଂ ମଧ୍ୟଭାଗରେ ଏକ ଫ୍ୟାସନ୍ ଇଭେଣ୍ଟରେ ଏକାଠି ଉପସ୍ଥିତ ହୋଇ ତଥା ଗଣେଶ ଚତୁର୍ଥୀ ପାଳନ କରି ସେମାନେ ସମ୍ପର୍କକୁ ଅଫିସିଆଲ୍ କରିଥିଲେ।

କିଛି ସପ୍ତାହ ପୂର୍ବରୁ ଏପି ଢିଲୋନ୍‌ଙ୍କ ମୁମ୍ବାଇ କନ୍‌ସର୍ଟରେ ତାରା ମଞ୍ଚ ଉପରେ ଦେଖାଯିବା ପରେ ବିବାଦ ଦେଖାଦେଇଥିଲା। ସେତେବେଳେ ତାରା ତାଙ୍କ ଇନ୍‌ଷ୍ଟାଗ୍ରାମରେ ‘ମିଛ କଥା’ ଏବଂ ‘ଏଡିଟିଂ ହୋଇଥିବା ଭିଡିଓ’କୁ ଖଣ୍ଡନ କରି ବୀରଙ୍କୁ ସମର୍ଥନ କରିଥିଲେ। ତେବେ, ଏହି ଘଟଣାର କିଛି ଦିନ ପରେ ହିଁ ଉଭୟ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories