Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Aditya Shrivastav / ୫୭ ବର୍ଷ ବୟସରେ ଦ୍ଵିତୀୟ ଥର ବିବାହ କରିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ

Rashmita Mishra
Browse all articles by Rashmita Mishra
·7 months ago·2 min read
୫୭ ବର୍ଷ ବୟସରେ ଦ୍ଵିତୀୟ ଥର ବିବାହ କରିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ
Aditya Shrivastav

Key Points

ଦ୍ଵିତୀୟ ଥର ବିବାହ କଲେ CID ଇନସ୍ପେକଟର ଅଭିଜିତ୍
୫୭ ବର୍ଷ ବୟସରେ ଦ୍ଵିତୀୟ ଥର ବିବାହ କରିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ

ଲୋକପ୍ରିୟ ଧାରାବାହିକ ସିଆଇଡିରେ ଇନସ୍ପେକଟର ଭୂମିକାରେ ଅଭିନୟ କରୁଥିବା ଅଭିନେତା ଆଦିତ୍ୟ ଶ୍ରୀବାସ୍ତବ ଦ୍ଵିତୀୟ ଥର ବିବାହ କରିଛନ୍ତି । ଏହି ବିବାହରେ ତାଙ୍କ ଦୁଇ ଝିଅ ମଧ୍ୟ ଉପସ୍ଥିତ ରହିଥିଲେ। ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲୋକପ୍ରିୟ ରିଆଲିଟି ସୋ ଭାବରେ ଘରେ ଘରେ ପରିଚୟ ହାସଲ କରିଛି ସିଆଇଡି ସୋ । ଏହି ସୋ ବିଭିନ୍ନ କ୍ରାଇମ ଖବରକୁ ନାଟକୀୟ ଢଙ୍ଗରେ ପ୍ରଦର୍ଶିତ କରି ଟେଲିଭିଜନରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ସୋ'ର ସମୟ ହୋଇଗଲେ ସବୁ କାମକୁ ପଛ କରି ଏହାକୁ ଦେଖିବାକୁ ଲୋକମାନେ ଆଗଭର ହୋଇଥାଆନ୍ତି । ସିଆଇଡିରେ କାର୍ଯ୍ୟରତ ପ୍ରତ୍ୟେକ ଚରିତ୍ରଙ୍କୁ ଲୋକମାନେ ଖୁବ ଭଲପାଇବା ଦେଇଛନ୍ତି।

ସେହିପରି ଏହି ସୋ'ରେ ଇନସ୍ପେକ୍ଟର ଅଭିଜିତଙ୍କ ଭୂମିକାରେ ଅଭିନୟ କରିଥିବା ଆଦିତ୍ୟ ଶ୍ରୀବାସ୍ତବଙ୍କୁ କିଏ ବା ଭୁଲିପାରିବ? ପ୍ରତ୍ୟେକ ଏପିସୋଡରେ ଘଟିଥିବା କ୍ରାଇମର ମୂଳକୁ ଯାଇ ଅପରାଧୀଙ୍କୁ ବାହାର କରନ୍ତି ଇନସ୍ପେକ୍ଟର ଅଭିଜିତ୍ । କିନ୍ତୁ ଏବେ ଦୀର୍ଘ ୫୭ ବର୍ଷ ବୟସରେ ସେ ଆଉଥରେ ବିବାହ କରିଛନ୍ତି । ତାଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଦିତ୍ୟ ଶ୍ରୀବାସ୍ତବ ହିନ୍ଦୀ ଧାରାବାହିକ ଜଗତର ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ଜଣାଶୁଣା । ସେ ଟେଲିଭିଜନରୁ ବଡ଼ ପରଦା ପର୍ଯ୍ୟନ୍ତ ତାଙ୍କର ଅଭିନୟର ଛାପ ସୃଷ୍ଟି କରିଛନ୍ତି । ନଭେମ୍ବର ୨୨ ତାରିଖରେ CID ର ଅଭିନେତା ଆଦିତ୍ୟ ଶ୍ରୀବାସ୍ତବ ପୁନଃବିବାହ କରିଛନ୍ତି । ପ୍ରକୃତରେ ଆଦିତ୍ୟ ନିଜର ୨୫ ତମ ବିବାହ ବାର୍ଷିକି ପାଳନ କରିବା ଅବସରରେ ନିଜ ପତ୍ନୀ ମାନସୀଙ୍କୁ ପୁଣି ବିବାହ କରିଥିଲେ। ନିଜ ବିବାହର ରୋପ୍ୟ ଜୟନ୍ତିକୁ ପାଳନ କରିବା ପାଇଁ ସେମାନେ ପୁଣି ଥରେ ବିବାହ କରିଛନ୍ତି । ଏହି ବିବାହ ସମୟରେ ଦୁଇ ଦମ୍ପତ୍ତି ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନକୁ ପୁନର୍ଜୀବିତ କରିଛନ୍ତି ।

ବିବାହରେ ଉପସ୍ଥିତ ଥିଲେ ଦୁଇ ଝିଅ ମଧ୍ୟ । ଆଦିତ୍ୟ ଶ୍ରୀବାସ୍ତବ ଅନ୍ୟ କାହାକୁ ନୁହେଁ ବରଂ ତାଙ୍କ ପତ୍ନୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ ଫଟୋ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଆଦିତ୍ୟ ଶ୍ରୀବାସ୍ତବଙ୍କର ଦୁଇ ଝିଅ, ଆରୁଷି ଏବଂ ଅଧିକା ମଧ୍ୟ ଏହି ବିବାହରେ ସାମିଲ ରହିଥିଲେ । ସାଧାରଣତଃ ବାପା ମାଙ୍କ ବିବାହ ଦେଖିବା ଛୁଆ ମାନଙ୍କ ଇଚ୍ଛା ଥାଏ। ତେବେ ଦୁଇ ଏହି ଖୁସି ମୁହୁର୍ତ୍ତରେ ସାମିଲ ହୋଇ ନିଜ ପିତାମାତାଙ୍କ ବିବାହକୁ ଉପଭୋଗ କରିଛନ୍ତି।

କେଉଁ କେଉଁ ସିରିଜରେ କାମ କରିସାରିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ ?
ସିଆଇଡି ବ୍ୟତୀତ, ଆଦିତ୍ୟ ଶ୍ରୀବାସ୍ତବ ହ୍ରିତିକ୍ ରୋଶନଙ୍କ ଅଭିନୀତ ସୁପର ୩୦ ସମେତ ଅନେକ ଉଲ୍ଲେଖନୀୟ ସିନେମାର ଅଂଶ ହୋଇଛନ୍ତି। ଏହାଛଡା ଆଦିତ୍ୟଙ୍କୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ସିଜିନ୍ 3 ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aditya Shrivastav | Aditya Shrivastav Marries Again at Age 57 — Marriage News | Argus News